ମହଙ୍ଗା ପଡ଼ିଲା କ୍ରସ୍‌ ଭୋଟିଂ: କଂଗ୍ରେସ ବିଧାୟକ ଦଳରୁ ବହିଷ୍କୃତ

ନୂଆଦିଲ୍ଲୀ: ଶନିବାର କଂଗ୍ରେସରୁ ବହିଷ୍କାର ହୋଇଛନ୍ତି ହରିୟାଣାର ବିଧାୟକ କୁଲଦୀପ ବିଷ୍ଣୋୟୀ। ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବାରୁ ତାଙ୍କ ଉପରେ ଦଳର ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କ କ୍ରସ୍‌ ଭୋଟିଂ ପାଇଁ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନ ପରାଜିତ ହୋଇଥିଲେ। ଏହା ପୂର୍ବରୁ କୁଲଦୀପଙ୍କ ଠାରୁ ସବୁ ଦାୟିତ୍ୱ କାଢ଼ି ନିଆଯାଇଥିଲା। ହରିୟାଣା ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କ ପରାଜୟ ପରେ କୁଲଦୀପ ବିଶ୍ନୋଇ ଏକ ଟ୍ୱିଟ୍‌ କରିଥିଲେ। ସେଥିରେ […]

hariyana

Tapas Behera
  • Published: Saturday, 11 June 2022
  • , Updated: 12 June 2022, 07:49 AM IST

ନୂଆଦିଲ୍ଲୀ: ଶନିବାର କଂଗ୍ରେସରୁ ବହିଷ୍କାର ହୋଇଛନ୍ତି ହରିୟାଣାର ବିଧାୟକ କୁଲଦୀପ ବିଷ୍ଣୋୟୀ। ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବାରୁ ତାଙ୍କ ଉପରେ ଦଳର ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କ କ୍ରସ୍‌ ଭୋଟିଂ ପାଇଁ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନ ପରାଜିତ ହୋଇଥିଲେ। ଏହା ପୂର୍ବରୁ କୁଲଦୀପଙ୍କ ଠାରୁ ସବୁ ଦାୟିତ୍ୱ କାଢ଼ି ନିଆଯାଇଥିଲା।

ହରିୟାଣା ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କ ପରାଜୟ ପରେ କୁଲଦୀପ ବିଶ୍ନୋଇ ଏକ ଟ୍ୱିଟ୍‌ କରିଥିଲେ। ସେଥିରେ ସେ କଂଗ୍ରେସକୁ କଟାକ୍ଷ କରିଥିଲେ। ସାପ ଡରରେ ଜଙ୍ଗଲ ଛାଡ଼ି ଚାଲିଯିବା ଲୋକ ସେ ନୁହଁନ୍ତି ବୋଲି ଉଲ୍ଲେଖ କରିଥିଲେ।

ବିଜେପି-ଜେଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ କାର୍ତିକେୟ ଶର୍ମାଙ୍କ ସହିତ କଡ଼ା ଟକ୍କର ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। କୁଲଦୀପ ବିଷ୍ଣୋୟୀ କ୍ରସ ଭୋଟିଂ କରିଥିବା ବେଳେ ଦଳର ଅନ୍ୟ ଜଣେ ବିଧାୟକ କିରଣ ଚୌଧୁରୀଙ୍କ ଭୋଟ୍ ନାକଚ ହୋଇଥିଲା । ଭୋଟିଂ ପ୍ରକ୍ରିୟାରେ କିଛି ତ୍ରୁଟି ଯୋଗୁଁ ତାଙ୍କ ଭୋଟ ଗ୍ରହଣ କରାଯାଇ ନଥିଲା। ତେବେ ଏହି କେବଳ ଏକ ତ୍ରୁଟି ଥିଲା ନା ଯୋଜନାବଦ୍ଧ ଭାବେ ଏଭଳି ତ୍ରୁଟି କରାଯାଇଛି, ସେ ନେଇ କଂଗ୍ରେସ ସମୀକ୍ଷା କରୁଛି। ଯଦି କୌଣସି ପ୍ରକାର ଷଡ଼ଯନ୍ତ୍ରର ତଥ୍ୟ ସାମ୍ନାକୁ ଆସେ ତା’ହେଲେ କିରଣ ଚୌଧୁରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦଳ।

Related story