ଯୋଗୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା: ୮ ପୁଲିସ କର୍ମଚାରୀ ନିଲମ୍ବିତ

ଲକ୍ଷ୍ନୌ: ମହଙ୍ଗା ପଡ଼ିଲା ସୁରକ୍ଷା ବ୍ୟବସ୍ଥା ଢିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ୮ ଜଣ ପୁଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ହୋଇଥିବା ପୁଲିସ କର୍ମୀଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟରଙ୍କ ସମେତ ଜଣେ ସବ୍-ଇନ୍ସପେକ୍ଟର, ୪ ଜଣ କନଷ୍ଟେବଳ, ୨ ଜଣ ମହିଳା କନଷ୍ଟେବଳ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଗୋରଖପୁରରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାରକେଡ ଯାଉଥିବାବେଳେ ଫସିଯାଇଥିଲା।  ଯେଉଁଠି ଭିଭିଆଇପି ଯାତ୍ରା ବେଳେ ଯାନବାହାନକୁ ଭୁଲ ଦିଗରେ ଛାଡିବା […]

yogi

Tapas Behera
  • Published: Saturday, 11 June 2022
  • , Updated: 11 June 2022, 09:46 PM IST

ଲକ୍ଷ୍ନୌ: ମହଙ୍ଗା ପଡ଼ିଲା ସୁରକ୍ଷା ବ୍ୟବସ୍ଥା ଢିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ୮ ଜଣ ପୁଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବନ ହୋଇଥିବା ପୁଲିସ କର୍ମୀଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟରଙ୍କ ସମେତ ଜଣେ ସବ୍-ଇନ୍ସପେକ୍ଟର, ୪ ଜଣ କନଷ୍ଟେବଳ, ୨ ଜଣ ମହିଳା କନଷ୍ଟେବଳ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶନିବାର ଗୋରଖପୁରରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାରକେଡ ଯାଉଥିବାବେଳେ ଫସିଯାଇଥିଲା।  ଯେଉଁଠି ଭିଭିଆଇପି ଯାତ୍ରା ବେଳେ ଯାନବାହାନକୁ ଭୁଲ ଦିଗରେ ଛାଡିବା କାରଣରୁ ଜାମ ହୋଇଥିଲା।

ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ରାସ୍ତା ଜାମ ହଟାଇଥିଲେ। ଘଟଣାରେ ଗୋରଖପୁର ଏସଏସପି ଏହି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଯୋଗୀ ଆଦିତ୍ୟନାଥ ଗୋରଖପୁର ବିମାନବନ୍ଦରରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସ୍ୱାଗତ କରିବାକୁ ଯାଉଥିବାବେଳେ ଏହି ଅସୁବିଧା ଉପୁଜିଥିଲା। ଏସଏସପି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସ୍ୱାଗତ କରିବାକୁ ଗୋରଖପୁର ବିମାନବନ୍ଦରକୁ ଯାଉଥିଲେ।

ଏହି ସମୟରେ ବିମାନ ବନ୍ଦର ଦ୍ୱାରରେ ଡ୍ୟୁଟିରେ ଥିବା ଆଠ ଜଣ ପୁଲିସ କର୍ମଚାରୀ ଅନ୍ୟ ଗାଡିଗୁଡ଼ିକୁ ଭୁଲ ଦିଗକୁ ଯିବାକୁ କହିଥିଲେ। ଫଳରେ ଯୋଗୀଙ୍କ କାର କେଡ ସାମ୍ନାରେ ଅନ୍ୟ ଗାଡ଼ିଗୁଡ଼ିକ ଯାଇଥିଲା | ଯେଉଁଥିପାଇଁ ସିଏମ ଯୋଗୀଙ୍କ କାର କେଡ଼କୁ ବିମାନ ବନ୍ଦରରେ ପ୍ରବେଶ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।

Related story