ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଏମଭିଏରେ ଫାଟ! ଉଦ୍ଧବଙ୍କୁ ଏମିତି କହିଲା କଂଗ୍ରେସ

ନୂଆଦିଲ୍ଲୀ: ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ସମର୍ଥନ ଘୋଷଣା କରିଛନ୍ତି। ଏହି ସମର୍ଥନ ପରେ ଉଦ୍ଧବ କଂଗ୍ରେସ ଓ ଏନସିପି ସହ ମିଶି ମହାରାଷ୍ଟ୍ରରେ ଗଠନ କରିଥିବା ମହା ବିକାଶ ଅଘାଡି(ଏମଭିଏ)ରେ ଫାଟ ସୃଷ୍ଟି ହୋଇଛି। ଉଦ୍ଧବଙ୍କ ସମର୍ଥନ ପରେ କଂଗ୍ରେସ ଏହାକୁ ନେଇ ତାଙ୍କୁ ପରୋକ୍ଷରେ ସମାଲୋଚନା କରିଛି। ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ ଉଦ୍ଧବଙ୍କ ନିଷ୍ପତ୍ତିକୁ ନେଇ […]

Uddhav-

Hemant Lenka
  • Published: Wednesday, 13 July 2022
  • , Updated: 13 July 2022, 05:51 PM IST

ନୂଆଦିଲ୍ଲୀ: ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ସମର୍ଥନ ଘୋଷଣା କରିଛନ୍ତି। ଏହି ସମର୍ଥନ ପରେ ଉଦ୍ଧବ କଂଗ୍ରେସ ଓ ଏନସିପି ସହ ମିଶି ମହାରାଷ୍ଟ୍ରରେ ଗଠନ କରିଥିବା ମହା ବିକାଶ ଅଘାଡି(ଏମଭିଏ)ରେ ଫାଟ ସୃଷ୍ଟି ହୋଇଛି।

ଉଦ୍ଧବଙ୍କ ସମର୍ଥନ ପରେ କଂଗ୍ରେସ ଏହାକୁ ନେଇ ତାଙ୍କୁ ପରୋକ୍ଷରେ ସମାଲୋଚନା କରିଛି। ମହାରାଷ୍ଟ୍ରର ବରିଷ୍ଠ କଂଗ୍ରେସ ନେତା ବାଲାସାହେବ ଥୋରାଟ ଉଦ୍ଧବଙ୍କ ନିଷ୍ପତ୍ତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଉଦ୍ଧବ ଠାକରେ ଏବେ ବି ଏମଭିଏର ଅଂଶବିଶେଷ ଥିବା ବେଳେ ଶିବସେନାର ଆଦର୍ଶ ବଦଳ ନୀତି ଉପରେ ଥୋରାଟ ପ୍ରଶ୍ନ କରିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ରାଷ୍ଟ୍ରପତି ନିର୍ବାଚନ ଗୋଟିଏ ଆଦର୍ଶଗତ ଲଢ଼େଇ। ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଏହି ଲଢ଼େଇ। ଏହା ଆଦୌ ପୁରୁଷ ବନାମ ମହିଳା କିମ୍ବା ଆଦିବାସୀ ବନାମ ଅଣ ଆଦିବାସୀ ଲଢ଼େଇ ନୁହେଁ। ଯେଉଁମାନେ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ସପକ୍ଷରେ ରହିଛନ୍ତି, ସେମାନେ ରାଷ୍ଟ୍ରପତି ନିର୍ବାଚନରେ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଛନ୍ତି।

କାହିଁକି ଶିବସେନା ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ? ସେମାନେ ସମର୍ଥନ ପଛର ଏକାଧିକ କାରଣ କହିଛନ୍ତି। କିନ୍ତୁ ଆମେ ଏହା ପଛରେ ଶିବସେନା ନେତୃବୃନ୍ଦଙ୍କ ପ୍ରକୃତ ଉଦ୍ଦେଶ୍ୟ ସମ୍ପର୍କରେ କିଛି ବି କହିବୁ ନାହିଁ। ଶିବସେନା ଗୋଟିଏ ଅଲଗା ରାଜନୀତିକ ଦଳ। ତେଣୁ ସେମାନେ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇ ପାରିବେ। ହେଲେ ଏହି ଆଦର୍ଶଗତ ଲଢ଼େଇ ଓ ଯେଉଁଭଳି ଅଗଣତାନ୍ତ୍ରିକ ଭାବେ ରାଜ୍ୟ ସରକାରଙ୍କୁ ବାହାର କରି ଦିଆଗଲା, ସେଭଳି ସ୍ଥିତିରେ ଶିବସେନାର ସମର୍ଥନ ଆଦୌ ବୁଝାପଡ଼ୁନି। ଶିବସେନା ଏବେ ବି ମହା ବିକାଶ ଅଘାଡିର ଅଂଶବିଶେଷ ହୋଇ ରହିଛି। କିନ୍ତୁ ସେମାନେ ନିଷ୍ପତ୍ତି ନେବା ପୂର୍ବରୁ ଥରେ ହେଲେ ଆମ ସହ ଏ ସମ୍ପର୍କରେ ଆଲୋଚନା କଲେନାହିଁ।”


ଅନ୍ୟପକ୍ଷରେ ଏମଭିଏରେ ଥିବା ଏନସିପି ନେତା ଜୟନ୍ତ ପାଟିଲ କହିଛନ୍ତି, ପ୍ରତିଟି ରାଷ୍ଟ୍ରପତି ନିର୍ବାଚନରେ ଶିବସେନା ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇଥାଏ। ଏହା ଆଦୌ ଏନଡିଏକୁ ସମର୍ଥନ ନୁହେଁ। ଦ୍ରୌପଦୀ ମୁର୍ମୁ ଆଦିବାସୀ ସଂପ୍ରଦାୟରୁ ଆସିଛନ୍ତି। ତେଣୁ ଶିବସେନା ତାଙ୍କୁ ସମର୍ଥନ କରିଛି ବୋଲି ସେ କହିଛନ୍ତି।

Related story