ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ‘ମାଣ୍ଡୋସ୍’

ଚେନ୍ନାଇ: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମାଣ୍ଡୋସ୍ କ୍ରମଶଃ ଅଧିକ ଘନିଭୂତ ହୋଇ ଆସନ୍ତା ୬ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାର ରୂପ ନେଇ ପାରେ। ବର୍ତ୍ତମାନ ଏହି ସିଷ୍ଟମଟି  ପୁଡ଼ୁରେରୀରେ କରାଇକାଲଠାରୁ ୨୭୦ କି.ମି ଦୂରରେ କେନ୍ଦ୍ରିତ ଅଛି। ଭାରତୀୟ ପାଣିପାଗ ବିଭାଗର କହିବା ଅନୁଯାୟୀ, ଏହି ବାତ୍ୟାଟି ଉତ୍ତରପଶ୍ଚିମ ମୁହାଁ ହୋଇ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ ଗତି କରିବ।  ବାତ୍ୟା ପାଇଁ ଆନ୍ଧ୍ର , […]

cyclone

  • Published: Friday, 09 December 2022
  • , Updated: 09 December 2022, 08:21 AM IST

ଚେନ୍ନାଇ: ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମାଣ୍ଡୋସ୍ କ୍ରମଶଃ ଅଧିକ ଘନିଭୂତ ହୋଇ ଆସନ୍ତା ୬ ଘଣ୍ଟା ମଧ୍ୟରେ ଅତି ଭୀଷଣ ବାତ୍ୟାର ରୂପ ନେଇ ପାରେ। ବର୍ତ୍ତମାନ ଏହି ସିଷ୍ଟମଟି  ପୁଡ଼ୁରେରୀରେ କରାଇକାଲଠାରୁ ୨୭୦ କି.ମି ଦୂରରେ କେନ୍ଦ୍ରିତ ଅଛି। ଭାରତୀୟ ପାଣିପାଗ ବିଭାଗର କହିବା ଅନୁଯାୟୀ, ଏହି ବାତ୍ୟାଟି ଉତ୍ତରପଶ୍ଚିମ ମୁହାଁ ହୋଇ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ ଗତି କରିବ।  ବାତ୍ୟା ପାଇଁ ଆନ୍ଧ୍ର , ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ହାଇ ଆଲର୍ଟ ଜାରି କରାଯାଇଛି।

ମୁକାବିଲା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନଡିଆରଏଫ ଏବଂ ସେନା ସତର୍କ ଅଛନ୍ତି। ବାତ୍ୟା ପାଇଁ ପୁଡ଼ୁଚେରୀରେ ଶୁକ୍ରବାର  ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି। ଦକ୍ଷିଣ ଭାରତର କିଛି ସ୍ଥାନରେ ପାଗ ପରିବର୍ତନ ହୋଇ ବର୍ଷା ହେବାରେ ଲାଗିଛି।  ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଭାରତର କିଛି ସ୍ଥାନ ପାଇଁ ଆଲର୍ଟ ଜାରି କରାଯାଇଛି । ପୁଡୁଚେରୀ ଓ ଶ୍ରୀହରିକୋଟା ଦେଇ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୦ କି.ମି. ରହିବ।  ଆଜି ରାତି ୯ଟା ମଧ୍ୟରେ ଏହା ଅତିକ୍ରମ କରିବ।

ଆଜି ପାଇଁ ତାମିଲନାଡୁର ଥୁଥୁକୁଡି, ଥେନି ଏବଂ ସିରୁମାଲାଇରେ ଥିବା ସ୍କୁଲ ଏବଂ କଲେଜଗୁଡ଼ିକ ଛୁଟି ଘୋଷଣା କରାଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ସାମୁଦ୍ରିକ ଝଡ଼  ଆସନ୍ତା ୬ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ରୂପ ନେବାର ଆଶଙ୍କା ରହିଛି। ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଆଜି ମଧ୍ୟରାତ୍ରିରେ ସର୍ବାଧିକ ୬୫-୭୫କିଲୋମିଟର ବେଗରେ ପବନ ବହିବା ସହିତ ଏହା ମଝିରେ ମଝିରେ ୮୫ କିମି ଛୁଇଁପାରେ। ଆଜି ଏବଂ ଆସନ୍ତାକାଲି ପାଇଁ ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଇଁ ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଛି। NDRF ଟିମକୁ ସତର୍କ କରାଯାଇଛି।

Related story