ମାସକୁ କେତେ ଡୋଜ୍ କୋଭିସିଲ୍ଡ ଓ କୋଭାକ୍ସିନ ଉତ୍ପାଦନ ହେବ? ଜବାବ ରଖିଲେ ସରକାର

ନୂଆଦିଲ୍ଲୀ: କରୋନା ବିରୋଧରେ ବ୍ୟବହାର ହେଉଥିବା କୋଭିସିଲ୍ଡ ଓ କୋଭାକ୍ସିନର ଉତ୍ପାଦନକୁ ନେଇ ବଡ଼ ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ସୁଦ୍ଧା ମାସକୁ କୋଭିସିଲ୍ଡର ୧୨୦ ମିଲିୟନ ଡୋଜ୍‌ ଓ କୋଭାକ୍ସିନର ୫୮ ମିଲିୟନ ଡୋଜ୍‌ ଉତ୍ପାଦନ ହେବ। କମ୍ପାନୀଙ୍କ ଉତ୍ପାଦନ କ୍ଷମତା ସମ୍ପର୍କରେ ତଥ୍ୟ ମିଳିବା ପରେ କେନ୍ଦ୍ର ସରକାର ରାଜ୍ୟସଭାକୁ ଏହା ଅବଗତ କରାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ଉତ୍ପାଦନ କ୍ଷମତା ବର୍ତ୍ତମାନ କେତେ ରହିଛି […]

Covaxin

Hemant Lenka
  • Published: Tuesday, 03 August 2021
  • , Updated: 03 August 2021, 08:55 PM IST

ନୂଆଦିଲ୍ଲୀ: କରୋନା ବିରୋଧରେ ବ୍ୟବହାର ହେଉଥିବା କୋଭିସିଲ୍ଡ ଓ କୋଭାକ୍ସିନର ଉତ୍ପାଦନକୁ ନେଇ ବଡ଼ ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ସୁଦ୍ଧା ମାସକୁ କୋଭିସିଲ୍ଡର ୧୨୦ ମିଲିୟନ ଡୋଜ୍‌ ଓ କୋଭାକ୍ସିନର ୫୮ ମିଲିୟନ ଡୋଜ୍‌ ଉତ୍ପାଦନ ହେବ। କମ୍ପାନୀଙ୍କ ଉତ୍ପାଦନ କ୍ଷମତା ସମ୍ପର୍କରେ ତଥ୍ୟ ମିଳିବା ପରେ କେନ୍ଦ୍ର ସରକାର ରାଜ୍ୟସଭାକୁ ଏହା ଅବଗତ କରାଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଦେଶରେ କୋଭିସିଲ୍ଡ ଓ କୋଭାକ୍ସିନର ଉତ୍ପାଦନ କ୍ଷମତା ବର୍ତ୍ତମାନ କେତେ ରହିଛି ଓ ଆଗକୁ ଏହା ମାସିକ କେତେରେ ପହଞ୍ଚିବ, ସେ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରେ ଗୃହକୁ ବିସ୍ତୃତ ତଥ୍ୟ ଦେଇଛନ୍ତି।

ସେ ଲିଖିତ ଜବାବରେ କହିଛନ୍ତି, “ଉତ୍ପାଦକାରୀ ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ କୋଭିସିଲ୍ଡର ମାସିକ ଉତ୍ପାଦନ କ୍ଷମତା ୧୧୦ ମିଲିୟନ ଡୋଜ୍‌ରୁ ୧୨୦ ମିଲିୟନ ଡୋଜରେ ପହଞ୍ଚିବ। ସେହିପରି କୋଭାକ୍ସିନର ମାସିକ ଉତ୍ପାଦନ ୨୫ ମିଲିୟନ ଡୋଜ୍‌ରୁ ୫୮ ମିଲିୟନ ଡୋଜ୍‌ ହେବ। ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ହିଁ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ।”

ସେ କହିଛନ୍ତି ଯେ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ କୋଭିସିଲ୍ଡର ଉତ୍ପାଦନ କରୁଥିବା ବେଳେ ଭାରତ ବାୟୋଟେକ କୋଭାକ୍ସିନର ଉତ୍ପାଦନ କରୁଛି। ଭାରତ ବାୟୋଟେକ ହାଇଦ୍ରାବାଦରେ ରହିଛି। ଏଥିସହ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ଥିବା ବାୟୋଟେକ୍ନୋଲୋଜି ବିଭାଗ ‘ମିଶନ କୋଭିଡ ସୁରକ୍ଷା- ଭାରତୀୟ କୋଭିଡ-୧୯ ଟିକା ବିକାଶ ମିଶନ' ଆରମ୍ଭ କରିଛି।

ଏହି ମିଶନ ବାୟୋଟେକ୍ନୋଲୋଜି ଶିଳ୍ପ ଅନୁସନ୍ଧାନ ଆସିସଷ୍ଟାଣ୍ଟ ପରିଷଦ ଦ୍ୱାରା କାର୍ଯ୍ୟକାରୀ ହେଉଛି। ଏହା ଜରିଆରେ କୋଭାକ୍ସିନର ଉତ୍ପାଦନ ପାଇଁ ଭାରତ ବାୟୋଟେକ୍ ଓ ମୁମ୍ବାଇରେ ଥିବା ହାଫକିନ୍ ବାୟୋଫାର୍ମାସ୍ୟୁଟିକାଲ୍ କର୍ପୋରେସନ୍ ଲିମିଟେଡ୍, ହାଇଦ୍ରାବାଦରେ ଥିବା ଇଣ୍ଡିଆନ୍ ଇମ୍ୟୁନୋଲୋଜିକାଲ୍ ଲିଃ ଓ ବୁଲନ୍ଦଶହରରେ ଥିବା ଭାରତ ଇମ୍ୟୁନୋଲୋଜିକାଲ୍ ବାୟୋଲୋଜିକାଲ୍ ଲିଃକୁ ସହାୟତା ଦିଆଯାଇଛି।

Related story