ବର ବେଶରେ ସଜେଇ ହୋଇ ଟ୍ରୋଲ୍‌ ହେଲେ କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର। ମୁଣ୍ଡରେ ପଗଡି ବେକରେ ଫୁଲ ମାଳ ପକାଇ ବର ବେଶରେ ଆସିଲେ ନଜର। ନିକଟରେ ଏକ ନବବିବାହତ ଦମ୍ପତ୍ତିଙ୍କ ସହ ବର ବେଶ୍‌ରେ ସଜେଇ ହୋଇ ଶଶୀ ଥରୁର ପହଞ୍ଚିଥିଲେ। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଶଶୀ ଥରୁରଙ୍କୁ ଜୋରଦାର ଟ୍ରୋଲ ମଧ୍ୟ କରାଯାଉଛି। ଟ୍ରୋଲର ଶିକାର ହେବା ପରେ କଂଗ୍ରେସ ନେତା ନିଜ ଜବାବ ରଖିଛନ୍ତି। […]

Tharoor

Madhupriya Mistry
  • Published: Saturday, 08 January 2022
  • , Updated: 08 January 2022, 06:32 PM IST

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର। ମୁଣ୍ଡରେ ପଗଡି ବେକରେ ଫୁଲ ମାଳ ପକାଇ ବର ବେଶରେ ଆସିଲେ ନଜର। ନିକଟରେ ଏକ ନବବିବାହତ ଦମ୍ପତ୍ତିଙ୍କ ସହ ବର ବେଶ୍‌ରେ ସଜେଇ ହୋଇ ଶଶୀ ଥରୁର ପହଞ୍ଚିଥିଲେ। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଶଶୀ ଥରୁରଙ୍କୁ ଜୋରଦାର ଟ୍ରୋଲ ମଧ୍ୟ କରାଯାଉଛି।

ଟ୍ରୋଲର ଶିକାର ହେବା ପରେ କଂଗ୍ରେସ ନେତା ନିଜ ଜବାବ ରଖିଛନ୍ତି। ଏକ ସାକ୍ଷାତକାରରେ ସେ କାହିଁକି ଏଭଳି ସଜେଇ ହୋଇଯାଇଥିଲେ ସେ ନେଇ ସଫେଇ ରଖିଛନ୍ତି। ସେ କହିଛନ୍ତି, 'ତାଙ୍କୁ ଏହି ବିବାହ ଉତ୍ସବକୁ ଆମନ୍ତ୍ରିତ କରାଯାଇଥିଲା। ଉକ୍ତ ବିବାହ ଉତ୍ସବରେ, କେବଳ ମୁଁ ଏକୁଟିଆ ନୁହେଁ ବରଂ ସବୁ ଅତିଥି ମୁଣ୍ଡରେ ପଗଡି ପିନ୍ଧିଥିଲେ। ଆଉ ବେକରେ ଫୁଲ ମାଳ ମୋତେ ସେଠାକାର ଲୋକମାନେ ପିନ୍ଧାଇଥିଲେ।'

ସୂଚନା ଯୋଗ୍ୟ ଯେ, ସୋଶାଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହୋଇଥିଲା ସେଥିରେ ଏହି କଂଗ୍ରେସ ନେତା ଜଣକ ବର-କନିଆଁଙ୍କ ସହ ମୁଣ୍ଡରେ ପଗଡି ଆଉ ବେକରେ ଫୁଳମାଳ ପକାଇ ପାରମ୍ପାରିକ ପୋଷାକ ପିନ୍ଧି ଠିଆ ହୋଇଥିଲେ। ସାଧାରଣତଃ ଏହି ସବୁ ଜିନିଷ ଜଣେ ବର ପିନ୍ଧିଥାଏ।

ଉଲ୍ଲେଖଥାଉ କି, ଏହି ଫଟୋଟି ହେଉଛି ଅର୍ବାନ୍‌ ମିଡିଆ ନେଟୱାର୍କର ଏମଡି ତଥା ଗ୍ରୁପ୍ ସିଇଓ ଅଭିଷେକ କୁଲକର୍ଣ୍ଣିଙ୍କର ବିବାହ ବେଳର। ଏଥିରେ ଅଭିଷେକ ତାଙ୍କ ପତ୍ନୀ ଚାହତଙ୍କ ସହ ଛିଡା ହୋଇଛନ୍ତି ଏବଂ ଶଶୀ ଥରୁର ମଧ୍ୟ ତାଙ୍କ ସହିତ ଏହି ଫଟୋରେ ଅଛନ୍ତି।

ଅଭିଷେକ ନିଜେ ଏହି ଫଟୋକୁ ଶେଆର କରିଥିଲେ। ଆଉ କ୍ୟାପସନ୍‌ରେ ଲେଖିଥିଲେ, 'ସେହି ବ୍ୟକ୍ତି ଯିଏ ମୋତେ ବ୍ୟକ୍ତିଗତ ରୂପ ଭଲ ଲାଗନ୍ତି, ସେ ମୋତେ ଆଶୀର୍ବାଦ ଦେବାରେ କେବେବି ଅସଫଳ ରୁହନ୍ତି ନାହିଁ। ମୋ ଜୀବନର ସବୁଠାରୁ ବିଶେଷ ଦିନରେ ଶଶୀ ଥରୁର ମୋ ସହ ଥିଲେ। ମହାବଲେଶ୍ୱରରେ ଆମ ସହ ଆଉ ଦୁଇ ଦିନ ମଧ୍ୟ ରହିଥିଲେ। ମୋତେ ଆଉ ମୋ ପତ୍ନୀଙ୍କୁ ଆଶୀର୍ବାଦ ଦେଇଥିଲେ ଏବଂ ଆମ ବିବାହର ଆନନ୍ଦ ଉଠାଇଥିଲେ।' କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ଏହି ଫଟୋ ସାମ୍ନାକୁ ଆସିବା ପରେ ଏହି ପୋଷ୍ଟରେ ଅନେକ ଲୋକେ ପ୍ରତିକ୍ରିୟା ଦେଇଛନ୍ତି।

https://twitter.com/navin_gaulechha/status/1467507234208829440?s=20

Related story