ବଢ଼ିବ ବିଧାୟକଙ୍କ ଦରମା, କେନ୍ଦ୍ର ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବିଧାୟକଙ୍କ ମାସିକ ଦରମା ଖୁବଶୀଘ୍ର ବଢ଼ିବାକୁ ଯାଉଛି। ବିଧାୟକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ଉପରେ କେନ୍ଦ୍ର ସରକାର ମୋହର ମାନିଛନ୍ତି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଦୀର୍ଘ ୧୧ ବର୍ଷ ପରେ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଗୋଟିଏ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। ଏବେ କେନ୍ଦ୍ର ସରକାର ଏହାକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ଏହାପୂର୍ବରୁ ମଧ୍ୟ ୨୦୧୫ରେ ବିଧାୟକମାନଙ୍କ ଦରମା ବୃଦ୍ଧି ସମ୍ପର୍କରେ ଗୋଟିଏ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ […]

MLA

Hemant Lenka
  • Published: Friday, 06 May 2022
  • , Updated: 06 May 2022, 12:14 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବିଧାୟକଙ୍କ ମାସିକ ଦରମା ଖୁବଶୀଘ୍ର ବଢ଼ିବାକୁ ଯାଉଛି। ବିଧାୟକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ଉପରେ କେନ୍ଦ୍ର ସରକାର ମୋହର ମାନିଛନ୍ତି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ଦୀର୍ଘ ୧୧ ବର୍ଷ ପରେ ବିଧାୟକଙ୍କ ଦରମା ବୃଦ୍ଧି କରିବାକୁ ଗୋଟିଏ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା। ଏବେ କେନ୍ଦ୍ର ସରକାର ଏହାକୁ ଗ୍ରୀନ ସିଗ୍ନାଲ ଦେଇଛନ୍ତି।

ଏହାପୂର୍ବରୁ ମଧ୍ୟ ୨୦୧୫ରେ ବିଧାୟକମାନଙ୍କ ଦରମା ବୃଦ୍ଧି ସମ୍ପର୍କରେ ଗୋଟିଏ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯାଇଥିଲା। ହେଲେ ସେତେବେଳେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳି ନଥିଲା।

ଏବେ ଦିଲ୍ଲୀର ବିଧାୟକଙ୍କ ମୂଳ ଦରମା ୧୨ ହଜାର ଟଙ୍କା ରହିଛି। ସେହିପରି ଅନ୍ୟାନ୍ୟ ଭତ୍ତାକୁ ମିଶାଇ ସେମାନେ ମାସିକ ୫୪ ହଜାର ଟଙ୍କା ଲେଖାଏ ପାଉଛନ୍ତି। ବର୍ଦ୍ଧିତ ଦରମା ଲାଗୁ ହେବା ପରେ ବିଧାୟକଙ୍କ ମୂଳ ଦରମା ୩୦ ହଜାର ଟଙ୍କାରେ ପହଞ୍ଚିବ। ସେହିପରି ଭତ୍ତାକୁ ମିଶାଇ ସେମାନେ ମାସିକ ୯୦ ହଜାର ଟଙ୍କା ଲେଖାଏ ପାଇବେ। ଦିଲ୍ଲୀ ବିଧାନସଭାର ପରବର୍ତ୍ତୀ ଅଧିବେଶନରେ ଦରମା ବୃଦ୍ଧି ସଂକ୍ରାନ୍ତ ବିଲ୍‌ ଆସିବ। ଏହାପରେ ଏହାକୁ ବିଧିବଦ୍ଧ ଭାବେ ଲାଗୁ କରାଯିବ।

ସୂଚନାଯୋଗ୍ୟ, ୨୦୧୧ରେ ଶେଷଥର ପାଇଁ ଦିଲ୍ଲୀ ବିଧାୟକଙ୍କ ଦରମା ବଢ଼ିଥିଲା।

Related story