ମନ୍ଦିରରେ ପ୍ରବେଶ କରୁଥିବା କନଷ୍ଟେବଲଙ୍କୁ ଆତଙ୍କୀ ଭାବି ଗୁଳି କରିଦେଲେ

କଶ୍ମୀର: ପୁଣିଥରେ ଜମ୍ମୁ-କଶ୍ମୀରରେ ଭୁଲବଶତଃ ଗୁଳିମାଡ଼ରେ ଜଣେ ନିରୀହ କନଷ୍ଟେବଲଙ୍କ ଜୀବନ ଯାଇଛି। ପୁଲିସ୍‌ କନଷ୍ଟେବଲ ଜଣଙ୍କ ରାତି ବେଳା ମନ୍ଦିରରେ ପ୍ରବେଶ କରୁଥିବା ବେଳେ ତାଙ୍କୁ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଗାର୍ଡମାନେ ଆତଙ୍କବାଦୀ ଭାବି ଗୁଳି କରି ଦେଇଛନ୍ତି। ଗୁଳି ମାଡ଼ରେ ଉକ୍ତ ପୁଲିସ୍‌ କନଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ଜମ୍ମୁ-କଶ୍ମୀର ପୁଲିସ୍‌ ଘଟଣାରେ ଦୁଃଖପ୍ରକାଶ କରିବା ସହ ଏହାକୁ ଦୁର୍ଭାଗ୍ୟଜନ ବୋଲି କହିଛି। ଗୁଳିମାଡ଼ରେ ପ୍ରାଣ ହରାଇଥିବା ପୁଲିସ୍‌ କନଷ୍ଟେବଲ ଜଣଙ୍କ ହେଉଛନ୍ତି ଅଜୟ […]

terrorist

Hemant Lenka
  • Published: Wednesday, 22 September 2021
  • , Updated: 22 September 2021, 02:10 PM IST

କଶ୍ମୀର: ପୁଣିଥରେ ଜମ୍ମୁ-କଶ୍ମୀରରେ ଭୁଲବଶତଃ ଗୁଳିମାଡ଼ରେ ଜଣେ ନିରୀହ କନଷ୍ଟେବଲଙ୍କ ଜୀବନ ଯାଇଛି। ପୁଲିସ୍‌ କନଷ୍ଟେବଲ ଜଣଙ୍କ ରାତି ବେଳା ମନ୍ଦିରରେ ପ୍ରବେଶ କରୁଥିବା ବେଳେ ତାଙ୍କୁ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଗାର୍ଡମାନେ ଆତଙ୍କବାଦୀ ଭାବି ଗୁଳି କରି ଦେଇଛନ୍ତି। ଗୁଳି ମାଡ଼ରେ ଉକ୍ତ ପୁଲିସ୍‌ କନଷ୍ଟେବଲଙ୍କ ମୃତ୍ୟୁ ଘଟିଛି। ଜମ୍ମୁ-କଶ୍ମୀର ପୁଲିସ୍‌ ଘଟଣାରେ ଦୁଃଖପ୍ରକାଶ କରିବା ସହ ଏହାକୁ ଦୁର୍ଭାଗ୍ୟଜନ ବୋଲି କହିଛି।

ଗୁଳିମାଡ଼ରେ ପ୍ରାଣ ହରାଇଥିବା ପୁଲିସ୍‌ କନଷ୍ଟେବଲ ଜଣଙ୍କ ହେଉଛନ୍ତି ଅଜୟ ଧର। ସେ ହାଣ୍ଡୱାରା ସ୍ଥିତ ଲାଙ୍ଗାଟେରେ ରୁହନ୍ତି। ମଙ୍ଗଳବାର ରାତିରେ ସେ ସ୍ଥାନୀୟ ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ସେ ମନ୍ଦିରର କବାଟ ବନ୍ଦ ଥିଲେ ମଧ୍ୟ ଏହାକୁ ବାଡ଼େଇ ଚାଲିଥିଲେ।

ଏହା ଦେଖି ସେଠାରେ ମୁତୟନ ସୁରକ୍ଷା ଗାର୍ଡମାନେ ଆକ୍ସନ ମୋଡକୁ ଚାଲି ଆସିଥିଲେ। ସେମାନେ ପ୍ରଥମେ ଅଜୟ ଧରଙ୍କୁ ନିଜ ପରିଚୟ ସାର୍ବଜନୀନ କରିବାକୁ କହିଥିଲେ। ସେ ନ ଶୁଣିବାରୁ ତାଙ୍କୁ ଫାଙ୍କା ଗୁଳି ଚାଳନା କରି ଭୟଭୀତ କରାଇଥିଲେ। ତଥାପି ତଥାପି ଅଜୟ ଧର କୌଣସି ପ୍ରତିକ୍ରିୟା ନ ଦେଇ ମନ୍ଦିରର ଦ୍ୱାର ବାଡ଼େଇ ଚାଲିଥିଲେ।

ଫଳରେ ସୁରକ୍ଷାଗାର୍ଡମାନେ ତାଙ୍କୁ ଆତଙ୍କବାଦୀ ବୋଲି ସନ୍ଦେହ କରିଥିଲେ। ସେ ମନ୍ଦିରରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଭାବି ତାଙ୍କ ଉପରକୁ ସେମାନେ ଗୁଳିମାଡ଼ କରିଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା ଓ ଭୁଲବଶତଃ ଏପରି ଘଟିଥିବା ଜମ୍ମୁ-କଶ୍ମୀର ପୁଲିସ୍‌ ଆଇଜି ବିଜୟ କୁମାର କହିଛନ୍ତି।

ସୂଚନାଯୋଗ୍ୟ, କଶ୍ମୀରର ଅଧିକାଂଶ ମନ୍ଦିରକୁ ପୁଲିସ୍‌ ପକ୍ଷରୁ ସୁରକ୍ଷା ଦିଆଯାଉଛି। ପୂର୍ବରୁ ମଧ୍ୟ ଅନେକ ଥର ସ୍ଥାନୀୟ ଅଞ୍ଚଳରେ ପରିଚୟ ଦ୍ୱନ୍ଦ୍ୱ ଯୋଗୁ ଅନେକ ନିରୀହ ଲୋକ ପ୍ରାଣ ହରାଇଥିବାର ନଜିର ରହିଛି।

Related story