ବଙ୍ଗୋପ ସାଗରରେ ଆସୁଛି ବାତ୍ୟା !

ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧିରେ ଧିରେ ଘନିଭୂତ ହୋଇ ଏକ ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଏହି ସାମୁଦ୍ରିକ ଝଡ଼  ଦକ୍ଷିଣ-ପଶ୍ଚିମମୁହାଁ ହୋଇ ଉତ୍ତର ତାମିଲନାଡ଼ୁର ପୁଡ଼ୁଚେରି ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଗତି କରିପାରେ। ଡିସେମ୍ବର ୮ ସୁଦ୍ଧା ଏହି ସାମୁଦ୍ରିକ ଝଡ଼ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବତଭାଗ ପକ୍ଷରୁ ଆକଳନ କରାଯାଇଛି।  ଦକ୍ଷିଣ ଆଣ୍ଡାମାନ ସାଗରର ସାମୁଦ୍ରିକ ଘୂର୍ଣ୍ଣିବଳୟ  ଓ ତତ୍‌ସଂଲଗ୍ନ […]

Cyclone

Cyclone

Tapas Behera
  • Published: Monday, 05 December 2022
  • Updated: 05 December 2022, 12:47 PM IST

ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଏକ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧିରେ ଧିରେ ଘନିଭୂତ ହୋଇ ଏକ ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ଏହି ସାମୁଦ୍ରିକ ଝଡ଼  ଦକ୍ଷିଣ-ପଶ୍ଚିମମୁହାଁ ହୋଇ ଉତ୍ତର ତାମିଲନାଡ଼ୁର ପୁଡ଼ୁଚେରି ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଗତି କରିପାରେ। ଡିସେମ୍ବର ୮ ସୁଦ୍ଧା ଏହି ସାମୁଦ୍ରିକ ଝଡ଼ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବତଭାଗ ପକ୍ଷରୁ ଆକଳନ କରାଯାଇଛି।  ଦକ୍ଷିଣ ଆଣ୍ଡାମାନ ସାଗରର ସାମୁଦ୍ରିକ ଘୂର୍ଣ୍ଣିବଳୟ  ଓ ତତ୍‌ସଂଲଗ୍ନ ବିଷୁବରେଖୀୟ ଭାରତ ମହାସାଗର-ମଲାକା ପ୍ରଣାଳୀ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସୋମବାର ସକାଳେ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଉପରେ ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଛି।

ସାମୁଦ୍ରିକ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଥିବା ସିଷ୍ଟମଟି ଟ୍ରୋପୋସ୍ଫିୟରିକ୍‌ର ମଧ୍ୟସ୍ତର ପର୍ଯ୍ୟନ୍ତ ଲମ୍ବି ରହିଛି। ଏହି ସିଷ୍ଟମଟି ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ଡିସେମ୍ବର ୬ ତାରିଖ ସନ୍ଧ୍ୟା ସୁଦ୍ଧା ଘନୀଭୂତ ହେବାର ସମ୍ଭାବନା ଅଛି।

ଏହାର ପ୍ରଭାବରେ ତାମିଲନାଡୁର ୭ଟି ଜିଲ୍ଲା, ପୁଡ୍ଡୁଚେରୀ, କରାଇକଲ୍‌ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଡିସେମ୍ବର ୭ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇ ଯିବ।  ସେହିପରି, ଡିସେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ।  ତେବେ ଏହାର ପ୍ରଭାବ ଓଡ଼ିଶା ପ୍ରତି ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos