ଅକ୍ସିଜେନ ଅଭାବରୁ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ସ୍ୱତନ୍ତ୍ର ପ୍ୟାନେଲ, ୫ ଲକ୍ଷର ସହାୟତା ଘୋଷଣା

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ୱେଭ ବେଳେ ଦେଶର ରାଜଧାନୀ ଦିଲ୍ଲୀରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିଲା। କେଉଁଠି ବେଡ ଅଭାବରୁ ତ ଆଉ କେଉଁଠି ଅକ୍ସିଜେନ ଅଭାବରୁ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଥିଲା। ଏବେ ଦୀର୍ଘ ମାସକ ପରେ ଦିଲ୍ଲୀ ସରକାର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଲୋକେ ପ୍ରାଣ ହରାଇଥିବା ଅଭିଯୋଗର ତଦନ୍ତ କରିବାକୁ ସ୍ୱତନ୍ତ୍ର ପ୍ୟାନେଲ ଗଠନ କରିଛନ୍ତି। ସେହିପରି ମୃତକଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ […]

Oxygen

Hemant Lenka
  • Published: Friday, 04 June 2021
  • , Updated: 04 June 2021, 04:41 PM IST

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ୱିତୀୟ ୱେଭ ବେଳେ ଦେଶର ରାଜଧାନୀ ଦିଲ୍ଲୀରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଥିଲା। କେଉଁଠି ବେଡ ଅଭାବରୁ ତ ଆଉ କେଉଁଠି ଅକ୍ସିଜେନ ଅଭାବରୁ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଥିଲା। ଏବେ ଦୀର୍ଘ ମାସକ ପରେ ଦିଲ୍ଲୀ ସରକାର ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଲୋକେ ପ୍ରାଣ ହରାଇଥିବା ଅଭିଯୋଗର ତଦନ୍ତ କରିବାକୁ ସ୍ୱତନ୍ତ୍ର ପ୍ୟାନେଲ ଗଠନ କରିଛନ୍ତି।

ସେହିପରି ମୃତକଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି। ଦିଲ୍ଲୀ ସରକାର ପ୍ୟାନେଲ ଗଠନ କରିଥିଲେ ହେଁ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି। ସେ ନିର୍ଦ୍ଦେଶ ଦେବା ପରେ ପ୍ୟାନେଲରେ ଥିବା ସଦସ୍ୟମାନେ ସେମାନଙ୍କ ତଦନ୍ତ ଆରମ୍ଭ କରିବେ।

ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ଦିଲ୍ଲୀ ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ମେଡିକାଲ ବିଶେଷଜ୍ଞଙ୍କୁ ନେଇ ଦିଲ୍ଲୀ ସରକାର ୪ ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟି ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିବା ଅଭିଯୋଗର ତଦନ୍ତ କରିବ।

ଉପ ରାଜ୍ୟପାଳଙ୍କ ପାଖକୁ କମିଟି ଗଠନ ସମ୍ପର୍କିତ ଫାଇଲ ପଠାଇ ଯାଇଥିଲେ। ସେ ଅନୁମତି ଦେବା କ୍ଷଣି କମିଟି କାର୍ଯ୍ୟ ଆରମ୍ଭ କରିବ। ଏହି ପ୍ୟାନେଲ ସପ୍ତାହକୁ ଦୁଇଥର ବୈଠକ କରିବ ଓ ମୃତ୍ୟୁର କାରଣ ଅକ୍ସିଜେନ ଅଘଟଣ ଜନିତ କି ନୁହେଁ, ତା’ର ବିଚାର କରିବ। ଯଦି ମୃତ୍ୟୁର କାରଣ ଅକ୍ସିଜେନର ଅଭାବ ବୋଲି ଜଣାପଡ଼ିବ, ତା’ହେଲେ ଦିଲ୍ଲୀ ସରକାର ମୃତକଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଦେବେ ବୋଲି ସେ କହିଛନ୍ତି।

Related story