ଧମକ ପରେ କମେଡିଆନ ମୁନୱର ଫାରୁକିଙ୍କ କାର୍ଯ୍ୟକ୍ରମ ବାତିଲ

ଗୁରୁଗ୍ରାମ: ଷ୍ଟାଣ୍ଡଅପ କମେଡିଆନ ମୁନୱର ଫାରୁକିଙ୍କୁ ପୁଣିଥରେ ଗୋଟିଏ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁମତି ମିଳିନି। ଗୁରୁଗ୍ରାମରେ ଆୟୋଜିତ କମେଡି ଶୋ’ରେ ସେ ଭାଗ ନେବାର ଥିଲା। କିନ୍ତୁ ଆୟୋଜକମାନଙ୍କୁ ବାରମ୍ବାର ଧମକ ବାର୍ତ୍ତା ଆସିବାରୁ ସେମାନେ କାର୍ଯ୍ୟକ୍ରମରୁ ଫାରୁକିଙ୍କ ନାଁ କାଟି ଦେଇଛନ୍ତି। ଜଣେ ବିଜେପି ନେତା ମଧ୍ୟ ଫାରୁକିଙ୍କ କାର୍ଯ୍ୟକ୍ରମ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ସ୍ଥିତି ବିଗିଡ଼ିବାର ଆଶଙ୍କା ଥିବାରୁ ଆୟୋଜକମାନେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗୁରୁଗ୍ରାମ କମେଡି ଫେଷ୍ଟିଭାଲ ୧୭ରୁ […]

munwar

Hemant Lenka
  • Published: Tuesday, 07 December 2021
  • , Updated: 07 December 2021, 06:56 PM IST

ଗୁରୁଗ୍ରାମ: ଷ୍ଟାଣ୍ଡଅପ କମେଡିଆନ ମୁନୱର ଫାରୁକିଙ୍କୁ ପୁଣିଥରେ ଗୋଟିଏ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁମତି ମିଳିନି। ଗୁରୁଗ୍ରାମରେ ଆୟୋଜିତ କମେଡି ଶୋ’ରେ ସେ ଭାଗ ନେବାର ଥିଲା। କିନ୍ତୁ ଆୟୋଜକମାନଙ୍କୁ ବାରମ୍ବାର ଧମକ ବାର୍ତ୍ତା ଆସିବାରୁ ସେମାନେ କାର୍ଯ୍ୟକ୍ରମରୁ ଫାରୁକିଙ୍କ ନାଁ କାଟି ଦେଇଛନ୍ତି।

ଜଣେ ବିଜେପି ନେତା ମଧ୍ୟ ଫାରୁକିଙ୍କ କାର୍ଯ୍ୟକ୍ରମ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ସ୍ଥିତି ବିଗିଡ଼ିବାର ଆଶଙ୍କା ଥିବାରୁ ଆୟୋଜକମାନେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଗୁରୁଗ୍ରାମ କମେଡି ଫେଷ୍ଟିଭାଲ ୧୭ରୁ ୧୯ ଯାଏ ଅନୁଷ୍ଠିତ ହେବ। ପୂର୍ବରୁ ଏଥିରେ ଫାରୁକିଙ୍କ ବ୍ୟତୀତ ଆଉ କିଛି ଲୋକଙ୍କ ନାଁ ରହିଥିଲା। ଏହି ପୋଷ୍ଟର ସୋଶାଲ ମିଡିଆରେ ଆୟୋଜକମାନେ ରିଲିଜ କରିବା ପରେ ଦକ୍ଷଣିପନ୍ଥୀ ଚିନ୍ତାଧାରାର ଲୋକମାନେ ଫାରୁକିଙ୍କୁ ବିରୋଧ କରିବା ଆରମ୍ଭ କରିଥିଲେ। ଆୟୋଜକମାନଙ୍କୁ ଫୋନ କରି କିଛି ଲୋକ ଫାରୁକି କାର୍ଯ୍ୟକ୍ରମକୁ ଆସିଲେ ବିଭ୍ରାଟ ସୃଷ୍ଟି ହେବ ବୋଲି ଧମକ ମଧ୍ୟ ଦେଇଥିଲେ।

ଖାଲି ସେତିକି ନୁହେଁ ବିଜେପିର ରାଜ୍ୟ ଆଇଟି ସେଲ ଇନଚାର୍ଜ ଅରୁଣ ଯାଦବ ପୁଲିସରେ ଫାରୁକିଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି ଏଫଆଇଆର ଦେଇଥିଲେ। ଏହାର ଫଟୋକୁ ଟ୍ୱିଟ କରି ସେ ଲେଖିଛନ୍ତି, “ବିବାଦୀୟ ଷ୍ଟାଣ୍ଡଅପ କମେଡିଆନ ମୁନୱର ଫାରୁକି ଯେମିତି ଗୁରୁଗ୍ରାମ କମେଡି ଶୋ’ରେ ଭାଗ ନ ନେଇପାରିବେ, ସେଥିପାଇଁ ଅଭିଯୋଗପତ୍ର ଦିଆଯାଇଛି। କୌଣସି ବି ପରିସ୍ଥିତିରେ ଏହି ଗର୍ଦ୍ଦାରର ଶୋ’କୁ ଗୁରୁଗ୍ରାମରେ ଆୟୋଜନ କରିବାକୁ ଦିଆଯିବନି। ଜୟ ଶ୍ରୀରାମ।” ଅରୁଣ ଯାଦବ ତାଙ୍କ ଅଭିଯୋଗରେ ଫାରୁକି ତାଙ୍କ କମେଡି ମାଧ୍ୟମରେ ହିନ୍ଦୁ ବିଶ୍ୱାସକୁ ଆଘାତ ପହଞ୍ଚାଉଥିବା ଉଲ୍ଲେଖ କରିଛନ୍ତି।


ଏହାକୁ ମିଶାଇ ୨୯ ବର୍ଷୀୟ ଫାରୁକିଙ୍କ ଲଗାତର ୧୩ ଶୋ’ ବାତିଲ ହେଲାଣି। ଦକ୍ଷିଣପନ୍ଥୀ ଲୋକ ଓ ନେତାଙ୍କ ଧମକ ଯୋଗୁ ମୁନୱରଙ୍କ ଶୋ’ ବାତିଲ ହେବାରେ ଲାଗିଛି। ପୂର୍ବରୁ କୁନାଲ କାମରାଙ୍କ ଶୋ’କୁ ମଧ୍ୟ ଧମକ ପରେ ବାତିଲ କରାଯାଇଥିଲା।

Related story