ଦଳିତ ନେତାଙ୍କୁ ଚୋଟ ପରେ ଚୋଟ ପକାଇ ହତ୍ୟା କଲେ

ବେଙ୍ଗାଲୁରୁ: କର୍ଣ୍ଣାଟକାର ଟୁମାକୁରୁ ଜିଲ୍ଲାରେ ଦଳିତ ସଂଘର୍ଷ ସମିତି(ଡିଏସଏସ)ର ଜଣେ ନେତାକୁ ଦୁର୍ବୃତ୍ତମାନେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଡିଏସଏସ ନେତା ନରସୀମା ମୂର୍ତ୍ତିଙ୍କୁ ପ୍ରଥମେ କିଛି ଲୋକ ଗୁବ୍ବଇ ଗାଁରେ ମିଳିତ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସେ ତଳେ ପଡ଼ି ଯିବା ପରେ ତାଙ୍କୁ ଚୋଟ ପରେ ଚୋଟ ମାରି ହତ୍ୟା କରିଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ମୂର୍ତ୍ତିଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ […]

dalit

Hemant Lenka
  • Published: Wednesday, 15 June 2022
  • , Updated: 15 June 2022, 09:34 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକାର ଟୁମାକୁରୁ ଜିଲ୍ଲାରେ ଦଳିତ ସଂଘର୍ଷ ସମିତି(ଡିଏସଏସ)ର ଜଣେ ନେତାକୁ ଦୁର୍ବୃତ୍ତମାନେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ଡିଏସଏସ ନେତା ନରସୀମା ମୂର୍ତ୍ତିଙ୍କୁ ପ୍ରଥମେ କିଛି ଲୋକ ଗୁବ୍ବଇ ଗାଁରେ ମିଳିତ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସେ ତଳେ ପଡ଼ି ଯିବା ପରେ ତାଙ୍କୁ ଚୋଟ ପରେ ଚୋଟ ମାରି ହତ୍ୟା କରିଛନ୍ତି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶ୍ରୀ ମୂର୍ତ୍ତିଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି। କର୍ଣ୍ଣାଟକା ଗୃହମନ୍ତ୍ରୀ ଅରଗା ଜ୍ଞାନେନ୍ଦ୍ର ଘଟଣା ପରେ ଶ୍ରୀ ମୂର୍ତ୍ତିଙ୍କ ପରିବାର ଲୋକଙ୍କୁ ଭେଟି ଶୋକ ପ୍ରକାଶ କରିଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ କଠୋରରୁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

[caption id="" align="aligncenter" width="963"] ପରିବାର ଲୋକଙ୍କ ସହ ଗୃହ ମନ୍ତ୍ରୀ[/caption]

ତେବେ ଘଟଣାକୁ ନେଇଁ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କେଉଁମାନେ ଓ କ’ଣ ପାଇଁ ମୂର୍ତ୍ତିଙ୍କୁ ଏଭଳି ଭାବେ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କଲେ ସେକଥା ଜଣାପଡ଼ିନି।

Related story