ଲାଲୁଙ୍କୁ କହିଲେ ନୀତିଶ, ମୋତେ ଗୁଳି କରି ଦିଅ

ପାଟନା: ଦୀର୍ଘ ଦିନ ପରେ ପାଟନାକୁ ଫେରିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ସେ ଫେରିବା ପରେ ପରେ ଏବେ ବିହାର ରାଜନୈତିକ ମାହୋଲ ସରଗରମ ହୋଇପଡିଛି। ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜୀ। ଏହାକୁ ନେଇ ରାଜନୀତି ଜୋର ଧରିଛି। ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆର୍‌ଜେଡି ସୁପ୍ରିମେ ଲାଲୁ ପ୍ରସାଦ ଯାଦବ ତାଙ୍କ ନାଁ ନ ନେଇ ‘ଯାହା ବଳିଛି ତାଙ୍କୁ ଆମେ ବିସର୍ଜନ’ କରିଦେବୁ ବୋଲି […]

Lalu and Nitish

Madhupriya Mistry
  • Published: Wednesday, 27 October 2021
  • , Updated: 27 October 2021, 02:10 PM IST

ପାଟନା: ଦୀର୍ଘ ଦିନ ପରେ ପାଟନାକୁ ଫେରିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ସେ ଫେରିବା ପରେ ପରେ ଏବେ ବିହାର ରାଜନୈତିକ ମାହୋଲ ସରଗରମ ହୋଇପଡିଛି। ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ବୟାନବାଜୀ। ଏହାକୁ ନେଇ ରାଜନୀତି ଜୋର ଧରିଛି।

ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆର୍‌ଜେଡି ସୁପ୍ରିମେ ଲାଲୁ ପ୍ରସାଦ ଯାଦବ ତାଙ୍କ ନାଁ ନ ନେଇ 'ଯାହା ବଳିଛି ତାଙ୍କୁ ଆମେ ବିସର୍ଜନ' କରିଦେବୁ ବୋଲି କହି ଟାର୍ଗେଟ କରିଥିଲେ। ଏବେ ଏହାର ଜବାବ ଦେଇଛନ୍ତି ନୀତିଶ। ସେ ଲାଲୁଙ୍କୁ 'ମୋତେ ଗୁଳି କରିଦିଅ, ସବୁଠୁ ଭଲ ହେବ' ବୋଲି କହିଛନ୍ତି।

ମଙ୍ଗଳବାର କୁଶେଶ୍ୱରନାଥ ଏବଂ ତାରାପୁରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବା ପରେ ପାଟନା ବିମାନ ବନ୍ଦରରେ କିଛି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହା କହିଛନ୍ତି।

ଲାଲୁଙ୍କୁ ଟାର୍ଗେଟ କରି ନୀତିଶ କହିଛନ୍ତି, ନିର୍ବାଚନ ପ୍ରଚାରକୁ ଯିବାକୁ ସମସ୍ତଙ୍କର ଅଧିକାର ଅଛି। ଲୋକମାନେ ନିଜ କାମ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। କିଛି ଲୋକ ଜେଲ ଭିତରୁ ମଧ୍ୟ ଲୋକଙ୍କୁ ଫୋନ କରନ୍ତି। ଏପରି ଲୋକମାନଙ୍କ ବିଷୟରେ କିଛି କହିବାର ନାହିଁ। ଏହିପରି ଲୋକମାନେ ସେମାନଙ୍କର ୧୫ ବର୍ଷର ଶାସନ କାଳରେ କ'ଣ କରିଥିଲେ, ତା'ର ଉତ୍ତର ରଖନ୍ତୁ।

ସପଟେ ନୀତିଶଙ୍କ ଏଭଳି ବୟାନ ଶୁଣି ଲାଲୁ ମଧ୍ୟ ଉତ୍ତର ଦେଇଛନ୍ତି। ସେ କହିଛନ୍ତି, 'ଆମେ କାହିଁକି ଗୁଳି ମାରିବୁ, ତୁମେ ନିଜେ ମରିଯାଅ।' ଲାଲୁ ତାରାପୁରରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ନୀତିଶଙ୍କୁ ଏଭଳି ଟାର୍ଗେଟ କରିଛନ୍ତି। ଏଥିସହ ଲୋକଙ୍କୁ ଭୋଟ ଦେବାକୁ ନିବେଦନ କରି ଲାଲୁ ମଜାଳିଆ ଢ଼ଙ୍ଗରେ କହିଛନ୍ତି, 'ଗୁଳି ଫୁଟି ଅବା ଗୋଳା, ଜିତିବ ତ ଆମର ଭୋଳା'।

ସୂଚନା ମୁତାବକ ନିକଟରେ ଏହି ବିଧାନସଭା ନିର୍ବାଚନମଣ୍ଡଳୀରେ ତାଙ୍କ ସାନପୁଅ ତେଜସ୍ୱୀ ପ୍ରସାଦ ଯାଦବଙ୍କ ଦ୍ୱାରା ପରିଚାଳିତ ଏକ ପ୍ରଚାର ଅଭିଯାନକୁ ଲାଲୁ ପ୍ରଶଂସା କରିଥିଲେ। ଜେଡି(ୟୁ) ନେତା ନୀତୀଶ କୁମାରଙ୍କ ନାଁ ନନେଇ ତାଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ତେଜସ୍ୱୀ ଯାଦବ ସବୁଆଡେ ବୁଲୁଛନ୍ତି। ସେମାନଙ୍କୁ ସେ ହିଁ ଉପାଡି ଫିଙ୍ଗି ଦେଇଛନ୍ତି। ଆଉ ଯାହା ବାକି ଅଛି ଆମେ ତାକୁ ବିସର୍ଜନ କରିଦେବୁ। ଆମ ଦଳ ବିପୁଳ ଭୋଟରେ ଜିତିବ। ଏହି ଦୁଇଟି ଆସନରେ ତାଙ୍କ ଦଳର ବିଜୟ ପରେ ଶାସକ ଏନଡିଏରେ ହଇଚଇ ସୃଷ୍ଟି ହୋଇଯିବ ବୋଲି ଆରଜେଡି ମୁଖ୍ୟ ଦାବି କରିଛନ୍ତି।

Related story