କରୋନା ଆକ୍ରାନ୍ତଙ୍କୁ ହୋଇପାରେ ଡାଇବେଟିସ, ଆଲର୍ଟ କଲା ICMR

ନୂଆଦିଲ୍ଲୀ: ଜଣେ କରୋନା ଆକ୍ରାନ୍ତ ଗୋଟିଏ ରୋଗରୁ ଭଲ ହେଉ ହେଉ ଆଉ ଗୋଟିଏ ରୋଗର ଶିକାର ହେବାର ସମ୍ଭାବନା ଦେଖାଦେଲାଣି। ଜଣେ କରୋନା ସଂକ୍ରମିତ ପ୍ରଥମେ ବ୍ଲାକ ଫଙ୍ଗସ ପରେ ହ୍ୱାଇଟ୍ ଫଙ୍ଗସର ଶିକାର ହେଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ତେଣୁ ଚିକିତ୍ସା ବେଳେ ଆକ୍ରାନ୍ତଙ୍କ ଶରୀରରେ ଅଧିକ ଷ୍ଟିରଏଡ ବ୍ୟବହାର ନହେବା ଦରକାର ବୋଲି ଡାକ୍ତର କହିଛନ୍ତି। ଆଉ ଏବେ ଆଇସିଏମଆର କହିଛି କରୋନା ଆକ୍ରାନ୍ତ ମାନେ ଡାଇବେଟିସ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା […]

corona-diabates

corona-diabates

Subhransu Sekhar
  • Published: Thursday, 20 May 2021
  • Updated: 20 May 2021, 07:18 PM IST

Sports

Latest News

ନୂଆଦିଲ୍ଲୀ: ଜଣେ କରୋନା ଆକ୍ରାନ୍ତ ଗୋଟିଏ ରୋଗରୁ ଭଲ ହେଉ ହେଉ ଆଉ ଗୋଟିଏ ରୋଗର ଶିକାର ହେବାର ସମ୍ଭାବନା ଦେଖାଦେଲାଣି। ଜଣେ କରୋନା ସଂକ୍ରମିତ ପ୍ରଥମେ ବ୍ଲାକ ଫଙ୍ଗସ ପରେ ହ୍ୱାଇଟ୍ ଫଙ୍ଗସର ଶିକାର ହେଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ତେଣୁ ଚିକିତ୍ସା ବେଳେ ଆକ୍ରାନ୍ତଙ୍କ ଶରୀରରେ ଅଧିକ ଷ୍ଟିରଏଡ ବ୍ୟବହାର ନହେବା ଦରକାର ବୋଲି ଡାକ୍ତର କହିଛନ୍ତି। ଆଉ ଏବେ ଆଇସିଏମଆର କହିଛି କରୋନା ଆକ୍ରାନ୍ତ ମାନେ ଡାଇବେଟିସ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ। ଯାହାକି ଲୋକଙ୍କ ଚିନ୍ତା ବଢ଼ାଇଛି।

ଆଇସିଏମ୍ଆର କହିଛି ଯେ କରୋନା ସଂକ୍ରମଣ କାରଣରୁ ଡାଇବେଟିସ ରୋଗ ହୋଇପାରେ। ଆଇସିଏମଆର ମୁଖ୍ୟ ଡାକ୍ତର ବଳରାମ ଭାର୍ଗଭ କହିଛନ୍ତି ଯେ କରୋନା ଆକ୍ରାନ୍ତଙ୍କ ସୁଗାର ଲେବୁଲ ବଢ଼ାଇଥାଏ। ତେଣୁ କରୋନା ରୋଗୀଙ୍କୁ ଡାଇବେଟିସ ହୋଇପାରେ।

ସେ କହିଛନ୍ତି ଯେ ଫଙ୍ଗଲ୍ ସଂକ୍ରମଣ ଆର୍ଦ୍ର ସ୍ଥିତିରେ ବଢ଼ିଥାଏ। ତେଣୁ ଜଣଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲେ ସେ ଫଙ୍ଗସ ସଂକ୍ରମଣର ଶିକାର ହୋଇପାରିବ। ତେଣୁ ଯେଉଁମାନେ କରୋନାରେ ସଂକ୍ରମିତ ହେଉଛନ୍ତି ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହୁଛି। ଆଉ ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି ଅନ୍ୟମାନଙ୍କ ତୁଳନାରେ କମ୍ ରହିଥାଏ। ତେଣୁ ଏହି ସମସ୍ୟା ସେମାନଙ୍କ ମଧ୍ୟରେ ଅଧିକ ଦେଖାଯାଉଛି।

ତେବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ ଧୀରେ ଧୀରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ଏବେ ଚିକିତ୍ସାଧୀନ ଥିବା ଆକ୍ରାନ୍ତ ୮ଟି ରାଜ୍ୟର ରହିଛନ୍ତି। ଯେଉଁମାନେକି ମୋଟ୍ ସଂକ୍ରମଣର ୬୯ ପ୍ରତିଶତ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ ଦେଶରେ ନିରନ୍ତର ଭାବରେ କରୋନା ପରୀକ୍ଷା ବଢ଼ି ଚାଲିଛି। ଗତ ଦୁଇ ଦିନରେ ଦେଶରେ ୨୦ ଲକ୍ଷରୁ ଅଧିକ ଟେଷ୍ଟ କରାଯାଇଛି। ଆଗକୁ ଏହି ସଂଖ୍ୟା କିଭଳି ଦୈନିକ ୪୫ ଲକ୍ଷ ହେବ ତା ଉପରେ ଗୁରୁତ୍ୱ ଦିଆଯାଉଛି। ଆଉ ଖୁବଶୀଘ୍ର ଏହି ଲକ୍ଷ୍ୟ ପୂରଣ ହେବ ବୋଲି ସେ କହିଛନ୍ତି।

ଆଇସିଏମଆର ମୁଖ୍ୟ ଡ଼ାକ୍ତର ବଳରାମ ଭାର୍ଗଭ କହିଛନ୍ତି ଯେ ଜଣେ ସଂକ୍ରମିତ ବ୍ୟକ୍ତି ମାସକ ମଧ୍ୟରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରିବ। ଏବେ ପରିସ୍ଥିତିରେ ସୁଧାର ଆସୁଛି, ତଥାପି ସଜାଗ ରହିବାକୁ ହେବ। ସେ କହିଛନ୍ତି ଯେ କରୋନାର ସାମାନ୍ୟ ଏବଂ ମଧ୍ୟମ ସ୍ତରର ରୋଗୀଙ୍କ ପାଇଁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ 2DG ଔଷଧ ଭଲ ଭାବରେ ପ୍ରଭାବ ଦେଖାଇବ। କିନ୍ତୁ ଗୁରୁତର ରୋଗୀଙ୍କ ପାଇଁ ଏହି ଔଷଧ ସେତେଟା ଫଳପ୍ରଦ ହେବନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos