ଯୋଡ଼ା ଯମଜ ଭ୍ରାତାଙ୍କୁ ମିଳିଲା ସରକାରୀ ଚାକିରି

ଅମୃତସର: ପଞ୍ଜାବର ଯୋଡ଼ା ଯମଜ ଭ୍ରାତାଙ୍କୁ ମିଳିଛି ସରକାରୀ ଚାକିରି। ଏମାନେ ଦୁଇ ଭାଇ ହୋଇଥିଲେ ମଧ୍ୟ ସେମାନଙ୍କ ଶରୀରର ଏକ। ଅମୃତସରର ଏହି ଯୋଡ଼ା ଯମଜ ଭ୍ରାତାଙ୍କୁ ପଞ୍ଜାବ ରାଜ୍ୟ ବିଦ୍ୟୁତ ନିଗମରେ ନିଯୁକ୍ତି ମିଳିଛି। ୧୯ ବର୍ଷୀୟ ଯୋଡ଼ା ଶରୀର ଥିବା ୨ ଭାଇ ସୋନା ଓ ମୋନା ଆଇଟିଆଇରୁ ଇଲେକ୍ଟ୍ରିସିଆନ ପାଠ୍ୟକ୍ରମରେ ଡିପ୍ଲୋମା ଡିଗ୍ରୀ ହାସଲ କରିଥିଲେ। ଏହାପରେ ଦୁହେଁ ଆତ୍ମନିର୍ଭର ହେବାକୁ ଉଦ୍ୟମ ଜାରି ରଖିଥିଲେ। ପ୍ରଥମେ ସେମାନେ ଗୋଟିଏ ଇଲେକ୍ଟ୍ରି […]

Brother

Hemant Lenka
  • Published: Thursday, 23 December 2021
  • , Updated: 23 December 2021, 08:23 PM IST

ଅମୃତସର: ପଞ୍ଜାବର ଯୋଡ଼ା ଯମଜ ଭ୍ରାତାଙ୍କୁ ମିଳିଛି ସରକାରୀ ଚାକିରି। ଏମାନେ ଦୁଇ ଭାଇ ହୋଇଥିଲେ ମଧ୍ୟ ସେମାନଙ୍କ ଶରୀରର ଏକ। ଅମୃତସରର ଏହି ଯୋଡ଼ା ଯମଜ ଭ୍ରାତାଙ୍କୁ ପଞ୍ଜାବ ରାଜ୍ୟ ବିଦ୍ୟୁତ ନିଗମରେ ନିଯୁକ୍ତି ମିଳିଛି। ୧୯ ବର୍ଷୀୟ ଯୋଡ଼ା ଶରୀର ଥିବା ୨ ଭାଇ ସୋନା ଓ ମୋନା ଆଇଟିଆଇରୁ ଇଲେକ୍ଟ୍ରିସିଆନ ପାଠ୍ୟକ୍ରମରେ ଡିପ୍ଲୋମା ଡିଗ୍ରୀ ହାସଲ କରିଥିଲେ। ଏହାପରେ ଦୁହେଁ ଆତ୍ମନିର୍ଭର ହେବାକୁ ଉଦ୍ୟମ ଜାରି ରଖିଥିଲେ।

ପ୍ରଥମେ ସେମାନେ ଗୋଟିଏ ଇଲେକ୍ଟ୍ରି ୱାର୍କଶପ ଖୋଲିଥିଲେ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ବାହାରି ଥିବା ପଦ ପାଇଁ ସେମାନେ ଆବେଦନ କରିଥିଲେ। ପ୍ରଥମେ ପ୍ରବେଶିକା ପରୀକ୍ଷା ଓ ସାକ୍ଷାତକାରରେ ସଫଳ ହେବା ପରେ ଦୁହିଁଙ୍କୁ ସରକାରୀ ସ୍ତରରେ ନିଯୁକ୍ତି ମିଳିଛି।

ଏବେ ଯୋଡ଼ା ଯମଜ ଭ୍ରାତା ମାସିକ ମାସିକ ୨୦ ହଜାର ଟଙ୍କା ଦରମା ପାଇବେ। ଅମୃତସରର ଡେଣ୍ଟାଲ କଲେଜ ପାଖ ସବ ଷ୍ଟେସନରେ ନିୟମିତ ଟି ମେଟ୍ ଭାବେ ସେମାନଙ୍କୁ ନିଯୁକ୍ତି ମିଳିଛି। ୬୬ କେଭି ପିଏସ୍‌ପିସିଏଲ ଅଫିସରେ ସେମାନେ କାମ ମଧ୍ୟ ଆରମ୍ଭ କରିଛନ୍ତି। ସେମାନେ ସପ୍ଲାଏ କଣ୍ଟ୍ରୋଲରୁମରେ କାମ କରୁଛନ୍ତି।

ପିଏସ୍‌ପିସିଏଲ ସିଏମଡି ଭେନୁଗୋପାଲ କହିଛନ୍ତି, “ଆମେ ଏହି ଯୋଡ଼ା ଯମଜ ଭ୍ରାତାଙ୍କ ସମ୍ପର୍କରେ ଖବର ପାଇଥିଲୁ। ସେମାନେ ଆଇଟିଆଇରୁ ଡିପ୍ଲୋମା ଡିଗ୍ରୀ ହାସଲ କରିବା ପରେ ସରକାରୀ ଚାକିରି କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଥିଲା। ଆମେ ସେମାନଙ୍କ ପାଖରେ ପହଞ୍ଚିଲୁ ଓ ସେମାନେ ବେଶ ଆକ୍ଟିଭ ଥିବା ଜାଣିବାକୁ ପାଇଥିଲୁ। ସେମାନଙ୍କ ପାଖରେ ବୈଷୟିକ ଜ୍ଞାନ ବେଶ ଅଧିକ ରହିଛି। ସେମାନଙ୍କୁ ଆମେ ଦିବ୍ୟାଙ୍ଗ କୋଟାରେ ଆମ ବିଭାଗରେ ନିଯୁକ୍ତି ଦେଇଛୁ।”

ଏହି ଯୋଡ଼ା ଯମଜ ଭ୍ରାତାଙ୍କର ୨ଟି ହାର୍ଟ, ୨ ଯୋଡ଼ା ବାହୁ ଥିବାବେଳେ ୨ ଯୋଡ଼ା କିଡନୀ ଓ ୨ଟି ସ୍ପାଇନାଲ୍ କଡ୍ ରହିଛି। ହେଲେ ସେମାନଙ୍କର ଗୋଟିଏ ଲିଭର ରହିଛି। ଦୁହେଁ ୨୦୦୩ ମସିହା ଜୁନ୍‌ ୧୪ରେ ଦିଲ୍ଲୀର ସୁଚେତା କ୍ରିପାଳିନୀ ହସ୍ପିଟାଲରେ ଜନ୍ମଗ୍ରହଣ କରିଥିଲେ। ଦୁହିଁଙ୍କୁ ବାପା ମା’ ଛାଡ଼ି ଚାଲି ଯାଇଥିଲେ। ପରେ ସେମାନଙ୍କୁ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା। ଅପରେସନ ଦ୍ୱାରା ଉଭୟଙ୍କୁ ଅଲଗା କରିବାକୁ ଡାକ୍ତରମାନେ ଚିନ୍ତା କରିଥିଲେ।

କିନ୍ତୁ ଅପରେସନ ଦ୍ୱାରା ଜଣଙ୍କର ଜୀବନ ଯିବା ସହ ହାର୍ଟକୁ ରକ୍ତ ପ୍ରବାହ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ତେଣୁ ଉଭୟ ସେମିତି ପରସ୍ପର ସହ ଲାଗି ରହିଥିଲେ। ସେମାନଙ୍କୁ ବାପା ମା’ ଛାଡ଼ି ଚାଲି ଯାଇଥିବାରୁ ଏମ୍ସ ପକ୍ଷରୁ ସର୍ବଭାରତୀୟ ପିଙ୍ଗାଲୱାରା ଚ୍ୟାରିଟେବୁଲ ଟ୍ରଷ୍ଟକୁ ଯୋଗାଯୋଗ କରାଯାଇଥିଲା।

ଏହି ଟ୍ରଷ୍ଟରେ ରହି ଉଭୟ ବଡ଼ ହୋଇଥିଲେ। ଏବେ ସେମାନେ ସରକାରୀ ଚାକିରି ମଧ୍ୟ ପାଇବାକୁ ସକ୍ଷମ ହୋଇଛନ୍ତି। ପଞ୍ଜାବର ସରକାର ସେମାନଙ୍କୁ ଚାକିରି ଦେଇଥିବାରୁ ସୋନା ଓ ମୋନା କୃତଜ୍ଞତା ଜଣାଇଛନ୍ତି। ସୋନା କହିଛନ୍ତି, “ଆମେ ନିଷ୍ଠାର ସହ ଭଲ କାମ କରିବାକୁ ଚେଷ୍ଟା କରିବୁ।” ମୋନା କହିଛନ୍ତି, “ପିଙ୍ଗାଲୱାରା ଇନଷ୍ଟିଚ୍ୟୁସନ ପାଇଁ ଆମେ ଆଜି ବଡ଼ ହୋଇଛି। ପାଠ ପଢ଼ି ଆତ୍ମନିର୍ଭର ହୋଇପାରିଛୁ। ତେଣୁ ଆମେ ଏହି ଇନଷ୍ଟିଚ୍ୟୁସନକୁ ଗଭୀର କୃତଜ୍ଞତା ଜଣାଉଛୁ।”

Related story