ଫେବୃଆରୀ ୧୫ ପରେ ବେଙ୍ଗଲ ସହ ଏହି ୫ ରାଜ୍ୟର ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୫ ପରେ ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀ, କେରଳ ଓ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। ଏବେ ନିର୍ବାଚନ କମିଶନ ଭୋଟିଂ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରି ସେଠାରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନିର୍ବାଚନର ପ୍ରସ୍ତୁତିକୁ ଦେଖି ମତଦାନ କେବେ ହେବ, ତା’ର ତାରିଖ ଘୋଷଣା କରାଯିବ। ନିର୍ବାଚନ କମିଶନଙ୍କ ସମୀକ୍ଷା ଗସ୍ତ ୧୫ ତାରିଖରେ ଶେଷ ହେବ। ତେଣୁ ଏହା ପରେ […]

wb

Hemant Lenka
  • Published: Wednesday, 10 February 2021
  • , Updated: 10 February 2021, 05:45 PM IST

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୫ ପରେ ପଶ୍ଚିମବଙ୍ଗ, ଆସାମ, ପୁଡୁଚେରୀ, କେରଳ ଓ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। ଏବେ ନିର୍ବାଚନ କମିଶନ ଭୋଟିଂ ହେବାକୁ ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରି ସେଠାରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ନିର୍ବାଚନର ପ୍ରସ୍ତୁତିକୁ ଦେଖି ମତଦାନ କେବେ ହେବ, ତା’ର ତାରିଖ ଘୋଷଣା କରାଯିବ। ନିର୍ବାଚନ କମିଶନଙ୍କ ସମୀକ୍ଷା ଗସ୍ତ ୧୫ ତାରିଖରେ ଶେଷ ହେବ। ତେଣୁ ଏହା ପରେ ହିଁ ତାରିଖ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ନିର୍ବାଚନ କମିଶନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଫେବୃଆରୀ ଶେଷ କିମ୍ବା ମାର୍ଚ୍ଚ ପ୍ରଥମରୁ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। ତାମିଲନାଡୁ, କେରଳ ଓ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ପଶ୍ଚିମବଙ୍ଗରେ ୬ରୁ ୮ଟି ପର୍ଯ୍ୟାୟ ଓ ଆସାମରେ ୨ରୁ ୩ଟି ପର୍ଯ୍ୟାୟରେ ଭୋଟିଂ ହେବ ବୋଲି ଜଣାପଡ଼ିଛି। ଏହି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଗୋଟିଏ ଦିନରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ମେ’ ୧ ତାରିଖ ପୂର୍ବରୁ ସବୁ ସ୍ଥାନରେ ନିର୍ବାଚନ ଶେଷ କରିବାକୁ କମିଶନ ଲକ୍ଷ୍ୟ ରଖିଛି। କାରଣ ଏହା ପରଠାରୁ ସିବିଏସଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଆରମ୍ଭ ହୋଇଯିବ। ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଆଜି ଠାରୁ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା, ଦୁଇ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଓ ରାଜୀବ କୁମାର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ତାମିଲନାଡୁ, କେରଳ ଓ ପୁଡୁଚେରୀ ଗସ୍ତ କରିଛନ୍ତି।

ସେମାନେ ସେଠାରେ ୧୫ ତାରିଖ ଯାଏ ସ୍ଥିତର ସମୀକ୍ଷା କରିବେ। ଏହାପୂର୍ବରୁ ସେମାନେ ପଶ୍ଚିମବଙ୍ଗ ଓ ଆସାମ ଯାଇ ସ୍ଥିତି ସମୀକ୍ଷା କରି ସାରିଛନ୍ତି।

Related story