ଗୋଟିଏ ଝିଅକୁ ଭଲ ପାଇ ସୁଇସାଇଡ୍‌ କଲେ ଦୁଇ ଭାଇ

କୋଟା: ଗୋଟିଏ ଝିଅକୁ ଭଲ ପାଉଥିଲେ ଦୁଇ ସମ୍ପର୍କୀୟ ଭାଇ। ଏପରି କି ନିଜ ପ୍ରେମିକାର ନାଁକୁ ନିଜ ବାହୁରେ ବି ଲେଖିଥିଲେ। କିନ୍ତୁ ହଠାତ୍‌ ଦୁଇ ଭାଇ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା  କରିବା ଭଳି ଚରମ ପଦକ୍ଷେପ ଆପଣାଇଛନ୍ତି। ପୁଲିସ୍‌ ଆତ୍ମହତ୍ୟାର କାରଣ ଖୋଜୁ ଥିବା ବେଳେ ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ସୂଚନା ଅନୁସାରେ, ବୁନ୍ଦି ଜିଲ୍ଲାର ଦବଲାନା ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ କେଶଭପୁର ଗାଁରେ […]

Two-cousins

Hemant Lenka
  • Published: Tuesday, 09 March 2021
  • , Updated: 09 March 2021, 01:31 PM IST

କୋଟା: ଗୋଟିଏ ଝିଅକୁ ଭଲ ପାଉଥିଲେ ଦୁଇ ସମ୍ପର୍କୀୟ ଭାଇ। ଏପରି କି ନିଜ ପ୍ରେମିକାର ନାଁକୁ ନିଜ ବାହୁରେ ବି ଲେଖିଥିଲେ। କିନ୍ତୁ ହଠାତ୍‌ ଦୁଇ ଭାଇ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା  କରିବା ଭଳି ଚରମ ପଦକ୍ଷେପ ଆପଣାଇଛନ୍ତି। ପୁଲିସ୍‌ ଆତ୍ମହତ୍ୟାର କାରଣ ଖୋଜୁ ଥିବା ବେଳେ ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ସୂଚନା ଅନୁସାରେ, ବୁନ୍ଦି ଜିଲ୍ଲାର ଦବଲାନା ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ କେଶଭପୁର ଗାଁରେ ମହେନ୍ଦ୍ର ଗୁଜ୍ଜର(୨୩) ଓ ଦେବରାଜ ଗୁଜ୍ଜର(୨୩) ରହୁଥିଲେ। ଉଭୟ ସମ୍ପର୍କରେ ଦୁଇ ଭାଇ। ରବିବାର ଭୋର ସମୟରେ ଗୁଡଲା ଗାଁ ଦେଇ ଯାଇଥିବା ଟ୍ରେନ୍‌ ଲାଇନରେ ଉଭୟ ଆତ୍ମହତ୍ୟା କରିଛନ୍ତି।

ସ୍ଥାନୀୟ ଅଞ୍ଚଳର ଷ୍ଟେସନ ହାଉସ ଅଫିସର କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଉଭୟ ମହେନ୍ଦ୍ର ଓ ଦେବରାଜ ସବୁବେଳେ ଏକାଠି ବୁଲାବୁଲି କରନ୍ତି। ସେମାନେ ଆଶା ନାମ୍ନୀ ଗୋଟିଏ ଝିଅକୁ ଭଲ ପାଉଥିଲେ। ଏପରି କି ଉଭୟ ସେମାନଙ୍କ ବାହୁରେ ଆଶାଙ୍କ ନାଁର ଟାଟୁ ମଧ୍ୟ କରିଥିଲେ।

ସେମାନଙ୍କ ଫୋନରୁ ମିଳିଥିବା ଫଟୋ ଓ ଅନ୍ୟାନ୍ୟ ତଥ୍ୟରୁ ଜଣାପଡ଼ିଛି ଯେ ଉଭୟଙ୍କ ସହ ଆଶାଙ୍କ ସମ୍ପର୍କ ରହିଥିଲା। ତେବେ ଆଶାଙ୍କ ଘର ଠିକଣା ମିଳିପାରି ନାହିଁ। ଉଭୟ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କିନ୍ତୁ ସେମାନଙ୍କ ନିକଟରୁ କୌଣସି ସୁଇସାଇଡ ନୋଟ ମିଳିନାହିଁ।

ପୁଲିସ୍‌ ଶବ ବ୍ୟବଚ୍ଛେଦ କରିବା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସେହିପରି ସିଆରପିସି ୧୭୪ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related story