କରୋନାରୁ ସୁସ୍ଥ ହେବାର କେତେ ଦିନ ପରେ ନେଇପାରିବେ ଟିକା?

ନୂଆଦିଲ୍ଲୀ: ମହାମାରୀ କରୋନାରୁ ସୁସ୍ଥ ହୋଇଥିବା ଲୋକମାନେ କ’ଣ ତୁରନ୍ତ ଆରୋଗ୍ୟ ଲାଭ କରିବା ପରେ ଟିକା ନେଇପାରିବେ କି? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଠିବାରେ ଲାଗିଛି। ଏସବୁ ଭିତରେ ଗୋଟିଏ ସରକାରୀ ପ୍ୟାନେଲ କେବେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକମାନେ ଟିକା ନେଇପାରିବେ, ସେକଥା କହିଛି। ପ୍ୟାନେଲ ପକ୍ଷରୁ କୁହଯାଇଛି ଯେ କରୋନାରୁ ସୁସ୍ଥ ହେଉଥିବା ଲୋକମାନେ ୬ ମାସ ଯାଏ ଟିକା ନେବାକୁ ଆଦୌ ଯାଆନ୍ତୁ ନାହିଁ। ଏ ସମ୍ପର୍କରେ ପ୍ୟାନେଲ […]

Vaccine

Hemant Lenka
  • Published: Thursday, 13 May 2021
  • , Updated: 13 May 2021, 04:58 PM IST

ନୂଆଦିଲ୍ଲୀ: ମହାମାରୀ କରୋନାରୁ ସୁସ୍ଥ ହୋଇଥିବା ଲୋକମାନେ କ’ଣ ତୁରନ୍ତ ଆରୋଗ୍ୟ ଲାଭ କରିବା ପରେ ଟିକା ନେଇପାରିବେ କି? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଠିବାରେ ଲାଗିଛି। ଏସବୁ ଭିତରେ ଗୋଟିଏ ସରକାରୀ ପ୍ୟାନେଲ କେବେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକମାନେ ଟିକା ନେଇପାରିବେ, ସେକଥା କହିଛି।

ପ୍ୟାନେଲ ପକ୍ଷରୁ କୁହଯାଇଛି ଯେ କରୋନାରୁ ସୁସ୍ଥ ହେଉଥିବା ଲୋକମାନେ ୬ ମାସ ଯାଏ ଟିକା ନେବାକୁ ଆଦୌ ଯାଆନ୍ତୁ ନାହିଁ। ଏ ସମ୍ପର୍କରେ ପ୍ୟାନେଲ ସରକାରଙ୍କ ଆଗରେ ପ୍ରସ୍ତାବ ମଧ୍ୟ ଆଗତ କରିଛି। ଏହି ପ୍ୟାନେଲ କୋଭିସିଲ୍ଡ ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ବ୍ୟବଧାନକୁ ୧୨ରୁ ୧୬ ସପ୍ତାହ କରିବାକୁ ମଧ୍ୟ କହିଛି। ଏଥିସହ ଗର୍ଭବତୀଙ୍କୁ ନିଜ ଇଚ୍ଛା ଅନୁସାରେ ଟିକା ନେବାକୁ ଅନୁମତି ଦିଆଯାଉ ବୋଲି ପ୍ୟାନେଲ ପ୍ରସ୍ତାବ ରଖିଛି।

ତେବେ କୋଭାକ୍ସିନ ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ପ୍ୟାନେଲ କୌଣସି ସମୟ ବଦଳାଇବାକୁ ପରାମର୍ଶ ଦେଇନାହିଁ। ଟିକାକରଣ ଉପରେ ଗଠିତ ଜାତୀୟ ବୈଷୟିକ ପରାମର୍ଶଦାତା ଗ୍ରୁପର ସଦସ୍ୟମାନେ ନିକଟରେ ବୈଠକ କରିଥିଲେ। ଏହାପରେ ଏମିତି ପ୍ରସ୍ତାବ ସରକାରଙ୍କ ଆଗରେ ଉପସ୍ଥାପନ କରାଯାଇଛି।

ପ୍ୟାନେଲ କହିଛି ଯେ, ଯେଉଁ ଲୋକମାନେ ପ୍ରଥମ ଡୋଜ୍‌ ନେବା ପରେ ସଂକ୍ରମିତ ହୋଇଛନ୍ତି, ସେମାନେ ସୁସ୍ଥ ହେବା ପରେ ତୁରନ୍ତ ଟିକା ନିଅନ୍ତୁ ନାହିଁ। ସେମାନଙ୍କୁ ୪ରୁ ୬ ସପ୍ତାହ ପରେ ହିଁ ଦ୍ୱିତୀୟ ଡୋଜ ଦିଆଯିବା ଉଚିତ। ଯେଉଁ କରୋନା ଆକ୍ରାନ୍ତଙ୍କୁ ମୋନୋକୋଲନାଲ ଆଣ୍ଟିବଡି କିମ୍ବା କୋନଭାଲସେଣ୍ଟ ପ୍ଲାଜମା ଦିଆଯାଇଛି, ସେମାନେ ହସ୍ପିଟାଲରୁ ବାହାରିବାର ୩ ମାସ ପରେ ଟିକା ନିଅନ୍ତୁ।

ସେହିପରି ଯେଉଁମାନେ ଅଲଗା ରୋଗ ପାଇଁ ହସ୍ପିଟାଲରେ କିମ୍ବା ଆଇସିୟୁରେ ଥିଲେ ସେମାନେ ୪ରୁ ୮ ସପ୍ତାହ ପରେ କରୋନା ଟିକା ନେବା ଦରକାର ବୋଲି ପ୍ୟାନେଲ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଏବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ, କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକମାନେ ୪ରୁ ୮ ସପ୍ତାହ ପରେ ଟିକା ନେଇପାରିବେ। ଗର୍ଭବତୀ ଓ କ୍ଷୀର ଖୁଆଉଥିବା ମହିଳାମାନେ ଟିକା ନେଇପାରିବେ ନାହିଁ। ଏବେ ପ୍ୟାନେଲ ଦେଇଥିବା ପ୍ରସ୍ତାବ NEGVAC ପାଖକୁ ଯିବ।

NEGVAC ହିଁ ଏହା ଉପରେ ଚୂଡ଼ାନ୍ତ ମୋହର ମାରିବ। ପ୍ୟାନେଲର ବୈଠକରେ ଟିକା ନେଉଥିବା ଲୋକଙ୍କର ଆଣ୍ଟିଜେନ କରୋନା ଟେଷ୍ଟ କରିବାକୁ ପ୍ରସ୍ତାବ ଆଗତ କରାଯାଇଥିଲେ। ହେଲେ ଏହାକୁ ପ୍ୟାନେଲର ସଦସ୍ୟ ଅଗ୍ରାହ୍ୟ କରିଦେଇଛନ୍ତି।

Related story