ଟିକା ନ ନେଲେ ସରକାରୀ ରାସନ ମନା !

ଜୟପୁର: ଟିକା ନ ନେଲେ ସରକାରୀ ଯୋଜନା ମନା। କୋଭିଡ୍‌ ଟିକା ନେବାକୁ ମନା କଲେ ହିତାଧିକାରୀଙ୍କୁ ମିଳିବନି ସରକାରୀ ସହାୟତା। ସରକାରୀ ଯୋଜନାରେ ମାଗଣା ଏବଂ ରିହାତିରେ ମିଳୁଥିବା ସାମଗ୍ରୀରୁ ବଞ୍ଚିତ ହେବେ ହିତ୍ତାଧିକାରୀ। ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ରାଜସ୍ତାନ ସରକାର। ଏଥିସହ  ପୁଣି ଥରେ ନାଇଟ୍‌ କର୍ଫ୍ୟୁ ମଧ୍ୟ ଫେରିଛି । ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପରେ ରାଜସ୍ତାନରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। […]

Vaccine

Vaccine

Tapas Behera
  • Published: Saturday, 25 December 2021
  • Updated: 25 December 2021, 10:04 AM IST

Sports

Latest News

ଜୟପୁର: ଟିକା ନ ନେଲେ ସରକାରୀ ଯୋଜନା ମନା। କୋଭିଡ୍‌ ଟିକା ନେବାକୁ ମନା କଲେ ହିତାଧିକାରୀଙ୍କୁ ମିଳିବନି ସରକାରୀ ସହାୟତା। ସରକାରୀ ଯୋଜନାରେ ମାଗଣା ଏବଂ ରିହାତିରେ ମିଳୁଥିବା ସାମଗ୍ରୀରୁ ବଞ୍ଚିତ ହେବେ ହିତ୍ତାଧିକାରୀ। ଏଭଳି କଡ଼ା ନିଷ୍ପତ୍ତି ନେଇଛନ୍ତି ରାଜସ୍ତାନ ସରକାର। ଏଥିସହ  ପୁଣି ଥରେ ନାଇଟ୍‌ କର୍ଫ୍ୟୁ ମଧ୍ୟ ଫେରିଛି । ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପରେ ରାଜସ୍ତାନରେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

ରାଜସ୍ତାନ ସରକାର ଟୀକାକରଣକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ନାଇଟ୍‌ କର୍ଫ୍ୟୁ ଏବଂ ମାସ୍କ ବ୍ୟବହାର ଉପରେ  ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ୧୬୨ ଦିନ ପରେ ରାଜସ୍ତାନରେ  ଶୁକ୍ରବାର ଗୋଟିଏ ଦିନରେ ୪୨ଟି କୋଭିଡ୍ ମାମଲା ରେକର୍ଡ଼ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜସ୍ତାନରେ ୨୨ଟି ଓମିକ୍ରନ୍‌ ମାମଲା ରେକର୍ଡ଼ ହୋଇଛି। ଦିନକୁ ଦିନ ସ୍ଥିତି ଜଟିଳ ହେଉଥିବାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲେଟ୍ ପରିସ୍ଥିତିର ସମୀକ୍ଷା କରିଥିଲେ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ କହିଛନ୍ତି ଯେ ଏହି ପରି ପରିସ୍ଥିତିରେ ଟୀକାକରଣ ନେଇ କେହି ମନା କରିପାରିବେ ନାହିଁ।  ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ  ସରକାରୀ ଯୋଜନାକରୁ ବଞ୍ଚିତ ହେବେ। ସେହିପରି ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ  କର୍ଫ୍ୟୁକୁ କଡାକଡି ପାଳନ କରାଯିବା ନେଇ ସେ ଗୁରୁତ୍ୱୋରପ କରିଛନ୍ତି। ରାଜସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ ପାର୍ସଦି ଲାଲ ମୀନା କହିଛନ୍ତି ଯେ, ନୂଆ ବର୍ଷ ଉତ୍ସବ ଆରମ୍ଭ ହେବା ପୂର୍ବରୁ କଟକଣା ଲଗାଇବା ଜରୁରୀ।  ନଚେତ୍ କୋଭିଡ -୧୯ ମାମଲା ବଢ଼ିପାରେ।।  ସେହିପରି  କୋଭିଡ -୧୯ରବୁଷ୍ଟର ଡୋଜ୍‌ ଦେବାକୁ  ରାଜସ୍ତାନ ସରକାର କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos