ଏଭରେଷ୍ଟରେ ବି ପହଞ୍ଚିଗଲା କରୋନା ଭାଇରସ

କାଠମାଣ୍ତୁ: ବିଶ୍ୱର ସବୁଠାରୁ ବଡ଼ ପାହାଡ଼ ଏଭରେଷ୍ଟ ମଧ୍ୟ ମହାମାରୀ କରୋନାରୁ ବର୍ତ୍ତି ପାରିନାହିଁ। ଏଭରେଣ୍ଟର ନେପାଳ ବେସ୍‌ କ୍ୟାମ୍ପରେ ଏକାଧିକ ପର୍ବତ ଆରୋହୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ବେସ୍ କ୍ୟାମ୍ପରେ ପ୍ରଥମ କରୋନା ରୋଗୀ ଚଳିତ ବର୍ଷ ଏପ୍ରିଲରେ ଚିହ୍ନଟ ହୋଇଥିଲେ। କିନ୍ତୁ ନେପାଳ ସରକାର ଏହାକୁ ମିଛ ବୋଲି କହିବା ସହ ବେସ୍‌ କ୍ୟାମ୍ପରେ କେହି ପଜିଟିଭ ହୋଇ ନଥିବା କହିଥିଲେ। ଏବେ ୱାଶିଂଟନ ପୋଷ୍ଟକୁ ନେପାଳ Mountaineering Association କହିଛି […]

Everest

Hemant Lenka
  • Published: Friday, 07 May 2021
  • , Updated: 07 May 2021, 03:55 PM IST

କାଠମାଣ୍ତୁ: ବିଶ୍ୱର ସବୁଠାରୁ ବଡ଼ ପାହାଡ଼ ଏଭରେଷ୍ଟ ମଧ୍ୟ ମହାମାରୀ କରୋନାରୁ ବର୍ତ୍ତି ପାରିନାହିଁ। ଏଭରେଣ୍ଟର ନେପାଳ ବେସ୍‌ କ୍ୟାମ୍ପରେ ଏକାଧିକ ପର୍ବତ ଆରୋହୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ବେସ୍ କ୍ୟାମ୍ପରେ ପ୍ରଥମ କରୋନା ରୋଗୀ ଚଳିତ ବର୍ଷ ଏପ୍ରିଲରେ ଚିହ୍ନଟ ହୋଇଥିଲେ। କିନ୍ତୁ ନେପାଳ ସରକାର ଏହାକୁ ମିଛ ବୋଲି କହିବା ସହ ବେସ୍‌ କ୍ୟାମ୍ପରେ କେହି ପଜିଟିଭ ହୋଇ ନଥିବା କହିଥିଲେ।

ଏବେ ୱାଶିଂଟନ ପୋଷ୍ଟକୁ ନେପାଳ Mountaineering Association କହିଛି ଯେ ବେସ୍‌ କ୍ୟାମ୍ପରେ ୪ ଜଣ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏମାନଙ୍କ ମଧ୍ୟରେ ୩ ଜଣ ପର୍ବତ ଆରୋହୀ ଓ ଜଣେ ସ୍ଥାନୀୟ ଗାଇଡ ରହିଛନ୍ତି। କିନ୍ତୁ ଏହାଠାରୁ ଅଧିବ ପର୍ବତ ଆରୋହୀ ଏଭରେଷ୍ଟର ବେସ୍‌ କ୍ୟାମ୍ପରେ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି।

ଗତ ସପ୍ତାହରେ ପୋଲିଶ ପର୍ବତ ଆରୋହୀ ପାୱେଲ ମିଚାଲିସ୍କ ସୋଶାଲ ମିଡିଆରେ ଲେଖିଥିଲେ ଯେ “୩୦ରୁ ଅଧିକ ଲୋକଙ୍କୁ ଏବେ ସୁଦ୍ଧା ହେଲିକପ୍ଟରରେ କାଠମାଣ୍ଡୁ ନିଆଯାଇଛି। ସେଠାରେ ସେମାନଙ୍କର ପରୀକ୍ଷା କରାଯିବା ପରେ ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି।”

ଏପ୍ରିଲ ୧୯ରେ ବେସ୍‌ କ୍ୟାମ୍ପ ଛାଡ଼ିବାର କିଛି ଦିନ ପରେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଜିତା ଅଧିକାରୀ କହିଛନ୍ତି ଯେ ସେଠାରେ ଅନେକ କରୋନା ଆକ୍ରାନ୍ତ ରହିଛନ୍ତି। ହେଲେ କାହାର ଟେଷ୍ଟ କରାଯାଉ ନାହିଁ। ନେପାଳ ସରକାର ଏବେ ବି ଏଭରେଷ୍ଟ ବେସ୍‌ କ୍ୟାମ୍ପରେ ସଂକ୍ରମଣ ବ୍ୟାପୀବା କଥାକୁ ସ୍ୱୀକାର କରୁନାହାନ୍ତି। କିନ୍ତୁ ଏହାର ଏକାଧିକ ପ୍ରମାଣ ମିଳି ସାରିଲାଣି। କ’ଣ ପାଇଁ ସରକାର ତଥ୍ୟ ଲୁଚାଉଛନ୍ତି ବୋଲି ସେ ଟ୍ୱିଟ କରିଛନ୍ତି।

ୱାଶିଂଟନ ପୋଷ୍ଟକୁ ରୋଜିତା କହିଛନ୍ତି, “କ୍ୟାମ୍ପରେ ମୁଁ ଅନେକ ଅସୁସ୍ଥ ଲୋକଙ୍କୁ ଦେଖିଛି। ଗୋରକଶେପ ହୋଟେଲରେ ଅସୁସ୍ଥ ପର୍ବତ ଆରୋହୀ ଆଇସୋଲେସନରେ ରହିଛନ୍ତି। କ୍ୟାମ୍ପର ଆଖପାଖରେ କରୋନା ଭାଇରସ ସାଧାରଣ ସ୍ଥାନ ଭଳି ରହିଛି। ତଥାପି ସେମାନେ ଏହାକୁ ଅତି ସହଜରେ ନେଉଛନ୍ତି।”

କରୋନା ପାଇଁ ୨୦୨୦ ଏଭରେଷ୍ଟ ଅଭିଯାନକୁ ବାତିଲ କରାଯାଇଥିଲା। ହେଲେ ଏବେ ସଂକ୍ରମଣ ବୃଦ୍ଧି ସତ୍ତ୍ୱେ ରେକର୍ଡ ସଂଖ୍ୟକ ପର୍ବତ ଆରୋହୀଙ୍କୁ ଏଭରେଷ୍ଟ ଯିବାକୁ ଅନୁମତି ମିଳିଛି। ପ୍ରାୟ ୪୦୮ ଜଣଙ୍କୁ ଇତି ମଧ୍ୟରେ ଏଭରେଷ୍ଟ ଯିବାକୁ ଅନୁମତି ମିଳି ସାରିଲାଣି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପର୍ବତ ଆରୋହୀଙ୍କ ଟେଷ୍ଟ ପାଇଁ କୌଣସି ବ୍ୟବସ୍ଥା ବେସ କ୍ୟାମ୍ପରେ ନାହିଁ। ଏଭରେଷ୍ଟ ବେସ୍‌ କ୍ୟାମ୍ପରେ ଲୋକଙ୍କ ଚିକିତ୍ସା କରୁଥିବା ଡା ପ୍ରକାଶ କାରେଲ କହିଛନ୍ତି ଯେ କ୍ଲିନିକରେ କରୋନା ଟେଷ୍ଟ ପାଇଁ ଅନୁମତି ନାହିଁ। ଏହା ଅଧିକ ଉଚ୍ଚରେ ଥିବାରୁ କଫ ଓ ଥଣ୍ଡାରୁ କିଏ କରୋନା ରୋଗୀ, ତାହା ଜାଣିବା କଷ୍ଟକର ହୋଇପଡ଼ୁଛି। ଏକାଧିକ କ୍ୟାମ୍ପ ଲାଗିଲାଗି ରହିଥିବାରୁ ସଂକ୍ରମଣ ବେଶ ସହଜରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇ ପାରିବ ବୋଲି ସେ କହିଛନ୍ତି।

Related story