ସିଗାରେଟ ଧୂଆଁ ଅପେକ୍ଷା ଦିଲ୍ଲୀର ବାୟୁ ଅଧିକ ଭୟଙ୍କର: ରଣଦୀପ ଗୁଲେରିୟା

ନୂଆଦିଲ୍ଲୀ: ଚେତାବନୀ ଦେଲେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ସେ କହିଛନ୍ତି ଯେ, ସିଗାରେଟ ଧୂଆଁ ଅପେକ୍ଷା ଦିଲ୍ଲୀର ବାୟୁ ଅଧିକ କ୍ଷତିକାରକ ହୋଇଛି । ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଦିଲ୍ଲୀବାସିନ୍ଦାଙ୍କ ଆୟୁଷ  ହ୍ରାସ ପାଇଛି।  ରଣଦୀପ ଗୁଲେରିଆ କହିଛନ୍ତି ଏକ ଅଧ୍ୟୟନରୁ ଜଣାପଡିଛି ଯେ,  ଦିଲ୍ଲୀବାସୀଙ୍କ ଆୟୁଷ ଯଥେଷ୍ଟ ହ୍ରାସ ପାଇଛି।  ସେ କହିଛନ୍ତି ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣ କରୋନା ସଂକ୍ରମଣକୁ ପୁଣି ବଢାଇପାରେ । ଡାକ୍ତର ଗୁଲେରିୟା କହିଛନ୍ତି, ବାୟୁ […]

Randeep-Guleria

Randeep-Guleria

Tapas Behera
  • Published: Saturday, 06 November 2021
  • Updated: 06 November 2021, 09:53 PM IST

Sports

Latest News

ନୂଆଦିଲ୍ଲୀ: ଚେତାବନୀ ଦେଲେ ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ସେ କହିଛନ୍ତି ଯେ, ସିଗାରେଟ ଧୂଆଁ ଅପେକ୍ଷା ଦିଲ୍ଲୀର ବାୟୁ ଅଧିକ କ୍ଷତିକାରକ ହୋଇଛି । ପ୍ରଦୂଷଣର ମାତ୍ରା ଅଧିକ ଥିବାରୁ ଦିଲ୍ଲୀବାସିନ୍ଦାଙ୍କ ଆୟୁଷ  ହ୍ରାସ ପାଇଛି।  ରଣଦୀପ ଗୁଲେରିଆ କହିଛନ୍ତି ଏକ ଅଧ୍ୟୟନରୁ ଜଣାପଡିଛି ଯେ,  ଦିଲ୍ଲୀବାସୀଙ୍କ ଆୟୁଷ ଯଥେଷ୍ଟ ହ୍ରାସ ପାଇଛି।  ସେ କହିଛନ୍ତି ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣ କରୋନା ସଂକ୍ରମଣକୁ ପୁଣି ବଢାଇପାରେ ।

ଡାକ୍ତର ଗୁଲେରିୟା କହିଛନ୍ତି, ବାୟୁ ପ୍ରଦୂଷଣ ଯେଉଁଠି ଅଧିକ ରହିବ ସେଠି କରୋନା ଅଧିକ ଘାତକ ହୋଇପାରେ । ଏହା ମଣିଷର ଫୁସଫୁସ ଉପରେ କୁପ୍ରଭାବ ପକାଇଥାଏ। ପ୍ରଦୂଷଣ ଯୋଗୁଁ କରୋନା ଲମ୍ବା ସମୟ ଯାଏଁ ବାୟୁରେ ରହିପାରିବ । ଆଉ ଏହା ପୁଣି ଦିଲ୍ଲୀରେ ସଂକ୍ରମଣକୁ ବୃଦ୍ଧି କରିପାରେ । ଦୀପାବଳିର ଦୁଇ ଦିନ ପରେ ଦିଲ୍ଲୀର ଏୟାର କ୍ୱାଲିଟି ବିପଜ୍ଜନକ ଅବସ୍ଥାରେ ପହଞ୍ଚିଛି। ପଡୋଶୀ ରାଜ୍ୟରେ ମାତ୍ରାଧିକ ବାଣ ଫୁଟିବା ଏବଂ କ୍ଷେତରେ ଗଦା ଗଡ଼ା ନଡ଼ା ଜାଳିବା ଯୋଗୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି। ତେବେ ଆଗାମୀ ସୋମବାର ପୂର୍ବରୁ ଦିଲ୍ଲୀବାସିଙ୍କୁ ନିସ୍ତାର ମିଳିବାର ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ସେପଟେ ଅମଳ ପରବର୍ତ୍ତୀ ପଞ୍ଜାବ ଓ ହରିୟାଣାରେ କ୍ଷେତରେ ନଡ଼ା ଜଳାଯାଉଥିବା ବେଳେ ଏହି ପରିସ୍ଥିତି  ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଜାରି ରହିପାରେ। ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ (ନାସା)ର ଉପଗ୍ରହ ତଥ୍ୟ ଅନୁଯାୟୀ, କେବଳ ପଞ୍ଜାବରେ ୩୫୦୦ରୁ ଅଧିକ ନଡ଼ା ଗଦା ଜଳାଯାଇଥିବା ଫଟୋ ଉତ୍ତୋଳନ ହୋଇଛି।  ପଞ୍ଜାବ ଏବଂ ହରିୟାଣାରେ ଏବେ ଅମଳ ସମୟ ଚାଲିଛି । ତେଣୁ ନିକଟଅତୀତରେ ପରିସ୍ଥିତି ସୁଧାରିବାର ଆଶା କ୍ଷୀଣ। ଫଳରେ ପାଣିପାଗ ପୁଣି ଥରେ ଅନୁକୂଳ ହେବା ବେଳକୁ ସମୟ ଲାଗିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story