ଚରମସୀମାରେ ରାଜ୍ୟପାଳ ଓ ଟିଏମସି କଳି

କୋଲକାତା: ପଶ୍ଚିମବଙ୍ଗ ଜଳୁଛି। ଲୋକେ ସରକାର ଓ ପୁଲିସକୁ ଡରି ଘର ଭିତରେ ଭୟଭୀତ ହୋଇ ରହୁଛନ୍ତି। ଲୋକଙ୍କ ଭୋଟ୍ ପାଇ ସରକାର ଗଢ଼ିଛନ୍ତି ମମତା ବାନାର୍ଜୀ। ହେଲେ ଲୋକଙ୍କ କଥା ନବୁଝି ଆଖି ବଜି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ନିକଟରେ ରାଜ୍ୟପାଳ ଜଗଜୀପ ଧନଖେର ଏଭଳି ଭାଷାରେ ସରକାରଙ୍କ ଉପରେ ବର୍ଷିଥିଲେ। ଏମିତିକି ସେ କହିଥିଲେ ‘ମୋତେ ମୋର ସାମ୍ୱାଧାନିକ କ୍ଷମତା ବ୍ୟବହାର ନକରିବାକୁ ବାଧ୍ୟ କରାଯିବା ଉଚିତ’। ଏବେ ରାଜ୍ୟପାଳଙ୍କ ଏହି କିଛି ପଦ କଥାକୁ […]

west-bengal-governore

Subhransu Sekhar
  • Published: Sunday, 16 May 2021
  • , Updated: 16 May 2021, 04:16 PM IST

କୋଲକାତା: ପଶ୍ଚିମବଙ୍ଗ ଜଳୁଛି। ଲୋକେ ସରକାର ଓ ପୁଲିସକୁ ଡରି ଘର ଭିତରେ ଭୟଭୀତ ହୋଇ ରହୁଛନ୍ତି। ଲୋକଙ୍କ ଭୋଟ୍ ପାଇ ସରକାର ଗଢ଼ିଛନ୍ତି ମମତା ବାନାର୍ଜୀ। ହେଲେ ଲୋକଙ୍କ କଥା ନବୁଝି ଆଖି ବଜି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ନିକଟରେ ରାଜ୍ୟପାଳ ଜଗଜୀପ ଧନଖେର ଏଭଳି ଭାଷାରେ ସରକାରଙ୍କ ଉପରେ ବର୍ଷିଥିଲେ। ଏମିତିକି ସେ କହିଥିଲେ ‘ମୋତେ ମୋର ସାମ୍ୱାଧାନିକ କ୍ଷମତା ବ୍ୟବହାର ନକରିବାକୁ ବାଧ୍ୟ କରାଯିବା ଉଚିତ’।

ଏବେ ରାଜ୍ୟପାଳଙ୍କ ଏହି କିଛି ପଦ କଥାକୁ ଦେହକୁ ନେଇଛି ଶାସକ ଦଳ ଟିଏମସି। ଆଉ ଦଳର ମୁଖପାତ୍ର ରାଜ୍ୟପାଳଙ୍କୁ ସମାଲୋଚନା କରିବାକୁ ଯାଇ ପରୋକ୍ଷରେ ବୁଢ଼ା ଏବଂ ବିଜେପି କର୍ମୀ ବୋଲି କହିଛନ୍ତି।ସେ କହିଛନ୍ତି ରାଜ୍ୟରେ ପରିବର୍ତ୍ତନର ଆହ୍ୱାନ ଦେଇ ନିଜେ ବୃଦ୍ଧ ଜଣଙ୍କ ନିଜର ସାମ୍ୱିଧାନିକ କ୍ଷମତା ଭୁଲିଯାଇଛନ୍ତି। ନିର୍ବାଚନରେ ଟିଏମସି ବିଜୟୀ ହେବାପରେ ନିରାଶ ହୋଇଛନ୍ତି ବୃଦ୍ଧ ଜଣଙ୍କ। ଟିଏମସି ନେତା ଜଣେ ରାଜ୍ୟପାଳଙ୍କୁ ଏଭଳି ସମାଲୋଚନା କରିବାକୁ ନେଇ ଆରମ୍ଭ ହୋଇଛି ରାଜନୀତି।

ଟିଏମସି କ୍ଷମତାକୁ ଆସିବା ପରେ ରାଜ୍ୟପାଳ ଜଗଦୀପ 'ହିଂସା ପ୍ରଭାବିତ ଅଞ୍ଚଳ' ପରିଦର୍ଶନ କରିଥିଲେ। ସରକାର ରାଜ୍ୟପାଳଙ୍କ ଗସ୍ତ ଠିକ୍ ହେବନି କହି କୌଣସି ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇନଥିଲା। ପରେ ବିଏସଏଫ ହେଲିକପ୍ଟର ଯୋଗେ ରାଜ୍ୟପାଳ ହିଂସା ପ୍ରଭାବିତଙ୍କୁ ଭେଟିଥିଲେ। ଆଉ  ପ୍ରଭାବିତଙ୍କୁ ଭେଟିବାକୁ ଯିବା ବେଳେ ଟିଏମସି କର୍ମୀମାନେ ରାଜ୍ୟପାଳଙ୍କୁ ଫେରିଯିବାକୁ ନାରା ଦେଇଥିଲେ।

ରାଜ୍ୟପାଳ କହିଥିଲେ, ଲୋକମାନେ ପୁଲିସ ଏବଂ ଥାନାକୁ ଯିବା ପାଇଁ ଭୟ କରୁଛନ୍ତି। ସମସ୍ତେ ଜାଣିଛନ୍ତି, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପଶ୍ଚିମବଙ୍ଗରେ 'ସରକାର ନାଁରେ କଳଙ୍କ' ବୋଲି ରାଜ୍ୟପାଳ କହିଥିଲେ। ଏହାପରେ ଟିଏମସି କହିଛି ରାଜ୍ୟପାଳ କମ୍ ସେ ବିଜେପି ନେତାର ପରିଚୟ ଧନକର ଦେଉଛନ୍ତି ବୋଲି ଟିଏମସି କର୍ମୀ କହିଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ ଟିଏମସି ତୃତୀୟ ଥର ପାଇଁ କ୍ଷମତାକୁ ଫେରିଛି। ବିଜେପି ସରକାର ଗଢ଼ିବ ବୋଲି କହି ଦମ୍ଭୋକ୍ତି ପ୍ରକାଶ କରିବା ପରେ ବି ଟିଏମସି ବିଜୟୀ ହୋଇଛି। ହେଲେ ଯେଉଁମାନେ ବିଜେପିକୁ ସମର୍ଥନ କରୁଥିଲେ ଏବେ ଟିଏମସି ସମର୍ଥକ ମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା ସହିତ ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି। ଆଉ ପ୍ରାଣ ଭୟରେ ଅନେକ ଲୋକ ଆସାମ ମୁହାଁ ହୋଇଛନ୍ତି। ଏହି ହିଂସା ପ୍ରଭାବିତଙ୍କ ପରିବାର ନ୍ୟାୟ ପାଇଁ ଥାନାକୁ ଗଲେ ପୁଲିସ ନାଲି ଆଖି ଦେଖାଉଥିବା ଅଭିଯୋଗ ହୋଇଛି। ରାଜ୍ୟପାଳ ହିଂସା ପ୍ରଭାବିତଙ୍କୁ ଭେଟିବାକୁ ଯାଇଥିବା ବେଳେ ପ୍ରଭାବିତ ଲୋକମାନେ ତାଙ୍କ ଗୋଡ଼ ଧରି ପ୍ରାଣ ବିକଳରେ ତାଙ୍କୁ ଟିଏମସି କର୍ମୀଙ୍କ କବଳରୁ ଉଦ୍ଧାର କରିବାକୁ ନିବେଦେନ କରିଥିଲେ।

Related story