କେଜ୍ରିୱାଲଙ୍କ ନୂଆ ଅବକାରୀ ନୀତିର ତଦନ୍ତ କରିବ ସିବିଆଇ! ସୁପାରିସ କଲେ ଉପ ରାଜ୍ୟପାଳ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର କ୍ଷମତାସୀନ ଆମ ଆଦ୍‌ମୀ ପାର୍ଟି ସରକାର ଓ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ମଧ୍ୟରେ ନୂଆ ବିବାଦ ସୃଷ୍ଟି ହୋଇଛି। ‌ଅରବିନ୍ଦ କେଜ୍ରିୱାଲ ସରକାର ଲାଗୁ କରିଥିବା ନୂଆ ଅବକାରୀ ନୀତିରେ ହେରଫେର ହୋଇଥିବା ସନ୍ଦେହ କରି ଉପ ରାଜ୍ୟପାଳ ସକ୍ସେନା ଏହାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପାରିସ କରିଛନ୍ତି। ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଚଳିତ ମାସରେ ଦେଇଥିବା ରିପୋର୍ଟ ଆଧାରରେ ଉପ ରାଜ୍ୟପାଳ ଏପରି ତଦନ୍ତ […]

aap

Hemant Lenka
  • Published: Friday, 22 July 2022
  • , Updated: 22 July 2022, 12:50 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର କ୍ଷମତାସୀନ ଆମ ଆଦ୍‌ମୀ ପାର୍ଟି ସରକାର ଓ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ମଧ୍ୟରେ ନୂଆ ବିବାଦ ସୃଷ୍ଟି ହୋଇଛି। ‌ଅରବିନ୍ଦ କେଜ୍ରିୱାଲ ସରକାର ଲାଗୁ କରିଥିବା ନୂଆ ଅବକାରୀ ନୀତିରେ ହେରଫେର ହୋଇଥିବା ସନ୍ଦେହ କରି ଉପ ରାଜ୍ୟପାଳ ସକ୍ସେନା ଏହାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପାରିସ କରିଛନ୍ତି। ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଚଳିତ ମାସରେ ଦେଇଥିବା ରିପୋର୍ଟ ଆଧାରରେ ଉପ ରାଜ୍ୟପାଳ ଏପରି ତଦନ୍ତ ସୁପାରିସ କରିଛନ୍ତି।

ସକ୍ସେନାଙ୍କ ଅଫିସର ଆସିଥିବା ପ୍ରେସ ରିଲିଜ ଅନୁଯାୟୀ, “ଜୁଲାଇ ୮ରେ ମୁଖ୍ୟ ଶାସନ ସଚିବଙ୍କ ପାଖରୁ ଆସିଥିବା ରିପୋର୍ଟରେ କୁହାଯାଇଛି ଯେ ପ୍ରଚଳିତ ଆଇନରେ ଅନେକ ପ୍ରକାରର ନିୟମକୁ ଉଲ୍ଲଙ୍ଘନ କରାଯାଇଛି। ମଦ ପାଇଁ ଲାଇସେନ୍ସ ଦେବାକୁ ଜାଣିଶୁଣି ଅନେକ ନିୟମରେ ହେରଫେର କରାଯାଇଛି।”

ସିଧାସଳଖ ଦିଲ୍ଲୀର ଉପ ରାଜ୍ୟପାଳ ମନୀଷ ସିସୋଦିଆଙ୍କ ନାଁ ନେଇ ଉପ ରାଜ୍ୟପାଳ ସକ୍ସେନା କହିଛନ୍ତି, ରିପୋର୍ଟରୁ ଜଣାପଡ଼ୁଛି ଯେ ଉଚ୍ଚ ରାଜନୀତିକ ସ୍ତରରେ ବିପୁଳ ପରିମାଣ ଆର୍ଥିକ କାରବାର ହୋଇଛି। ଘରୋଇ ମଦ ମାଲିକଙ୍କୁ ଫାଇଦା ଦେବାର ଲକ୍ଷ୍ୟ ରଖି ନୂଆ ଅବକାରୀ ନୀତି ୨୦୨୧-୨୨ ଲାଗୁ କରାଯାଇଛି।

ଏହି ଆର୍ଥିକ ଲାଭ ଉଠାଉଥିବା ଲୋକମାନଙ୍କ ଚେର ମନୀଷ ସିସୋଦିଆଙ୍କ ଯାଏ ଲମ୍ବିଛି। ଅବକାରୀ ବିଭାଗର ଦାୟିତ୍ୱରେ ଥିବା ମନୀଷ ସିସୋଦିଆ ହିଁ ସବୁ ପ୍ରକାରର ନିଷ୍ପତ୍ତି ନେବା ସହ ନିୟମ ଉଲ୍ଲଙ୍ଘନ କରି ଅବକାରୀ ନୀତି ଲାଗୁ କରିଛନ୍ତି। ଏଥିପାଇଁ ବିପୁଳ ପରିମାଣର ଆର୍ଥିକ ହେରଫେର ହୋଇଥିବା ଉପ ରାଜ୍ୟପାଳ ଅଭିଯୋଗ କରିଛନ୍ତି। ଟେଣ୍ଡର ପରେ ବି ଆର୍ଥିକ ଫାଇନା ପାଇଁ ମଦ ଲାଇସେନ୍ସ ଦିଆଯାଇଛି। ଏହାଦ୍ୱାରା ବ୍ୟାପକ ଆର୍ଥିକ କ୍ଷତି ହୋଇଛି। ମନୀଷ ସିସୋଦିଆଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇ କୁହାଯାଇଛି ଯେ ଅବକାରୀ ନୀତି ଜରିଆରେ କରୋନା ମହାମାରୀ ଆଳରେ ଲାଇସେନ୍ସ ବାବଦ ଟଙ୍କା ଛାଡ଼ କରାଯାଇଛି। ମଦ ବ୍ୟବସାୟ କରୁଥିବା ଲୋକମାନଙ୍କୁ ୧୪୪.୩୬ କୋଟି ଟଙ୍କା ଛାଡ଼ କରାଯାଇଛି। ତେଣୁ ଏହାର ସିବିଆଇ ତଦନ୍ତ ପାଇଁ ଉପ ରାଜ୍ୟପାଳ ସୁପାରିସ କରିଛନ୍ତି।

ଅନ୍ୟପକ୍ଷରେ ଉପ ରାଜ୍ୟପାଳ ସକ୍ସେନା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କାମ କରୁଥିବା ଆପ ପକ୍ଷରୁ ଅଭିଯୋଗ କରାଯାଇଛି। ଦଳର ମୁଖପାତ୍ର ସୌରଭ ଭରଦ୍ୱାଜ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ଦଳ ଆପର ନିର୍ବାଚନୀ ଲୋକପ୍ରିୟତାରେ ଈର୍ଷା କରିବା ଆରମ୍ଭ କରିଛନ୍ତି। ଏହାକୁ ରୋକିବା ପାଇଁ ସେମାନେ ସବୁ କିଛି କରିବାକୁ ଏବେ ଉଦ୍ୟମ ଆରମ୍ଭ କରିଛନ୍ତି। ଆମେ ଜାଣିଛୁ ଯେ ପଞ୍ଜାବରେ ଆପର ବିଜୟ ପରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦି ନର୍ଭସ ହୋଇଯାଇଛନ୍ତି। ୨୦୧୬ରେ କେନ୍ଦ୍ର ସରକାର ଅରବିନ୍ଦ କେଜ୍ରିୱାଲଙ୍କୁ ରୋକିବାକୁ ଚେଷ୍ଟା କରିଥିଲା। ଏବେ ସେମାନେ ପୁଣି ସମାନ କାମ ଆରମ୍ଭ କରିଛନ୍ତି।”

Related story