Advertisment

ପୁଲିସର ଚରିତ୍ରକୁ ପଦାରେ ପକାଇଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ପୁଲିସର ଚରିତ୍ରକୁ ପଦାରେ ପକାଇଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। ଏବେ ବି ବିଚାର ବିଭାଗୀୟ ନିର୍ଯାତନା ଏବଂ ପୁଲିସର ଅତ୍ୟାଚାର ବଳବତ୍ତର ରହିଛି। ଯାହା ମାନବିକ ଅଧିକାର ପ୍ରତି ବିପଦ। ଜେଲରେ ଥିବା ବେଳେ ସମ୍ୱିଧାନ ଅନୁଯାୟୀ ନାଗରିକଙ୍କୁ ବଞ୍ଚିବା ପାଇଁ ଯେଉଁ ଅଧିକାର ଦିଆଯାଇଛି ତାହା ହନନ ହେଉଛି। ଏଭଳି ଘଟଣା ଥାନାରେ ଅଧିକ ରହିଛି। ରବିବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମନ୍ନା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି। […]

author-image
Subhransu Sekhar
ଅଦ୍ୟତନ ହୋଇଛି
ସମ୍ଭାବ୍ୟ ବିଚାରପତି ନିଯୁକ୍ତି ରିପୋର୍ଟ, ଅସନ୍ତୋଷ ପ୍ରକାଶ କଲେ ସିଜେଆଇ

CJI

ନୂଆଦିଲ୍ଲୀ: ପୁଲିସର ଚରିତ୍ରକୁ ପଦାରେ ପକାଇଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି। ଏବେ ବି ବିଚାର ବିଭାଗୀୟ ନିର୍ଯାତନା ଏବଂ ପୁଲିସର ଅତ୍ୟାଚାର ବଳବତ୍ତର ରହିଛି। ଯାହା ମାନବିକ ଅଧିକାର ପ୍ରତି ବିପଦ। ଜେଲରେ ଥିବା ବେଳେ ସମ୍ୱିଧାନ ଅନୁଯାୟୀ ନାଗରିକଙ୍କୁ ବଞ୍ଚିବା ପାଇଁ ଯେଉଁ ଅଧିକାର ଦିଆଯାଇଛି ତାହା ହନନ ହେଉଛି। ଏଭଳି ଘଟଣା ଥାନାରେ ଅଧିକ ରହିଛି। ରବିବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମନ୍ନା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି।

Advertisment

ନ୍ୟାଶନାଲ ଲିଗାଲ ସର୍ଭିସେସ ଅଥରଟିର (ଏନଏଏଲଏସଏ) ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ ରମନ୍ନା କହିଛନ୍ତି, ଥାନାରେ ଗୋଟିଏ ପ୍ରଭାବଶାଳୀ ଆଇନଗତ ପ୍ରତିନିଧିଙ୍କ ଅଭାବ ରହିଛି। ଯାହାକି ଜେଲରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଗୋଟିଏ ବଡ଼ କ୍ଷତି। ତେଣୁ ପୁଲିସ ଯେଉଁଭଳି ଭାବରେ କାମ କରୁଛି ଏହାକୁ ରୋକିବା ପାଇଁ ଆମକୁ ସାମ୍ବିଧାନିକ ଆଇନ ସହାୟତା ମାଗଣାରେ ଯୋଗାଇବା ଠିକ୍ ହେବ। ଯେଉଁସବୁ ଆଇନଗତ ସୁବିଧା ରହିଛି ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ହେବ। ସମସ୍ତ ଥାନା କିମ୍ବା ଜେଲ ବାହାରେ ଏହି ସୁବିଧା ସାର୍ବଜନୀନ ହେବା ଦରକାର। ଏ ଦିଗରେ ପ୍ରଧାନ ବିଚାରପତି ଆଗାମୀ ଦିନରେ ପଦକ୍ଷେପ ନେବେ ବୋଲି ଆଶ୍ୱସ୍ତ କରାଇଛନ୍ତି।

ଏହି ଅବସରରେ ଲିଗାଲ୍ ଏଡ୍ ସର୍ଭିସେସ୍ ଆପର ସେ ଉନ୍ମୋଚନ କରି କହିଛନ୍ତି, “ଆଜି ଘୋଷଣା କରାଯାଇଥିବା ଲିଗାଲ୍ ଏଡ୍ ସର୍ଭିସେସ୍ ଆପ୍ ଆଇନ ସେବା ତଥା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ସମସ୍ତ ଆଇନଜୀବୀଙ୍କ ମୋବାଇଲ୍ ଫୋନରେ ଡାଉନଲୋଡ କରିହେବ। ଆଉ ଦେଶର ଯେକୌଣସି ସ୍ଥାନରେ ଲୋକମାନେ ଏହା ଜରିଆରେ ଆଇନଗତ ସହାୟତା ପାଇଁ ଆବେଦନ କରିପାରିବେ। କରୋନା ମହାମାରୀ ସତ୍ତ୍ୱେ ଆମେ ଆମର ଆଇନ ସହାୟତା ସେବା ଜାରି ରଖିବାରେ ସକ୍ଷମ ହୋଇଛୁ। ଏପରି ବୈଷୟିକ ଉପକରଣ ଭବିଷ୍ୟତର ଆହ୍ୱାନକୁ ସାମ୍ନା କରିବ"।

Advertisment

ସୂଚନାଯୋଗ୍ୟ, ଓଡ଼ିଶାର ପୁରୀ, କେନ୍ଦ୍ରାପଡ଼ା ଆଦି ଅନେକ ସ୍ଥାନରେ ମଧ୍ୟ ବିଚାର ବିଭାଗୀୟ ନିର୍ଯାତନା ଏବଂ ହାଜତ ମୃତ୍ୟୁର ଅଭିଯୋଗ ରହିଛି। ଗତବର୍ଷ କୋଭିଡ ବେଳେ ତାମିଲନାଡୁରେ ବାପୁ, ପୁଅଙ୍କୁ ଦୋକାନରୁ ଉଠାଇ ନେଇ ପୁଲିସ ଥାନାରେ ରଖିଥିବା ବେଳେ ମୃତ୍ୟୁ ଘଟିଥିଲା।