ନିର୍ବାଚନ ପରେ କରୋନାରେ ଆକ୍ରାନ୍ତ ହେଲେ ମୁଖ୍ୟମନ୍ତ୍ରୀ

ଥିରୁଭନନ୍ତପୁରମ: ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିଥିବା କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଭୋଟ ଗ୍ରହଣ ପରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ କୌଣସି ଜଟିଳ ସମସ୍ୟା ଏଯାଏ ଦେଖାଯାଇ ନାହିଁ। ସେ ଟ୍ୱିଟ କରି କହିଛନ୍ତି ଯେ ମୁଁ କରୋନାରେ ଆକ୍ରାନ୍ତ ହୋଇଛି। ଏଥିପାଇଁ କୋଝିକୋଡ଼ି ସ୍ଥିତ ସରକାରୀ ମେଡିକାଲରେ ଚିକିତ୍ସିତ ହେବି। ମୋ ସଂସ୍ପର୍ଶରେ ଆସିଥିବା […]

Pinarayi-Vijayan

Hemant Lenka
  • Published: Thursday, 08 April 2021
  • , Updated: 08 April 2021, 08:23 PM IST

ଥିରୁଭନନ୍ତପୁରମ: ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରିଥିବା କେରଳର ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଭୋଟ ଗ୍ରହଣ ପରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ କୌଣସି ଜଟିଳ ସମସ୍ୟା ଏଯାଏ ଦେଖାଯାଇ ନାହିଁ।

ସେ ଟ୍ୱିଟ କରି କହିଛନ୍ତି ଯେ ମୁଁ କରୋନାରେ ଆକ୍ରାନ୍ତ ହୋଇଛି। ଏଥିପାଇଁ କୋଝିକୋଡ଼ି ସ୍ଥିତ ସରକାରୀ ମେଡିକାଲରେ ଚିକିତ୍ସିତ ହେବି। ମୋ ସଂସ୍ପର୍ଶରେ ଆସିଥିବା ଲୋକମାନେ ଦୟା କରି ନିଜକୁ ସେଲଫ ଆଇସୋଲେଟ୍‌ କରି ନିଅନ୍ତୁ। ଦରକାର ପଡ଼ିଲେ ଟେଷ୍ଟ ମଧ୍ୟ କରାନ୍ତୁ ବୋଲି ବିଜୟନ କହିଛନ୍ତି।


ଏପ୍ରିଲ ୬ରେ କେରଳର ସମସ୍ତ ୧୪୦ ବିଧାନସଭା ଆସନ ପାଇଁ ଭୋଟିଂ ଶେଷ ହୋଇଥିଲା। ଏହାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ତାଙ୍କ ଝିଅ ବୀଣା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗତ କିଛି ସପ୍ତାହ ହେଲାଣି କେରଳରେ କରୋନା ଗ୍ରାଫ ଉପର ମୁହାଁ ହୋଇଛି।

ବୁଧବାର ରାଜ୍ୟରେ ୩,୫୦୨ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ଓ ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧,୪୪,୫୯୪ରେ ପହଞ୍ଚି ଥିବା ବେଳେ ମୃତ୍ୟୁସଂଖ୍ୟା ୪୭୧୦କୁ ବୃଦ୍ଧି ପାଇଛି। ସେହିପରି ମୋଟ ୧୧,୦୮,୦୭୮ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି।

Related story