ସରକାରଙ୍କ ସହ ମିଶିଲେ କଂଗ୍ରେସ ବିଧାୟକ, କିନ୍ତୁ ବିରୋଧୀ ଦଳରେ ରହିବେ

ଗୌହାଟୀ: ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବେ। କାରଣ କେମିତି ଜଣେ କଂଗ୍ରେସ ବିଧାୟକ କ୍ଷମତାସୀନ ବିଜେପି ସହ ସାମିଲ ହେବା ପରେ ବି ବିରୋଧୀ ଦଳରେ ରହିବେ? କିନ୍ତୁ ବାସ୍ତବରେ ଏମିତି ଏକ ସ୍ଥିତି ଆସାମରେ ଘଟିଛି। ବିରୋଧୀ କଂଗ୍ରେସ ବିଧାୟକ ଶଶିକାନ୍ତ ଦାସ ସୋମବାର ବିଜେପି ସରକାରରେ ମିଶିଛନ୍ତି। ବିଧାନସଭାରେ ଆଜିଠାରୁ ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ସେ ସରକାରଙ୍କ ସହ ମିଶି କାମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ […]

MLA

MLA

Hemant Lenka
  • Published: Monday, 20 December 2021
  • Updated: 20 December 2021, 10:07 PM IST

Sports

Latest News

ଗୌହାଟୀ: ଶୀର୍ଷକ ପଢ଼ି ଆପଣ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବେ। କାରଣ କେମିତି ଜଣେ କଂଗ୍ରେସ ବିଧାୟକ କ୍ଷମତାସୀନ ବିଜେପି ସହ ସାମିଲ ହେବା ପରେ ବି ବିରୋଧୀ ଦଳରେ ରହିବେ? କିନ୍ତୁ ବାସ୍ତବରେ ଏମିତି ଏକ ସ୍ଥିତି ଆସାମରେ ଘଟିଛି। ବିରୋଧୀ କଂଗ୍ରେସ ବିଧାୟକ ଶଶିକାନ୍ତ ଦାସ ସୋମବାର ବିଜେପି ସରକାରରେ ମିଶିଛନ୍ତି।

ବିଧାନସଭାରେ ଆଜିଠାରୁ ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ସେ ସରକାରଙ୍କ ସହ ମିଶି କାମ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ତେବେ ସେ ତତ୍କାଳ ଭାବେ ନିଜ ଦଳ କଂଗ୍ରେସରୁ ଇସ୍ତଫା ଦେବେ ନାହିଁ। ସେ କଂଗ୍ରେସ ସଦସ୍ୟ ହୋଇଥିଲେ ମଧ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।

ଶଶିକାନ୍ତ ଦାସଙ୍କ ଏପରି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଓ ଆସାମର ବିଜେପି ମୁଖ୍ୟ ଭବେଶ କଲିତା ସ୍ୱାଗତ କରିଛନ୍ତି। ଶ୍ରୀ ଦାସ ଦୀର୍ଘ ବର୍ଷ ହେଲା କଂଗ୍ରେସ ପାଇଁ କାମ କରୁଥିଲେ ହେଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଚ୍ୟାମ୍ବରରେ ସରକାରଙ୍କ ସହ ମିଶିଛନ୍ତି। କଂଗ୍ରେସ ଶ୍ରୀ ଦାସଙ୍କ ଏପରି ନିଷ୍ପତ୍ତିକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛି।

ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, “ରାହା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ଦାସ ସରକାରଙ୍କ ସହ ସାମିଲ ହୋଇଛନ୍ତି। କାରଣ ଏଠାରୁ ସେ ନିର୍ବାଚିତ ହୋଇ ବିଧାନସଭା ଆସିଛନ୍ତି। ସେ ଏଯାଏ ଆମ ରାଜନୀତିକ ଦଳରେ ସାମିଲ ହେବେ କି ନାହିଁ, ତା’ର ନିଷ୍ପତ୍ତି ନେଇନାହାନ୍ତି। ତଥାପି ଆମେ ତାଙ୍କୁ ସ୍ୱାଗତ କରୁଛୁ। ସେ କଂଗ୍ରେସର ବିଧାୟକ ହୋଇ ରହିବ ଓ ଏବେ ଦଳରୁ ଇସ୍ତଫା ଦେବେ ନାହିଁ।”

ଏନଏସ୍‌ୟୁଆଇ ସମୟରୁ ଶଶିକାନ୍ତ ଦାସ କଂଗ୍ରେସ ସହ ରହିଛନ୍ତି। ଦୀର୍ଘ ଦଶନ୍ଧି ଧରି କଂଗ୍ରେସ ପାଇଁ କାମ କରି ଆସୁଥିବା ଶ୍ରୀ ଦାସ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ନାଗାଓଁ ଜିଲ୍ଲାର ରାହା ନିର୍ବାଚନ ମଣ୍ଡଳୀରୁ ଜିତିଛନ୍ତି।

କ’ଣ ଏବେ ଶ୍ରୀ ଦାସ ବିଜେପି ବିଧାୟକ ଦଳ ବୈଠକରେ ବସିବେ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ବିଶ୍ୱଶର୍ମା କହିଛନ୍ତି, “କିଛି ସମୟରେ ସେ ଆମ ସହ ରୁମରେ ଏକାଠି ବସି ପାରନ୍ତି। କିନ୍ତୁ ଗୃହରେ ସେ କଂଗ୍ରେସ ସହ ହିଁ ବସିବେ।” ଏପରି ସ୍ଥିତିରେ ଯଦି ରାହାରେ ଉପ ନିର୍ବାଚନ ପାଇଁ ନିଷ୍ପତ୍ତି ହୁଏ, ତା’ହେଲେ କ’ଣ ହେବ? ଏହାର ଉତ୍ତରେ ସେ କହିଛନ୍ତି, “ବର୍ତ୍ତମାନ ଦୁଇଟି ବ୍ୟବସ୍ଥା ରହିଛି। ପ୍ରଥମଟି ହେଲା, କିଛି ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ହୋଇପାରେ ଓ ଦ୍ୱିତୀୟଟି ହେଲେ ଉପ ନିର୍ବାଚନ ହୋଇନପାରେ। କିନ୍ତୁ ବିରୋଧୀ ଦଳର ବିଧାୟକମାନେ ଆମ ସହ ମିଶି କାମ କରିପାରନ୍ତି।”

ଶଶିକାନ୍ତ ଦାସ କହିଛନ୍ତି, “ବିଶ୍ୱଶର୍ମାଙ୍କ ଉପରେ ମୋ ବିଶ୍ୱାସ ଦୀର୍ଘ ବର୍ଷ ହେଲା ରହିଥିଲା। ରାହାରେ ଏକାଧିକ ବିକାଶମୂଳକ କାର୍ଯ୍ୟ ପାଇଁ ମୁଁ ତାଙ୍କୁ ଦେଖା କରିଥିଲି। ସେ ବେଶ ସକାରାତ୍ମକ ଭାବେ ଏହି କାର୍ଯ୍ୟ କରିବାକୁ ରାଜି ହୋଇଥିଲେ। ମୁଁ ସରକାରଙ୍କ ସହ କେବଳ ବିକାଶମୂଳକ କାର୍ଯ୍ୟକ୍ରମ କରିବାକୁ ସାମିଲ ହୋଇଛି। କିନ୍ତୁ କଂଗ୍ରେସ ଛାଡ଼ିବା ନେଇ ମୁଁ କୌଣସି ନିଷ୍ପତ୍ତି ଏଯାଏ ନେଇନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story