ଡିଆଇଜିଙ୍କ ନାମରେ ଅସଦାଚରଣ ଅଭିଯୋଗ ଆଣିଲେ ମହିଳା ଡାକ୍ତର

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ସମସ୍ତଙ୍କ ଭରସା ଡାକ୍ତର। ହେଲେ ଇତିମଧ୍ୟରେ ଜଣେ ମହିଳା ଡାକ୍ତର ଅସଦାଚାରଣର ଶିକାର ହୋଇଛନ୍ତି। ଆଉ ଏହି ଅସଦାଚରଣ ଅଭିଯୋଗ ଆସିଛି ସିଆରପିଏଫ ଡିଆଇଜିଙ୍କ ନାମରେ। ଯାହାକୁ ନେଇ ବିହାର ମୁଜାଫରନଗର ଏବେ ଶିରୋନମାରେ। ପ୍ରସଙ୍ଗ ଗମ୍ଭୀର ହେଉଥିବା ଦେଖି ଏହି ମାମଲାର ତଦନ୍ତ ହେବ ବୋଲି ରବିବାର ନିଷ୍ପତ୍ତି ନିଆଯାଇଛି। ଆଜି ସକାଳେ ମହିଳା ଡାକ୍ତର ଜଣଙ୍କ ବିହାର ମୁଜାଫରନଗରରେ ଡିଆଇଜି ସୁରିନ୍ଦର ପ୍ରସାଦଙ୍କ ନାମରେ ଏତଲା ଦେବା ପରେ […]

CRPF DIG under probe for misbehaving with lady doctor

CRPF DIG under probe for misbehaving with lady doctor

Subhransu Sekhar
  • Published: Sunday, 09 May 2021
  • Updated: 09 May 2021, 04:25 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମହାମାରୀ ବେଳେ ସମସ୍ତଙ୍କ ଭରସା ଡାକ୍ତର। ହେଲେ ଇତିମଧ୍ୟରେ ଜଣେ ମହିଳା ଡାକ୍ତର ଅସଦାଚାରଣର ଶିକାର ହୋଇଛନ୍ତି। ଆଉ ଏହି ଅସଦାଚରଣ ଅଭିଯୋଗ ଆସିଛି ସିଆରପିଏଫ ଡିଆଇଜିଙ୍କ ନାମରେ। ଯାହାକୁ ନେଇ ବିହାର ମୁଜାଫରନଗର ଏବେ ଶିରୋନମାରେ। ପ୍ରସଙ୍ଗ ଗମ୍ଭୀର ହେଉଥିବା ଦେଖି ଏହି ମାମଲାର ତଦନ୍ତ ହେବ ବୋଲି ରବିବାର ନିଷ୍ପତ୍ତି ନିଆଯାଇଛି। ଆଜି ସକାଳେ ମହିଳା ଡାକ୍ତର ଜଣଙ୍କ ବିହାର ମୁଜାଫରନଗରରେ ଡିଆଇଜି ସୁରିନ୍ଦର ପ୍ରସାଦଙ୍କ ନାମରେ ଏତଲା ଦେବା ପରେ ତଦନ୍ତ ହେବ ବୋଲି ଜଣାପଡ଼ଛି।

ମହିଳା ଡାକ୍ତର ଜଣଙ୍କ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି, ଡିଆଇଜି ବିଳମ୍ବିତ ରାତିରେ ମଦ ପିଇ ବାରମ୍ବାର ତାଙ୍କୁ ଫୋନ୍ କଲ୍ କରୁଥିଲେ। ଡିଆଇଜି ଜଣଙ୍କ ମୁଜାଫରନଗର ହସ୍ପିଟାଲରେ ନିୟୋଜିତ ଥିଲେ। ବିଭିନ୍ନ ସମୟରେ ତାଙ୍କୁ ହଇରାଣ ମଧ୍ୟ କରୁଥିବା ନେଇ ମହିଳା ଜଣଙ୍କ ଏତଲାରେ ଦର୍ଶାଇଛନ୍ତି। ଏହାପରେ ସିଆରପିଏଫ ଏକ ବିବୃତ୍ତିରେ କହିଛି ଯେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀ ସାବ୍ୟସ୍ତ ହେଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ମହିଳା କର୍ମଚାରୀଙ୍କୁ ସୁରକ୍ଷା ତଥା ନିରାପଦ ପରିବେଶ ଯୋଗାଇବା ପାଇଁ ସିଆରପିଏଫ ପ୍ରତିଶ୍ରୁତିବଦ୍ଧ। ଅସଦାଚରଣ ନେଇ ଯେଉଁ ଅଭିଯୋଗ ଆସିଛି ସେଥିରେ ସିଆରପିଏଫ ଜୀରୋ ଟୋଲରେନସ ନୀତି ଆପଣାଇବ ବୋଲି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos