କରୋନାର ଦ୍ୱିତୀୟ ଲହର ସାଂଘାତିକ, କିନ୍ତୁ ସୁସ୍ଥ ହେଉଛନ୍ତି ପ୍ରାୟ ୯୯% ଲୋକ

ନୂଆଦିଲ୍ଲୀ: ମହମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ହୁହୁ ହୋଇ ମାଡ଼ୁଛି। ସଂକ୍ରମଣ ବଢ଼ୁଥିବାରୁ ହସ୍ପିଟାଲ ଆଗରେ ହଜାର ହଜାର ଲୋକ ଅପେକ୍ଷା କରି ରହୁଛନ୍ତି। ଅକ୍ସିଜେନ ଅଭାବ ଠାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକଟଳ ଚିତ୍ର ଗଣମାଧ୍ୟମରେ ପ୍ରକାଶ ପାଉଛି। ସେହିପରି କରୋନାରେ ପ୍ରାଣ ହାରଉଥିବା ଲୋକଙ୍କ ଅନ୍ତିମ ସଂସ୍କାର କରାଯିବା ବେଳର ଦୃଶ୍ୟ ମଧ୍ୟ ସମସ୍ତଙ୍କୁ ବିଚଳିତ କରୁଛି। କୁହାଯାଉଛି କରୋନାର ଦ୍ୱିତୀୟ ଲହର ଭୟଙ୍କର ଓ ଅଧିକ ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ତେବେ […]

Corona

Hemant Lenka
  • Published: Monday, 26 April 2021
  • , Updated: 26 April 2021, 06:08 PM IST

ନୂଆଦିଲ୍ଲୀ: ମହମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ହୁହୁ ହୋଇ ମାଡ଼ୁଛି। ସଂକ୍ରମଣ ବଢ଼ୁଥିବାରୁ ହସ୍ପିଟାଲ ଆଗରେ ହଜାର ହଜାର ଲୋକ ଅପେକ୍ଷା କରି ରହୁଛନ୍ତି। ଅକ୍ସିଜେନ ଅଭାବ ଠାରୁ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକଟଳ ଚିତ୍ର ଗଣମାଧ୍ୟମରେ ପ୍ରକାଶ ପାଉଛି। ସେହିପରି କରୋନାରେ ପ୍ରାଣ ହାରଉଥିବା ଲୋକଙ୍କ ଅନ୍ତିମ ସଂସ୍କାର କରାଯିବା ବେଳର ଦୃଶ୍ୟ ମଧ୍ୟ ସମସ୍ତଙ୍କୁ ବିଚଳିତ କରୁଛି।

କୁହାଯାଉଛି କରୋନାର ଦ୍ୱିତୀୟ ଲହର ଭୟଙ୍କର ଓ ଅଧିକ ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ତେବେ ଏଯାଏ ଆସିଥିବା ତଥ୍ୟ ସମସ୍ତଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ଦେଇଛି। ଏତେ ଲୋକ କରୋନାରେ ଆକ୍ରାନ୍ତ ହେଉଥିଲେ ହେଁ ଦେଶରେ ମୃତ୍ୟୁସଂଖ୍ୟା ମାତ୍ର ୧%ରୁ ସାମାନ୍ୟ ଅଧିକ। ସେହିପରି ପ୍ରାୟ ୯୯% ଲୋକ କରୋନାରୁ ଆକ୍ରାନ୍ତ ହୋଇ ଘରକୁ ମଧ୍ୟ ଫେରୁଛନ୍ତି। ଦେଶରେ ଦୈନିକ ସଂକ୍ରମଣ ଯେମିତି ରେକର୍ଡ କରୁଛି ଠିକ୍‌ ସେହିପରି ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ରେକର୍ଡ କରୁଛି।

କେବଳ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ଛାଡ଼ି ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ମାଡ଼ି ଚାଲିଛି। ତେବେ ଦେଶର କରୋନାର ୩ଟି ହଟସ୍ପଟ ମହାରାଷ୍ଟ୍ର, ଦିଲ୍ଲୀ ଓ ଛତିଶଗଡ଼ରେ କରୋନାର ପ୍ଲାଟୋ ସ୍ଥିତି ରହିଛି। ମଧ୍ୟପ୍ରଦେଶରେ ମଧ୍ୟ କରୋନା ସ୍ଥିତିରେ ସ୍ଥିରତା ରହିଛି। କିନ୍ତୁ ଦେଶରେ ଦୈନିକ ସଂକ୍ରମଣ ରେକର୍ଡ କରି ଚାଲିଛି। ରବିବାର ୩.୫୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବାରୁ ଦେଶର ମୋଟ କେସ୍ ଲୋଡ ୧.୭୩ କୋଟି ପାର କରିଯାଇଛି। ସେହିପରି ୧.୯୫ ଲକ୍ଷ କରୋନା ଯୋଗୁ ଦେଶରେ ପ୍ରାଣ ହରାଇସାରିଲେଣି।

ଏହାର ଅର୍ଥ ଭାରତରେ କରୋନା ମୃତ୍ୟୁହାର ମାତ୍ର ୧.୧୨%। ଅନ୍ୟ ସମସ୍ତେ ସୁସ୍ଥ ହେଇଯାଇଛନ୍ତି କିମ୍ବା ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଭାରତରେ ବର୍ତ୍ତମାନ ଆରୋଗ୍ୟ ହାର ୯୮.୮୮% ରହିଛି। ସେହିପରି କରୋନାରେ ଆକ୍ରାନ୍ତ ହେଉଥିବା ୮୫ରୁ ୯୦% ରୋଗୀଙ୍କୁ ହସ୍ପିଟାଲ ଯିବାର ମଧ୍ୟ ଆବଶ୍ୟକ ନାହିଁ। ସେମାନେ ହୋମ ଆଇସୋଲେସନରେ ରହି କରୋନାକୁ ମାତ ଦେଇପାରୁଛନ୍ତି। ହସ୍ପିଟାଲରେ ବର୍ତ୍ତମାନ ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୮% ଲୋକଙ୍କୁ ହିଁ ମେକାନିକାଲ ଭେଣ୍ଟିଲାଇଜେସନର ଆବଶ୍ୟକ ପଡ଼ୁଛି। କରୋନାର ପ୍ରଥମ ୱେଭରେ ଏହା ୩୭% ରହିଥିଲ। ତେଣୁ କରୋନାର ଦ୍ୱିତୀୟ ୱେଭର ସଂକ୍ରମଣ ସ୍ଥିତି ସାଂଘାତିକ। କିନ୍ତୁ ଏହା ପ୍ରଥମ ୱେଭ ଭଳି ମାରାତ୍ମକ ନୁହେଁ।

ରବିବାର ଭାରତ ସଂକ୍ରମଣରେ ରେକର୍ଡ କରିଥିବା ବେଳେ ଦିନକରେ ୨.୨୦ ଲକ୍ଷ ସୁସ୍ଥ ହୋଇଛନ୍ତି। କୌଣସି ଦେଶରେ ଗୋଟିଏ ଦିନରେ କେବେ ହେଲେ ଏତେ ଲୋକ ସୁସ୍ଥ ହୋଇ ନଥିଲେ। ଦୁଇ ସପ୍ତାହ ତଳେ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାରୁ ଦୁଇ ସପ୍ତାହ ସେମାନଙ୍କ ମଧ୍ୟରୁ ଅଧିକାଂଶ ସୁସ୍ଥ ହୋଇଛନ୍ତି।

Related story