ଟିକେଟ ଆଶାୟୀଙ୍କୁ ୧୧ ହଜାର ଟଙ୍କା ଲେଖାଏ ଜମା କରିବାକୁ କହିଲା କଂଗ୍ରେସ

ନୂଆଦିଲ୍ଲୀ: ଆର୍ଥିକ ସ୍ଥିତିରେ ଦୁର୍ବଳ ହୋଇଯାଇଥିବା ଦେଶର ସବୁଠାରୁ ପୁରୁଣା ରାଜନୀତିକ ଦଳ କଂଗ୍ରେସ ଏବେ ପାଣ୍ଠି ଯୋଗାଡ଼ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଆସନ୍ତାବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଦଳକୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏହାକୁ ଭରଣ କରିବାକୁ ଏବେ କଂଗ୍ରେସ ନୂଆ ରଣନୀତି ଆପଣାଇଛି। ଉତ୍ତର ପ୍ରଦେଶ ବିଧାନସଭା ପାଇଁ ଦଳର ଟିକେକଟ ପାଇବାକୁ ଇଚ୍ଛା କରୁଥିବା ନେତାମାନେ ପ୍ରଥମେ ଦଳୀୟ ବ୍ୟାଙ୍କ ଆକାଉଣ୍ଟରେ ୧୧ ହଜାର ଟଙ୍କା […]

Congress

Hemant Lenka
  • Published: Wednesday, 15 September 2021
  • , Updated: 15 September 2021, 03:40 PM IST

ନୂଆଦିଲ୍ଲୀ: ଆର୍ଥିକ ସ୍ଥିତିରେ ଦୁର୍ବଳ ହୋଇଯାଇଥିବା ଦେଶର ସବୁଠାରୁ ପୁରୁଣା ରାଜନୀତିକ ଦଳ କଂଗ୍ରେସ ଏବେ ପାଣ୍ଠି ଯୋଗାଡ଼ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। ଆସନ୍ତାବର୍ଷ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଦଳକୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଏହାକୁ ଭରଣ କରିବାକୁ ଏବେ କଂଗ୍ରେସ ନୂଆ ରଣନୀତି ଆପଣାଇଛି। ଉତ୍ତର ପ୍ରଦେଶ ବିଧାନସଭା ପାଇଁ ଦଳର ଟିକେକଟ ପାଇବାକୁ ଇଚ୍ଛା କରୁଥିବା ନେତାମାନେ ପ୍ରଥମେ ଦଳୀୟ ବ୍ୟାଙ୍କ ଆକାଉଣ୍ଟରେ ୧୧ ହଜାର ଟଙ୍କା ଲେଖାଏ ଜମା କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ଟଙ୍କାକୁ ସେମାନେ ଡିଡି କିମ୍ବା ଆରଟିଜିଏସ୍‌ ଜରିଆରେ ମଧ୍ୟ ଦଳର ଆକାଉଣ୍ଟକୁ ପଠାଇପାରିବେ।

ଏ ସମ୍ପର୍କରେ ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ କୁମାର ଲାଲୁଙ୍କ ପକ୍ଷରୁ ଗୋଟିଏ ସର୍କୁଲାର ସେପ୍ଟେମ୍ବର ୧୪ରେ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ଜିଲ୍ଲା ଓ ସହରର ସଭାପତିମାନଙ୍କୁ ଟିକେଟ ଆଶାୟୀଙ୍କ ଠାରୁ ଆବେଦନ ଗ୍ରହଣ କରିବାକୁ ଅଧିକାର ଦିଆଯାଇଛି।

ଆବେଦନ ପତ୍ର ସହ ଫି’ ଦାଖଲ କରିବାକୁ ପଡ଼ିବ। ସେପ୍ଟେମ୍ବର ୨୫ ଯାଏ ଆବେଦନପତ୍ର ସହ ଫି’ ଦାଖଲ କରିହେବ। ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ଏହାକୁ ଜମା କରାଯିବ। ଆବେଦନ ପତ୍ର ସହ ସହଯୋଗ ରାଶି ଭାବେ ୧୧ ହଜାର ଟଙ୍କା ଦେବା ଟିକେଟ ଆଶାୟୀମାନେ ଦେବେ। ସେହିପରି ଅର୍ଥ ରାଶି ଜମା କରିବା ପାଇଁ କଂଗ୍ରେସ ପକ୍ଷରୁ ବ୍ୟାଙ୍କ ଆକାଉଣ୍ଟର ସୂଚନା ମଧ୍ୟ ଦିଆଯାଇଛି।


କଂଗ୍ରେସ ପକ୍ଷରୁ ଉତ୍ତର ପ୍ରଦେଶର ୯୦ଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରି ଦିଆଯାଇଛି। ଏମାନଙ୍କ ମଧ୍ୟରେ ବର୍ତ୍ତମାନ ବିଧାୟକ ଓ ବରିଷ୍ଠ ନେତାମାନେ ରହିଛନ୍ତି। କଂଗ୍ରେସ ପକ୍ଷରୁ ରାଜ୍ୟ ଓ ଜିଲ୍ଲା ୟୁନିଟକୁ ଟିକେଟ ଆଶାୟୀଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏହି ନାଁ ଗୁଡ଼ିକୁ ପ୍ରଥମେ ରାଜ୍ୟ ନିର୍ବାଚନ ପ୍ୟାନେଲ ତର୍ଜମା କରିବ। ଏହାପରେ ଅନୁମୋଦନ ପାଇଁ କେନ୍ଦ୍ରୀୟ କମିଟି ପାଖକୁ ପଠାଯିବ।

ଟିକେଟ ଆଶାୟୀଙ୍କୁ କଂଗ୍ରେସ ପକ୍ଷରୁ ଗୋଟିଏ ଫର୍ମ ପୂରଣ କରିବାକୁ ମଧ୍ୟ ଦିଆଯାଇଛି। ଏଥିରେ ଅନେକ ପ୍ରକାରର ପ୍ରଶ୍ନ ରହିଛି। ଫର୍ମରେ ଜଣେ ଟିକେଟ ଆଶାୟୀ କେତେ ବର୍ଷ ହେଲା କଂଗ୍ରେସରେ ଅଛନ୍ତି ଓ କେତେ ଦିନ ହେଲା ରାଜନୀତିକ କାର୍ଯ୍ୟକଳାପ କରୁଛନ୍ତି, ସେକଥା ପଚରା ଯାଇଛି।

ଅନ୍ୟପକ୍ଷରେ ନିର୍ବାଚନ ପାଇଁ ତାଲିମ ଦେବାକୁ କଂଗ୍ରେସ ୨ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ କରିଛି। ଏହି ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ୫୦୦ଟି କ୍ୟାମ୍ପ ଅନୁଷ୍ଠିତ ହେବ। ଏହି କ୍ୟାମ୍ପ ଗୁଡ଼ିକରେ ୩୦ ହଜାରରୁ ଅଧିକ କଂଗ୍ରେସ ଓ କର୍ମୀଙ୍କୁ ତାଲିମ ଦିଆଯିବ।

Related story