ଦେଶରେ ୮ ରାଜ୍ୟ ବଢ଼ାଇଲେ ଚିନ୍ତା, ଦେଶରେ ବଢ଼ିଲା ଆରୋଗ୍ୟ ହାର

ନୂଆଦିଲ୍ଲୀ: ଦେଶରେ କରୋନାର ସଂକ୍ରମିତ ହାର ଟିକିଏ କମିଛି। ୮ଟି ରାଜ୍ୟରେ ମୁଖ୍ୟତଃ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ତେବେ ଅନେକ ରାଜ୍ୟରେ ମଧ୍ୟ ମାମଲା ହ୍ରାସ ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଦେଶରେ ସଂକ୍ରମିତ ମାମଲା କମିଛି। ମେ ୩ରେ ଆରୋଗ୍ୟ ହାର ୮୧.୭ ପ୍ରତିଶତ ଥିଲା, ଏବେ ଏହା ବୃଦ୍ଧି ପାଇ ୮୩.୮୩ ପ୍ରତିଶତ ହୋଇଛି। ସେ କହିଛନ୍ତି ଯେ ଦେଶରେ ୧୧ଟି ରାଜ୍ୟ ଅଛି ଯେଉଁଠୁ […]

corona-hospital

Subhransu Sekhar
  • Published: Saturday, 15 May 2021
  • , Updated: 15 May 2021, 09:59 PM IST

ନୂଆଦିଲ୍ଲୀ: ଦେଶରେ କରୋନାର ସଂକ୍ରମିତ ହାର ଟିକିଏ କମିଛି। ୮ଟି ରାଜ୍ୟରେ ମୁଖ୍ୟତଃ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ତେବେ ଅନେକ ରାଜ୍ୟରେ ମଧ୍ୟ ମାମଲା ହ୍ରାସ ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଦେଶରେ ସଂକ୍ରମିତ ମାମଲା କମିଛି। ମେ ୩ରେ ଆରୋଗ୍ୟ ହାର ୮୧.୭ ପ୍ରତିଶତ ଥିଲା, ଏବେ ଏହା ବୃଦ୍ଧି ପାଇ ୮୩.୮୩ ପ୍ରତିଶତ ହୋଇଛି।

ସେ କହିଛନ୍ତି ଯେ ଦେଶରେ ୧୧ଟି ରାଜ୍ୟ ଅଛି ଯେଉଁଠୁ କେବଳ ୧ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଉ ୮ଟି ରାଜ୍ୟରେ ସଂକ୍ରମିତ ସଂଖ୍ୟା ୫୦,୦୦୦ ରୁ ୧ ଲକ୍ଷ ମଧ୍ୟରେ ରହିଛନ୍ତି। ସେହିପରି ୧୭ ରାଜ୍ୟ ରହିଛି ଯେଉଁଠି ୫୦ ହଜାରରୁ କମ୍ ସଂକ୍ରମିତ ରହିଛନ୍ତି।

ସବୁଠୁ ବଡ଼ କଥା ହେଲା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ଛତିଶଗଡ ଯେଉଁଠି ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିଲେ ସେଠି ଏବେ ସଂକ୍ରମଣ କ୍ରମଶଃ ହ୍ରାସ ପାଉଛି।
ହେଲେ ୮ଟି ରାଜ୍ୟ ଅଛି ଯେଉଁଠି କୋଭିଡ ସଂକ୍ରମଣ ବଢ଼ୁଛି ଯାହାକି ଚିନ୍ତା ବଢ଼ାଇଛି ବୋଲି ଲବ୍ ଅଗ୍ରୱାଲ କହିଛନ୍ତି। ଆଉ ଏହି ୮ ରାଜ୍ୟ ମଧ୍ୟରେ ତାମିଲନାଡୁ ପ୍ରଥମ ରାଜ୍ୟ ରହିଛି। ଯେଉଁଠି ଗତ ସପ୍ତାହକ ମଧ୍ୟରେ ଆକ୍ଟିଭ ସଂଖ୍ୟା ବୃଦ୍ଧି ଘଟିଛି। ଯଦି ୧୫ ଦିନର ତଥ୍ୟ ଦେଖିବା ତାହେଲେ ତାମିଲନାଡୁରେ ମେ ୧ରୁ ୧୬,୪୬୭ ଜଣ ଚିହ୍ନଟ ହେଉଥିବା ବେଳେ ଏବେ ମେ ୧୫ରେ ୨୯,୬୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ଆନ୍ଧ୍ରପ୍ରଦେଶରେ ମେ ୧ରେ ୧୩,୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ମେ ୧୫ରେ ଏହି ସଂଖ୍ୟା ୨୦,୪୯୦ ରହିଛି। ସେହିପରି ମେ ୧ରେ ପଶ୍ଚିମବଙ୍ଗରେ ୧୬,୮୩୧ ଜଣ ଚିହ୍ନଟ ହେଉଥିବା ବେଳେ ମେ ୧୫ରେ ଏହି ସଂଖ୍ୟା ୨୦,୦୭୪ କୁ ବୃଦ୍ଧି ପାଇଛି।

ସେହିପରି ଓଡିଶାରେ ମେ ୧ ରେ ୭୦୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଯାହା ମେ ୧୫ରେ ୧୧,୮୦୫  ଜଣ ଚିହ୍ନଟ ହୋଇଛନ୍ତି। ଏଥି ସହିତ ପଞ୍ଜାବରେ ମେ ୧ ବେଳେ ୬୩୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମେ ୧୫ରେ ୮୪୭୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ଆସାମ, ହିମାଚଳ ପ୍ରଦେଶ ଏବଂ ପୁଡୁଚେରୀରେ ମଧ୍ୟ ମାମଲା ବୃଦ୍ଧି ପାଉଛି। ମେ ୧ ବେଳେ ଆସାମରେ ୨୮୧୦ ଜଣ ଚିହ୍ନଟ ହୋଇଥିବା ବେଳେ ମେ ୧୫ରେ ୫୪୧୦ ଜଣ ସଂକ୍ରମିତ ହୋଇଛନ୍ତି।

Related story