ସଲମାନ ଖୁର୍ସିଦଙ୍କ ‘ଅଯୋଧ୍ୟା’ ବହିକୁ ନେଇ ବିବାଦ, ମାମଲା ପାଇଁ ପିଟିସନ

ନୂଆଦିଲ୍ଲୀ: ଭେଟରାନ କଂଗ୍ରେସ ନେତା ସଲମାନ ଖୁର୍ସିଦ ଅଯୋଧ୍ୟା ଉପରେ ଲେଖିଥିବା ନିଜର ନୂଆ ବହିକୁ ନେଇ ବିବାଦରେ ଫସିଛନ୍ତି। ସେ ବହିରେ କୁଆଡ଼େ ହିନ୍ଦୁତ୍ୱକୁ ମୌଳବାଦୀ ଇସଲାମିକ ଟେରର ଗ୍ରୁପ୍‌ ସହ ତୁଳନା କରିଛନ୍ତି। ଏଥିପାଇଁ ତାଙ୍କ ନାଁରେ ଦିଲ୍ଲୀର ଜଣେ ଓକିଲ ପୁଲିସରେ ଅଭିଯୋଗ କରିଛନ୍ତି। ଆସନ୍ତାବର୍ଷ ୫ ରାଜ୍ୟରେ ବିଧାନସଭା ଥିବାରୁ କଂଗ୍ରେସ ସାଂପ୍ରଦାୟିକ ରାଜନୀତି କରି ମୁସଲିମ ଭୋଟ ଦଖଲ କରିବାକୁ ଚାହୁଁଥିବା ବିଜେପି ଅଭିଯୋଗ କରିଛି। ଏଥିସହ ସଲମାନ ଖୁର୍ସିଦଙ୍କୁ […]

salman-Khurshid

Hemant Lenka
  • Published: Thursday, 11 November 2021
  • , Updated: 11 November 2021, 05:45 PM IST

ନୂଆଦିଲ୍ଲୀ: ଭେଟରାନ କଂଗ୍ରେସ ନେତା ସଲମାନ ଖୁର୍ସିଦ ଅଯୋଧ୍ୟା ଉପରେ ଲେଖିଥିବା ନିଜର ନୂଆ ବହିକୁ ନେଇ ବିବାଦରେ ଫସିଛନ୍ତି। ସେ ବହିରେ କୁଆଡ଼େ ହିନ୍ଦୁତ୍ୱକୁ ମୌଳବାଦୀ ଇସଲାମିକ ଟେରର ଗ୍ରୁପ୍‌ ସହ ତୁଳନା କରିଛନ୍ତି। ଏଥିପାଇଁ ତାଙ୍କ ନାଁରେ ଦିଲ୍ଲୀର ଜଣେ ଓକିଲ ପୁଲିସରେ ଅଭିଯୋଗ କରିଛନ୍ତି।

ଆସନ୍ତାବର୍ଷ ୫ ରାଜ୍ୟରେ ବିଧାନସଭା ଥିବାରୁ କଂଗ୍ରେସ ସାଂପ୍ରଦାୟିକ ରାଜନୀତି କରି ମୁସଲିମ ଭୋଟ ଦଖଲ କରିବାକୁ ଚାହୁଁଥିବା ବିଜେପି ଅଭିଯୋଗ କରିଛି। ଏଥିସହ ସଲମାନ ଖୁର୍ସିଦଙ୍କୁ କଂଗ୍ରେସରୁ ବିଦା କରି ସୋନିଆ ଗାନ୍ଧି ପୂରା ଘଟଣାରେ ବୟାନ ଦିଅନ୍ତୁ ବୋଲି ଦଳ ଦାବି କରିଛି।

ଖୁର୍ସିଦଙ୍କ ନୂଆ ବହି ''Sunrise Over Ayodhya: Nationhood in Our Times''ର ଗୋଟିଏ ପାରାଗ୍ରାଫରେ କୁହାଯାଇଛି ଯେ ସନାତନ ଧର୍ମ ଓ ସାଧୁ-ସନ୍ଥମାନେ ଜାଣିଥିବା ଶାସ୍ତ୍ରୀୟ ହିନ୍ଦୁତ୍ୱକୁ ଏବେ ଏଡ଼ାଇ ଦିଆଯାଇଛି। ଏହା ବଦଳରେ ରାଜନୀତିକ ଫାଇଦା ପାଇଁ ଉଗ୍ର ହିନ୍ଦୁତ୍ୱ ଲାଗୁ କରାଯାଉଛି। ଇସଲାମିକ ଜିହାଦୀ ଆଇଏସଆଇ ଓ ବୋକୋ ହାରାମ ଯେମିତି କିଛି ବର୍ଷ ହେଲା ଧର୍ମକୁ ବ୍ୟବହାର କରୁଛନ୍ତି, ହିନ୍ଦୁତ୍ୱ ମଧ୍ୟ ବର୍ତ୍ତମାନ ସେହିପରି ସ୍ତରକୁ ଆସି ଯାଇଛି ବୋଲି ସେ ନିଜ ବହିରେ କହିବାକୁ ଚେଷ୍ଟା କରିଛନ୍ତି।

ଏହି ଘଟଣାକୁ ନେଇ ଦିଲ୍ଲୀର ଜଣେ ଓକିଲ ପୁଲିସ୍‌ କମିଶନରଙ୍କୁ ସଲମାନ ଖୁର୍ସିଦଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିବେଦନ କରିଛନ୍ତି। ସେ ହିନ୍ଦୁତ୍ୱକୁ ଅପମାନିତ କରିଛନ୍ତି ବୋଲି ଓକିଲ ଜଣଙ୍କ କହିଛନ୍ତି। ବିଜେପି ମଧ୍ୟ ଏହାର ସୁଯୋଗ ନେଇ କଂଗ୍ରେସକୁ ଟାର୍ଗେଟ କରିଛି।

ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ ଉକ୍ତ ପାରାକୁ ହାଇଲାଇଟ୍‌ କରି ଟ୍ୱିଟ କରିଛନ୍ତି। ସେ କହିଛନ୍ତି, ସଲମାନ ଖୁର୍ସିଦ ତାଙ୍କ ବହିରେ ଇସଲାମିକ ଜିହାଦୀ ଆଇଏସଆଇ ଓ ବୋକୋ ହାରାମ ସହ ହିନ୍ଦୁତ୍ୱ ସମାନ ବୋଲି କହିଛନ୍ତି। ଯେଉଁ ଦଳ କିଛି ମୁସଲିମ ଭୋଟ ପାଇଁ ଗେରୁଆ ଟେରର କଥା କହିପାରୁଛି, ସେହି ଦଳରେ ଥିବା ଜଣେ ନେତାଙ୍କ ଠାରୁ ଆଉ କ’ଣ ବା ଆଶା କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ବିଜେପି ମୁଖପାତ୍ର ଗୌରବ ଭାଟିଆ ମଧ୍ୟ ସଲମାନ ଖୁର୍ସିଦଙ୍କ ବହି ହିନ୍ଦୁ ଭାବନାକୁ ଆଘାତ ଦେଇଥିବା କହିଛନ୍ତି। ସେ କହିଛନ୍ତି, “ହିନ୍ଦୁବାଦକୁ ଆଇଏସ ଓ ବୋକା ହାରାମ ସହ ତୁଳନା କରାଯାଉଛି। ଭାରତରେ ରହିଥିବା କଂଗ୍ରେସ କାହିଁକି ଏମିତି କାମ କରୁଛି? ହିନ୍ଦୁଙ୍କ ବିରୋଧରେ କଂଗ୍ରେସ କାମ କରୁଛି। ସବୁ କିଛି ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ପ୍ରରୋଚନାରେ ହେଉଛି।

ପୂର୍ବରୁ ‘ହିନ୍ଦୁ ଆତଙ୍କବାଦ’ ଶବ୍ଦ ବ୍ୟବହାର ହେଉଥିଲା। ଏହି ଶବ୍ଦ କଂଗ୍ରେସ ଅଫିସରୁ ହିଁ ସୃଷ୍ଟି ହୋଇଥିଲା। ଯଦି ସୋନିଆ ଗାନ୍ଧି ହିନ୍ଦୁମାନଙ୍କୁ ସମ୍ମାନ କରନ୍ତି, ତା’ହେଲେ ସେ ସାମ୍ନାକୁ ଆସି ଖୁର୍ସିଦ ଲେଖିଥିବା କଥା ଉପରେ ସ୍ପଷ୍ଟୀକରଣ ଦିଅନ୍ତୁ। ଯଦି ଆପଣ ଚୁପ ରହିଲେ, ତା’ହେଲେ ଆମେ ଭାବିବୁ ଯେ ଆପଣଙ୍କ ଆଦର୍ଶ ହିନ୍ଦୁ ବିରୋଧୀ।”


ବିବାଦ ବଢ଼ୁଥିବା ବେଳେ ସଲମାନ ଖୁର୍ସିଦ କହିଛନ୍ତି, ହିନ୍ଦୁ ଧର୍ମ ବହୁତ ଉଚ୍ଚସ୍ତରର ଧର୍ମ। ଏଥିପାଇଁ ଗାନ୍ଧିଜୀ ଦେଇଥିବା ପ୍ରେରଣା ଠାରୁ ଆଉ କିଛି ବଡ଼ ହୋଇ ନପାରେ। ଯଦି କେହି ଏହା ଉପରେ ନୂଆ କିଛି ଲଗାଇ ଦେଉଛି ମୁଁ କାହିଁକି ଏହାକୁ ମାନିବି? ଯଦି କେହି ହିନ୍ଦୁ ଧର୍ମକୁ ଅପମାନିତ କରେ, ତା’ହେଲେ ବି ମୁଁ ମୁହିଁ ଖୋଲିବି। ବହିରେ ମୁଁ ହିନ୍ଦୁତ୍ୱର ରାଜନୀତିକରଣର କରୁଥିବା ଲୋକ ଭୁଲ ଓ ଆଇଏସଆଇଏସ୍‌ ମଧ୍ୟ ଭୁଲ ବୋଲି କହିଛି।

Related story