ରାଜ୍ୟକୁ ଟିକା ଦେଉନି ବିଦେଶୀ କମ୍ପାନୀ, କେନ୍ଦ୍ର କିଣୁ: କେଜ୍ରିଓ୍ୱାଲ୍

ନୂଆଦିଲ୍ଲୀ: ଭାରତ ବାୟୋଟେକ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପାଖରୁ କେନ୍ଦ୍ର ସରକାର ଆବଶ୍ୟକ ତୁଳନାରେ ଟିକା ଯୋଗାଇବାରେ ଅସମର୍ଥ ହୋଇଛନ୍ତି। ଏହାପରେ ବିକଳ୍ପ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାର ବିଶ୍ୱ ବଜାରରୁ ଟିକା ଆଣିବାକୁ ରାଜ୍ୟ ସରକାରଙ୍କୁ ନିଜସ୍ୱ କ୍ଷମତା ଦେଇଛନ୍ତି। ଏହାପରେ ବିଶ୍ୱ ବଜାରରୁ ସିଧାସଳଖ ଟିକା ଆଣି ଦିଲ୍ଲୀବାସୀଙ୍କୁ ଟିକାକରଣ କରାଇବେ ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଏବେ ଟିକା କମ୍ପାନୀ ରାଜ୍ୟ ଗୁଡ଼ିକୁ ସିଧାସଳଖ ଟିକା ଦେବେନି […]

modi-kejriwal

Subhransu Sekhar
  • Published: Wednesday, 26 May 2021
  • , Updated: 26 May 2021, 06:43 PM IST

ନୂଆଦିଲ୍ଲୀ: ଭାରତ ବାୟୋଟେକ ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପାଖରୁ କେନ୍ଦ୍ର ସରକାର ଆବଶ୍ୟକ ତୁଳନାରେ ଟିକା ଯୋଗାଇବାରେ ଅସମର୍ଥ ହୋଇଛନ୍ତି। ଏହାପରେ ବିକଳ୍ପ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାର ବିଶ୍ୱ ବଜାରରୁ ଟିକା ଆଣିବାକୁ ରାଜ୍ୟ ସରକାରଙ୍କୁ ନିଜସ୍ୱ କ୍ଷମତା ଦେଇଛନ୍ତି। ଏହାପରେ ବିଶ୍ୱ ବଜାରରୁ ସିଧାସଳଖ ଟିକା ଆଣି ଦିଲ୍ଲୀବାସୀଙ୍କୁ ଟିକାକରଣ କରାଇବେ ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। ଏବେ ଟିକା କମ୍ପାନୀ ରାଜ୍ୟ ଗୁଡ଼ିକୁ ସିଧାସଳଖ ଟିକା ଦେବେନି ବୋଲି କହିଛନ୍ତି।

ଏହାପରେ କେଜ୍ରିଓ୍ୱାଲ କେନ୍ଦ୍ର ସରକାରକୁ ଟାର୍ଗେଟ କରିବାକୁ ଯାଇ ବିଜେପି ଶାସିତ ରାଜ୍ୟ ୟୁପି ଏବଂ ଦିଲ୍ଲୀକୁ ଯୋଡ଼ି କହିଛନ୍ତି ଯେତେବେଳେ ପାକିସ୍ତାନ ଭାରତ ଆକ୍ରମଣ କରିବ ସେତେବେଳେ ୟୁପି ଏବଂ ଦିଲ୍ଲୀ ନିଜ ନିଜର ଟ୍ୟାଙ୍କ ଏବଂ ଯୁଦ୍ଧ ଅସ୍ତ୍ର କିଣିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।  ସେ କହିଛନ୍ତି କେନ୍ଦ୍ରର ବିନା ସହଯୋଗରେ ବିଶ୍ୱ ବଜାରରୁ ଟିକା ମିଳିପାରିବ ନାହିଁ। ତେଣୁ ଏବେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଟିକାଆଣିବା ପାଇଁ ସହଯୋଗ କରିବ ଦରକାର। ଏବେ ଆମେ ଗୋଟିଏ ଟିମ୍ ହୋଇ କରୋନା ବିରୋଧରେ ଲଢ଼େଇ କରିବା ଦରକାର। ଯଦି ବିଳମ୍ୱ ହୁଏ ତାହେଲେ ଆଗାମୀ ଦିନରେ ଅନେକ ଲୋକଙ୍କ ଜୀବନ ଯାଇପାରେ।

ତେଣୁ କେନ୍ଦ୍ର ସରକାର କାହିଁକି ବିଶ୍ୱ ବଜାରରୁ ଟିକା କିଣୁ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଦେଶ କୋଭିଡ ବିରୋଧରେ ଯୁଦ୍ଧ କରୁଛି। ଯଦି ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବ, ତେବେ ସମସ୍ତ ରାଜ୍ୟ ନିଜର ଅସ୍ତ୍ର ଶସ୍ତ୍ର କିଣିବେ କି ବୋଲି ପ୍ରଶ୍ନ କରିଛନ୍ତି କେଜ୍ରିଓ୍ୱାଲ। କେଜ୍ରିଓ୍ୱାଲ କହିଛନ୍ତି ଯେ ଦିଲ୍ଲୀରେ ଟିକା ଷ୍ଟକ୍ ଶେଷ ହୋଇଛି ଗତ ଚାରି ଦିନ ଧରି ୧୮-୪୪ ବର୍ଷ ବୟସ ପାଇଁ ଟିକାକରଣ ବନ୍ଦ ରହିଛି। କେବଳ ଦିଲ୍ଲୀ ନୁହେଁ ସମଗ୍ର ଭାରତରେ ଅନେକ ଟିକା କେନ୍ଦ୍ର ବନ୍ଦ ରହିଛି।

କେଜ୍ରିଓ୍ୱାଲଙ୍କ ଅଭିଯୋଗର ଜବାବ ଦେବାକୁ ଯାଇ ବିଜେପି ନେତା ଅମିତ ମାଲବ୍ୟ ଟ୍ୱିଟ୍ କରି କହିଛନ୍ତି, ପ୍ରଥମେ ଟିକା କିଣିବା ପାଇଁ ସମସ୍ତ ରାଜ୍ୟକୁ ସିଧାସଳଖ ଟିକା କିଣିବା ପାଇଁ କେନ୍ଦ୍ର କ୍ଷମତା ଦେଲା। ଏହାପରେ କେଜ୍ରିଓ୍ୱାଲ ୧.୩ କୋଟି କିଣିବାକୁ ଅର୍ଡର କଲେ। ଏବେ ନମିଳିବା ପରେ କେନ୍ଦ୍ର ବିରୋଧରେ ଅଭିଯୋଗ। ରାଜ୍ୟରେ ବେଡ୍, ଅକ୍ସିଜେନକୁ ଠିକ୍ ଭାବରେ ପରିଚାଳନା କରିବାରେ ଅରବିନ୍ଦ କେଜ୍ରିଓ୍ୱାଲ ବିଫଳ ବୋଲି ସେ କହିଛନ୍ତି।

https://twitter.com/amitmalviya/status/1397503218322706434?s=20

ସୂଚନାଯୋଗ୍ୟ, ଟିକାର ଅଭାବକୁ ନେଇ ବିରୋଧୀ ଏବେ କେନ୍ଦ୍ର ସରକାର ବିରୋଧରେ ଘନ ଘନ ଆକ୍ରମଣ କରୁଛନ୍ତି। ନିକଟରେ କେନ୍ଦ୍ର ସରକାର ଟିକା ନେଇ ଆମେରିକାର ତିନି ବିଶ୍ୱସ୍ତରୀୟ ଟିକା କମ୍ପାନୀ ଫାଇଜର, ମୋର୍ଡେର୍ଣ୍ଣା ଏବଂ ଜନସନ ଆଣ୍ଡ ଜନସନ ସହ କଥା ହୋଇଥିଲେ। ହେଲେ ତିନି କମ୍ପାନୀର ଉତ୍ତର କେନ୍ଦ୍ରକୁ ନିରାଶ କରିଛି।

ଦେଶର କୋଭିଡ୍ ଟାସ୍କ ଫୋର୍ସ କମିଟିର ଅଧ୍ୟକ୍ଷ ଡାକ୍ତର ଭିକେ ପାଲ କହିଛନ୍ତି, ଭାରତକୁ ଟିକା ଯୋଗାଇବା ପାଇଁ ସରକାର ‘ଆନୁଷ୍ଠାନିକ ଭାବେ’ ଫାଇଜର, ମୋର୍ଡେର୍ଣ୍ଣା ଏବଂ ଜନସନ ଆଣ୍ଡ ଜନସନ ସହ କଥା ହୋଇଥିଲେ। ତିନି କମ୍ପାନୀ କହିଛନ୍ତି, ଏବେ ସେମାନଙ୍କ ପାଖରେ ଏତେ ପରିମାଣରେ ଟିକା ନାହିଁ, କି ତିଆରି କରିପାରିବାର କ୍ଷମତା ନାହିଁ। ତେଣୁ ଏ ପ୍ରସଙ୍ଗରେ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଆଲୋଚନା କରିବେ। ଅର୍ଥାତ ଚଳିତ ବର୍ଷର ଶେଷ ବେଳକୁ।

Related story