Advertisment

ଭାରତରେ କରୋନାର ଆଉ ଏକ ସବ୍‌ ଭାରିଏଣ୍ଟ ଚିହ୍ନଟ, ସତର୍କ କରାଇଲା ହୁ'

ନୂଆଦିଲ୍ଲୀ: ପୁଣି ଉପରମୁହାଁ ହେଲାଣି ଭୂତାଣୁ। ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ମାମଲା। ଦୈନିକ ଆକ୍ରାନ୍ତ ସଂଖ୍ୟା ୧୫ ହଜାର ଉପରେ ରହୁଛି। ଏହାରି ଭିତରେ ଭାରତରେ କରୋନାର ଆଉ ଏକ ସବ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି। ଓମିକ୍ରନର ସବ୍‌ ଭାରିଏଣ୍ଟ BA.2.75 ଚିହ୍ନଟ ହୋଇଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏଥିପ୍ରତି ଦୃଷ୍ଟି ରଖିଛି ବୋଲି ବୁଧବାର ଦିନ ମହାନିର୍ଦେଶକ ଟେଡ୍ରସ୍‌ ଆଧନୋମ୍‌ ଗେବ୍ରେୟେସସ୍‌ କହିଛନ୍ତି। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଭାରତରେ କରୋନାର ଆଉ ଏକ ସବ୍‌ ଭାରିଏଣ୍ଟ ଚିହ୍ନଟ, ସତର୍କ କରାଇଲା ହୁ'

Covid19

ନୂଆଦିଲ୍ଲୀ: ପୁଣି ଉପରମୁହାଁ ହେଲାଣି ଭୂତାଣୁ। ଦିନକୁ ଦିନ ଦେଶରେ ବଢ଼ି ଚାଲିଛି କରୋନା ମାମଲା। ଦୈନିକ ଆକ୍ରାନ୍ତ ସଂଖ୍ୟା ୧୫ ହଜାର ଉପରେ ରହୁଛି। ଏହାରି ଭିତରେ ଭାରତରେ କରୋନାର ଆଉ ଏକ ସବ୍‌ ଭାରିଏଣ୍ଟ ଚିହ୍ନଟ ହୋଇଛି। ଓମିକ୍ରନର ସବ୍‌ ଭାରିଏଣ୍ଟ BA.2.75 ଚିହ୍ନଟ ହୋଇଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି। ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏଥିପ୍ରତି ଦୃଷ୍ଟି ରଖିଛି ବୋଲି ବୁଧବାର ଦିନ ମହାନିର୍ଦେଶକ ଟେଡ୍ରସ୍‌ ଆଧନୋମ୍‌ ଗେବ୍ରେୟେସସ୍‌ କହିଛନ୍ତି।

Advertisment

ଗତ ୨ ସପ୍ତାହ ହେବ ବିଶ୍ୱବ୍ୟାପୀ କୋଭିଡ୍‌-୧୯ ମାମଲା ପ୍ରାୟ ୩୦% ବୃଦ୍ଧି ପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ୬ଟି ଉପ-ଅଞ୍ଚଳରୁ ୪ଟିରେ ଗତ ସପ୍ତାହରେ ସଂକ୍ରମଣ ମାମଲା ବୃଦ୍ଧି ପାଇଛି। ୟୁରୋପ୍‌ ଏବଂ ଆମେରିକାରେ ‘ବିଏ.୪’ ଏବଂ ‘ବିଏ.୫’ ଆତଙ୍କ ସୃଷ୍ଟି କରିଛି। ଭାରତ ଭଳି ଦେଶରେ ମଧ୍ୟ ଓମିକ୍ରନର ସବ୍‌ ଭାରିଏଣ୍ଟ ‘BA.2.75’ ଚିହ୍ନଟ ହେଲାଣି। ତା’ର ଗତିବିଧି ଉପରେ ଆମେ ଦୃଷ୍ଟି ରଖିଛୁ ବୋଲି ବୁଧବାର ଏକ ପ୍ରେମ୍‌ମିଟ୍‌ରେ କହିଛି ହୁ'।

https://twitter.com/ani_digital/status/1544898209117765633?s=20&t=qETfGXjwBz2KsIG5tNMH1w

Advertisment

ଏ ସଂକ୍ରାନ୍ତରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ୍‌ କହିଛନ୍ତି, ‘BA.2.75’ ନାମରେ ଓମିକ୍ରନ୍‌ର ଏକ ନୂଆ ସବ୍‌ ଭାରିଏଣ୍ଟ  ଚିହ୍ନଟ ହୋଇଛି। ପ୍ରଥରେ ଏହା ଭାରତ ଏବଂ ପରେ ପରେ ଆଉ ୧୦ଟି ଦେଶରେ ମଧ୍ୟ ଚିହ୍ନଟ ହେଲାଣି। ତେବେ ଏହି ନୂଆ ଭାରିଏଣ୍ଟ କେତେ ମାରାତ୍ମକ ତାହା ଜଣାପଡିନାହିଁ। ଏନେଇ ରିସର୍ଚ୍ଚ ଜାରି ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ।

ବିଗତ ସପ୍ତାହ ତୁଳନାରେ ଦକ୍ଷିଣ ଏସୀୟ ରାଷ୍ଟ୍ରରେ କୋଭିଡ୍‌-୧୯ ଜନିତ ସାପ୍ତାହିକ ମୃତ୍ୟୁସଂଖ୍ୟା ମଧ୍ୟ ୧୬% ବୃଦ୍ଧି ପାଇଛି ବୋଲି ହୁ' ରିପୋର୍ଟ କରିଛି। ଭାରତରେ ୨୦୦ ମୃତ୍ୟୁ (୩୯% ବୃଦ୍ଧି), ଥାଇଲାଣ୍ଡରେ ୧୦୮ (୧୪% ବୃଦ୍ଧି) ଏବଂ ଇଣ୍ଡୋନେସିଆରେ ୩୨ (୭% ବୃଦ୍ଧି) କରୋନା ଜନିତ ମୃତ୍ୟୁ ରେକର୍ଡ କରାଯାଇଛି।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନରେ ‘କ‌ୋଭିଡ୍‌-୧୯ ଇନ୍‌ସିଡେଣ୍ଟ୍‌ ମ୍ୟାନେଜର୍‌’ ଆବ୍‌ଦି ମହମ୍ମଦ୍‌ କହିଛନ୍ତି, ମହାମାରୀର ଅବସାନ ଘଟିଛି ବୋଲି କହିବା ଏହା ଉପଯୁକ୍ତ ସମୟ ନୁହେଁ। ଆମେ ଏବେ ମଧ୍ୟ ଭୂତାଣୁର ସଂକ୍ରମଣ ଭିତରେ ଅଛନ୍ତି। ଭୂତାଣୁ ପାଖରେ ଅସୁମାରି କ୍ଷମତା ରହିଛି। ସେ ‘ବିଏ.୪’ ହେଉ କି, ‘ବିଏ.୫’ ହେଉ ଅଥବା ‘ବିଏ.୨.୭୫’ ହେଉ। ଏଭଳି ନୂଆ ନୂଆ ଭାରିଏଣ୍ଟ ଉତ୍ପତ୍ତି ଧାରା ଅବ୍ୟାହତ ରହିବ। ଏଥିପାଇଁ ଆମକୁ ହିଁ ସତର୍କ ରହିବାକୁ ପଡିବ। ଜନସାଧାରଣ ନିୟମିତ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜୟ ରଖିବା ଉଚିତ ବୋଲି ସେ ସତର୍କ କରାଇଛନ୍ତି।

Corona Cases In India