ରାଜଧାନୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍, ମେଟ୍ରୋ ବି ବନ୍ଦ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ବଢ଼ିଲା ଲକଡାଉନ୍ । ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦିଲ୍ଲୀରେ ଲକଡାଉନକୁ ଆଉ ସପ୍ତାହେ ବଢ଼ାଇ ଦେଇଛନ୍ତି । ଅର୍ଥାତ୍ ଦିଲ୍ଲୀରେ ଏବେ ଲକଡାଉନ୍ ମେ’ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଏଥର ଲକଡାଉନରେ ଦିଲ୍ଲୀ ମେଟ୍ରୋ ମଧ୍ୟ ବନ୍ଦ ରହିବ । କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀରେ ଲକଡାଉନକୁ ଆଉ ସପ୍ତାହେ ବଢ଼ା ଯାଉଛି, ଯାହା ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ରହିବ […]

Lockdown

Lockdown

Ranjit Kumar Jena
  • Published: Sunday, 09 May 2021
  • Updated: 09 May 2021, 12:55 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ପୁଣି ବଢ଼ିଲା ଲକଡାଉନ୍ । ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦିଲ୍ଲୀରେ ଲକଡାଉନକୁ ଆଉ ସପ୍ତାହେ ବଢ଼ାଇ ଦେଇଛନ୍ତି । ଅର୍ଥାତ୍ ଦିଲ୍ଲୀରେ ଏବେ ଲକଡାଉନ୍ ମେ’ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ। ଏଥର ଲକଡାଉନରେ ଦିଲ୍ଲୀ ମେଟ୍ରୋ ମଧ୍ୟ ବନ୍ଦ ରହିବ ।

କେଜ୍ରିୱାଲ୍ କହିଛନ୍ତି, ଦିଲ୍ଲୀରେ ଲକଡାଉନକୁ ଆଉ ସପ୍ତାହେ ବଢ଼ା ଯାଉଛି, ଯାହା ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ରହିବ । ଦିଲ୍ଲୀରେ ଆସନ୍ତାକାଲିଠାରୁ ମେଟ୍ରୋ ଚଳାଚଳ ମଧ୍ୟ ବନ୍ଦ ରହିବ । ଏହାଛଡ଼ା ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଦିଲ୍ଲୀରେ ଏପ୍ରିଲ୍ ୨୬ ତାରିଖ ପରେ କରୋନା ମାମଲା କମିବା ଆରମ୍ଭ ହୋଇଛି । ଗତ ଦିନେ-ଦୁଇ ଦିନ ହେବ ପଜିଟିଭ୍ ହାର ୩୫ରୁ ୨୩ ପ୍ରତିଶତ ହୋଇଛି । ଏହା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ଆଶ୍ୱସ୍ତିକର ଖବର।

https://twitter.com/ANI/status/1391281143794651141?s=20

ଅନ୍ୟପକ୍ଷରେ ଜିଲ୍ଲୀର ସାଧାରଣ ଜନତା ଓ ସମସ୍ତ ସଂଗଠନଙ୍କ ପରାର୍ମଶ ପରେ ମୁଖ୍ୟମନ୍ତ୍ରୀ ଲକଡାଉନକୁ ବଢ଼ାଇଛନ୍ତି। ଏଥର ଲକଡାଉନ୍ ପୂର୍ବ ତୁଳନାରେ ଅଧିକ କଡ଼ାକଡ଼ି ହେବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆମର ଚିକିତ୍ସା ଭିତ୍ତିଭୂମିକୁ ବଢ଼ାଇବା ଓ ବିଭିନ୍ନ ସ୍ଥାନରେ ଅକ୍ସିଜେନ୍ ବେଡ୍ ବଢ଼ାଇବା ପାଇଁ ଲକଡାଉନ୍ ଅବଧିର ଉପଯୋଗ କରିଛୁ। ଦିଲ୍ଲୀରେ ଅକ୍ସିଜେନର ସ୍ଥିତିରେ ସୁଧାର ହେଉଛି। ଏବେ ଆମକୁ ଆଉ ହସ୍ପିଟାଲରୁ ଆତଙ୍କିତ କିମ୍ବା SOS କଲ୍ ମିଳୁ ନାହିଁ। ଆମେ ଦିଲ୍ଲୀରେ ଟିକାକରଣ ଆରମ୍ଭ କରିଛୁ। ଆମେ ଆମ ସ୍କୁଲରେ ସୁବ୍ୟବସ୍ଥା କରିଛୁ। ଯୁବକମାନେ ବହୁ ସଂଖ୍ୟାରେ ଭାଗ ନେଉଛନ୍ତି। ଆମ ପାଖରେ ଟିକାର ଅଭାବ ରହିଛି । ଆଶା କରୁଛୁ ଯେ କେନ୍ଦ୍ର ସରକାର ଆମକୁ ସାହାଯ୍ୟ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos