ଏଲ୍‌ଜି ବନାମ ଆପ୍‌: ବିଦ୍ୟୁତ ସବ୍‌ସିଡିର ଯାଞ୍ଚ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀରେ ଜାରି ରହିଛି ଏଲ୍‌ଜି ବନାମ ଆପ୍‌ ଆଦମୀ ପାର୍ଟି। ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ଘନେଇବାରେ ଲାଗିଛି। ପୁଣି କେଜ୍ରିୱାଲ ସରକାରଙ୍କ ଅଡୁଆ ବଢ଼ାଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ। ପ୍ରଥମେ ଅବକାରୀ ନୀତି ଓ ଶିକ୍ଷା ପରେ ଏବେ ବିଦ୍ୟୁତ ସବ୍‌ସିଡିର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍‌ସେନା। ନିକଟରେ ବିଦ୍ୟୁତ୍ ବିତରଣ କମ୍ପାଦୀଗୁଡିକୁ ସବ୍‌ସିଡି ରାଶି ପ୍ରଦାନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ […]

lg-vs-aap

lg-vs-aap

Madhupriya Mistry
  • Published: Tuesday, 04 October 2022
  • Updated: 04 October 2022, 03:23 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଜାରି ରହିଛି ଏଲ୍‌ଜି ବନାମ ଆପ୍‌ ଆଦମୀ ପାର୍ଟି। ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ଘନେଇବାରେ ଲାଗିଛି। ପୁଣି କେଜ୍ରିୱାଲ ସରକାରଙ୍କ ଅଡୁଆ ବଢ଼ାଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ। ପ୍ରଥମେ ଅବକାରୀ ନୀତି ଓ ଶିକ୍ଷା ପରେ ଏବେ ବିଦ୍ୟୁତ ସବ୍‌ସିଡିର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍‌ସେନା।

ନିକଟରେ ବିଦ୍ୟୁତ୍ ବିତରଣ କମ୍ପାଦୀଗୁଡିକୁ ସବ୍‌ସିଡି ରାଶି ପ୍ରଦାନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଉଠିଥିଲା। ଏବେ  ଉପରାଜ୍ୟପାଳ  ବିନୟ କୁମାର ସାକ୍‌ସେନା ମୁଖ୍ୟ ଶାସନ ସଚିବଙ୍କୁ ଏହି ଅଭିଯୋଗର ତଦନ୍ତ କରିବାକୁ କହିଛନ୍ତି। ୭ ଦିନ ଭିତରେ ଏହାର ରିପୋର୍ଟ ଦେବାକୁ ଶାସନ ସଚିବଙ୍କୁ କହିଛନ୍ତି ଉପରାଜ୍ୟପାଳ।

ଉପରାଜ୍ୟପାଳଙ୍କ ମୁତାବକ, ବିଦ୍ୟୁତ ସବ୍‌ସିଡି ମାମଲାରେ ବଡ ଦୁର୍ନୀତି ହୋଇଥିବା ନେଇ ତାଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିଲା। ଆମ୍‌ ଆଦମୀ ପାର୍ଟିର ମୁଖପାତ୍ର ତଥା ଡାଏଲଗ୍‌ ଆଣ୍ଡ ଡେଭଲପମେଣ୍ଟ କମିଶନର ଉପାଧ୍ୟକ୍ଷ ଯସ୍ମୀନ ଶାହ ଓ ଆପ୍‌ ସାଂସଦ ଏନ୍‌ଡି ଗୁପ୍ତାଙ୍କ ପୁଅ ନବୀନ ଗୁପ୍ତାଙ୍କୁ ବିଆର୍‌ପିଏଲ୍‌ ଓ ବିୱାଇପିଏଲ୍‌ରେ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ଏ ଦୁଇ ଜଣ ହିଁ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି। ଏହି ଡିସ୍‌କମ୍‌ କମ୍ପାନୀ ଅନୀଲ ଅମ୍ବାନୀ ଗ୍ରୁପର, ଯେଉଁଥିରେ ଦିଲ୍ଲୀ ସରକାର ୪୯% ପ୍ରତିଶତର ଭାଗିଦାରୀ ଅଛନ୍ତି।

ଏହି ଅଭିଯୋଗ ଆସିବା ପରେ ଏବେ ଦିଲ୍ଲୀ ଉପରାଜ୍ୟପାଳ ଏହାର ତଦନ୍ତ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ବିଜେପି ବିରୋଧରେ ସେ ଗୁରୁତର ଅଭିଯୋଗ ଆଣିଛନ୍ତି।

କେଜ୍ରିୱାଲ ଟ୍ୱିଟ୍‌ କରି କହିଛନ୍ତ, 'ଗୁଜରାଟକୁ ଆପ୍‌ର ଫ୍ରି ବିଦ୍ୟୁତ ପ୍ରତିଶ୍ରୁତି ବେଶ୍‌ ପସନ୍ଦ ଆସୁଛି। ଏଥିପାଇଁ ବିଜେପି ଦିଲ୍ଲୀରେ ମାଗଣା ବିଦ୍ୟୁତ ବନ୍ଦ କରିବାକୁ ଚାହୁଁଛି। ହେଲେ ମୁଁ କୌଣସି ପରିସ୍ଥିତିରେ ବି ମାଗଣା ବିଦ୍ୟୁତ ବନ୍ଦ ହେବାକୁ ଦେବିନି। ଯଦି ଗୁଜରାଟରେ ଆପ୍‌ ସରକାର ଆସେ ତେବେ ମାର୍ଚ୍ଚ ୧ରୁ ଫ୍ରି ବିଦ୍ୟୁତ୍‌ ଦେବାକୁ ମୁଁ ପ୍ରତିଶ୍ରୁତି ଦେଉଛି।'

https://twitter.com/ArvindKejriwal/status/1577209724310761472?s=20&t=z_kW-21SmV71ANHTDHIO8Q

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story