ମୃତ୍ୟୁ ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ

ପାଟଣା: କରୋନା ମାହାମାରୀର ଚିକିତ୍ସା ବେଳେ ଯେଉଁଠି ଡାକ୍ତର ଓ ରୋଗୀ ମଧ୍ୟରେ ଦୂରତା ରହୁଛି, ଆକ୍ରାନ୍ତ ନିଜ ଲୋକଠୁ ସଂକ୍ରମଣ ଭୟରେ ଦୂରେଇ ରହୁଛି। ଏଭଳି ସ୍ଥିତିରେ ଜଣେ ମହିଳା ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏବେ ଆକ୍ରାନ୍ତ ଜଣଙ୍କ ଆଖି ବୁଜିବା ପରେ ତାଙ୍କ ଝିଅ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଆକ୍ରାନ୍ତ ମହିଳା ତିନି ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ତାଙ୍କ […]

Stop-Rape

Subhransu Sekhar
  • Published: Thursday, 20 May 2021
  • , Updated: 20 May 2021, 04:47 PM IST

ପାଟଣା: କରୋନା ମାହାମାରୀର ଚିକିତ୍ସା ବେଳେ ଯେଉଁଠି ଡାକ୍ତର ଓ ରୋଗୀ ମଧ୍ୟରେ ଦୂରତା ରହୁଛି, ଆକ୍ରାନ୍ତ ନିଜ ଲୋକଠୁ ସଂକ୍ରମଣ ଭୟରେ ଦୂରେଇ ରହୁଛି। ଏଭଳି ସ୍ଥିତିରେ ଜଣେ ମହିଳା ଆକ୍ରାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏବେ ଆକ୍ରାନ୍ତ ଜଣଙ୍କ ଆଖି ବୁଜିବା ପରେ ତାଙ୍କ ଝିଅ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଆକ୍ରାନ୍ତ ମହିଳା ତିନି ଜଣଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ତାଙ୍କ ଝିଅ ଅଭିଯୋଗ କରିଛି। ହେଲେ ତିନି ଅଭିଯୁକ୍ତଙ୍କ ନାଁ ସେ ଜାଣିନଥିବା କହିଛନ୍ତି। ମୃତ୍ୟୁ ପୂର୍ବରୁ ତାଙ୍କ ମା ଦୁଷ୍କର୍ମର ଶିକାର ହୋଇଥିଲେ ବୋଲି ଜଣାଇଥିଲେ ବୋଲି ଏଫଆଇଆରରେ କହିଛନ୍ତି। ଏଭଳି ଅଭିଯୋଗ ଆସିଛି ପାଟନାରେ ଥିବା ଏକ ଘରୋଇ ହସ୍ପିଟାଲରୁ। କୋଭିଡ ସଂକ୍ରମିତ ମହିଳା (୪୫)ଙ୍କର ବୁଧବାର ମୃତ୍ୟୁ ଘଟିଛି। ପୁଲିସ ଏବେ ମାମଲାର ତଦନ୍ତ କରୁଛି।

ମୃତ ମହିଳାଙ୍କ ଝିଅ ଦାବି କରିଛନ୍ତି ଯେ ତାଙ୍କ ମା କରୋନାରେ ସଂକ୍ରମିତ ହେବା ପରେ ପାଟନାସ୍ଥିତ ପାରାସ ଏଚଏମଆରଆଇ ହସ୍ପିଟାଲରେ ମେ ୧୫ରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହସ୍ପିଟାଲରେ ଭଲ ଥିଲା ଭର୍ତ୍ତି ହେବା ବେଳେ। ମେ ୧୬ ରେ କିନ୍ତୁ ଆଇସିୟୁ ଭିତରେ ତିନିଜଣ ବ୍ୟକ୍ତି ତାଙ୍କ ମାଙ୍କୁ ଯୌନ ନିର୍ଯାତନା ଦେଇଥିବା  ସେ କହିଛନ୍ତି। ତାଙ୍କ ମା ଏ ବାବଦରେ ତାଙ୍କୁ ଜଣାଇଥିଲେ ବୋଲି ସେ କହିଛନ୍ତି। ଆଉ ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ଏ ନେଇ ଯୁବତୀ ଜଣଙ୍କ ତାଙ୍କ ସମ୍ପର୍କୀୟ ତଥା ଜନ ଅଧିକର ପାର୍ଟି (JAP) ର ମହିଳା ଶାାଖାକୁ ଅବଗତ କରାଇଥିଲେ ବୋଲି କହିଛନ୍ତି।

ସେ କହିଛନ୍ତି, ଏହାପରେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଇବା ନେଇ ଏକ ଫର୍ମ ଦେଇଥିଲା। ଆଉ ସେଥିରେ ସେ ଦସ୍ତଖତ କରିଥିଲେ।ଏହି ସମୟରେ ତାଙ୍କ ମାଙ୍କ ବେକରେ ଏକ ନଳୀ ଲାଗିଥିଲା ବୋଲି ସେ ଦାବି କରିଛନ୍ତି। ତାଙ୍କ ମା ଯେମିତି ପୁଲିସ ଆଗରେ ବୟାନ ନଦେବେ ସେ ନେଇ ଆକ୍ରାନ୍ତଙ୍କ ବେକରେ ନଳୀ ଲଗାଯାଇଥିଲା ବୋଲି ସେ ଦାବି କରିଛନ୍ତି।

ପାଟଣାର ମାଜିଷ୍ଟ୍ରେଟ ଏମ୍. ଏଲ୍ ଖାନ କହିଛନ୍ତି ଯେ ମୃତ ବ୍ୟକ୍ତିଙ୍କ ଝିଅ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ହେଲେ କୌଣସି ଅଭିଯୁକ୍ତଙ୍କ ନାଁ ଉଲ୍ଲେଖ କରାଯାଇ ନାହିଁ। ମୃତ ଶରୀରର ପୋଷ୍ଟମର୍ଟମ ପରେ ରିପୋର୍ଟ ଜଣାପଡ଼ିବ। ପୁଲିସ ତଦନ୍ତ ଆରମ୍ଭ କରି ଦେଇଛି।

ଆଉ ଅଭିଯୋଗ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏକ ବିବୃତ୍ତି ଜାରି କରିଛନ୍ତି, ଆଉ ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମେ ୧୫ ରେ ଆକ୍ରାନ୍ତ କୋଭିଡ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ମେ ୧୬ ସନ୍ଧ୍ୟାରେ ଆକ୍ରାନ୍ତ ଜଣଙ୍କ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ। ଆଉ ଅକ୍ସିଜେନ ଲେବୁଲ କମିଯାଇଥିଲା। ଏହାପରେ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା ଆକ୍ରାନ୍ତଙ୍କୁ। ଆଉ ତାଙ୍କର ମୃତ୍ୟୁ ଘଟିଛି।

Related story