କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ଭିତରେ ମୋଦିଙ୍କୁ ଭେଟିଲେ ଶିବରାଜ

ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିବାକୁ ଯୋଜନା କରୁଛନ୍ତି। ବିଜେପି ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ବିଚାର ବିମର୍ଶ କରୁଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ଆଜି ଅପରାହ୍ନରେ ଏହି ଘେଟଘାଟ ହୋଇଛି। ଉଭୟ ପାଖାପାଖି ୮୦ ମିନିଟ ଧରି ଆଲୋଚନା କରିଥିବା ସୂଚନା ରହିଛି। ଶିବାରଜ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା […]

modi-shivraj

modi-shivraj

Subhransu Sekhar
  • Published: Wednesday, 16 June 2021
  • Updated: 16 June 2021, 06:52 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିବାକୁ ଯୋଜନା କରୁଛନ୍ତି। ବିଜେପି ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ନେଇ ବିଚାର ବିମର୍ଶ କରୁଛନ୍ତି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ଆଜି ଅପରାହ୍ନରେ ଏହି ଘେଟଘାଟ ହୋଇଛି। ଉଭୟ ପାଖାପାଖି ୮୦ ମିନିଟ ଧରି ଆଲୋଚନା କରିଥିବା ସୂଚନା ରହିଛି।

ଶିବାରଜ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଟ୍ୱିଟ୍ କରି କହିଛନ୍ତି, ସେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ମଧ୍ୟପ୍ରଦେଶରେ କୋଭିଡ ସ୍ଥିତି ବିଷୟରେ ଅବଗତ କରାଇଛନ୍ତି। ତୃତୀୟ ଲହର ମୁକାବିଲା କରିବାକୁ ପ୍ରସ୍ତୁତ ଚାଲିଛି ବୋଲି ପିଏମଙ୍କୁ ଜଣାଇଥିବା ସେ ଟ୍ୱିଟ୍ କରି କହିଛନ୍ତି।

ଅନ୍ୟ ଏକ ଟ୍ୱିଟରେ ଚୌହାନ ମୋଦିଙ୍କୁ ପ୍ରଶଂସା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ହେଉଛନ୍ତି 'ମ୍ୟାନ୍ ଅଫ୍ ଆଇଡିଆଜ' ଏବଂ ତାଙ୍କ ନିର୍ଦ୍ଦେଶନାରେ ମଧ୍ୟପ୍ରଦେଶରେ ବିକାଶ କାମର ଅଗ୍ରଗତି ହେଉଛି। ଏହି ବିକାଶର କାମ ଅତି ଶୀଘ୍ର ଆଗକୁ ନିଆଯାଇପାରିବ। ଟିକାକରଣ ପ୍ରକ୍ରିୟାକୁ ରାଜ୍ୟରେ ଜୋରଦାର କରିବା ପାଇଁ ନୂଆ ପ୍ଲାନ ଘୋଷଣା କରିଛନ୍ତି।

https://twitter.com/ChouhanShivraj/status/1405103933836566528?s=20

ତେବେ ମିଳିଥିବା ସୂଚନା ଅନୁଯାୟୀ ଶିବରାଜ ସିଂ ଚୌହ୍ୱାନ ବିଜେପି ସଭାପତି ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିବେ ବୋଲି ସୂଚନା ରହିଛି।

ନିକଟରେ ଏକ ଖବର ପ୍ରକାଶ ପାଇଥିଲା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୁଖ୍ୟମନ୍ତ୍ରୀ ଆସନ ଛାଡ଼ିପାରନ୍ତି। ଶିବରାଜ ସରକାରର କ୍ୟାବେନେଟ ମନ୍ତ୍ରୀ ତଥା ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଏହା କହିଥିଲେ। ଏହାକୁ ନେଇ ବିବାଦ ବଢ଼ିବା ପରେ ନରୋତ୍ତମ ମିଶ୍ର କହିଥିଲେ, ବିଜେପି ଶିବରାଜ ସିଂହ ଚୌହ୍ୱାନ ଏବଂ ଭିଡି ଶର୍ମାଙ୍କ ନେତୃତ୍ୱରେ ଏକଜୁଟ ଅଛି।

ଏବେ କେନ୍ଦ୍ରରେ ମୋଦି ସରକାର କୃଷି ବିଲ୍ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ବିବାଦରେ ରହିଛନ୍ତି। ତେଣୁ ବିଭାଗ ଅଦଳ ବଦଳ କରିବା ସହିତ ଦକ୍ଷ ଲୋକଙ୍କୁ ଗୁରୁ ଦାୟିତ୍ୱ ଦେଇ ସରକାରର ଭାବମୂର୍ତ୍ତି ସଜାଡ଼ିବାକୁ ପ୍ରୟାସ କରୁଛନ୍ତି। ଶିବାରଜ ଜଣେ ବିରିଷ୍ଠ ନେତା। ତେଣୁ ଏହି ଭେଟଘାଟ ପଛରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳ ଅଦଳ ବଦଳର ସଂଯୋଗ ଥାଇପାରେ ବୋଲି କୁହାଯାଉଛି। ଯଦିଏ ଶିବରାଜ କି ବିଜେପିର କୌଣସି ନେତା ଏବାବଦରେ କିଛି କହି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos