ଦିଲ୍ଲୀରେ ସବୁ ରେକର୍ଡ ଭାଙ୍ଗିଲା ମହାମାରୀ କରୋନା, ଦିନକରେ ୨୮,୮୬୭ ପଜିଟିଭ

ନୂଆଦିଲ୍ଲୀ: ମହାମାରୀ କରୋନା ଆରମ୍ଭ ହେବା ଦିନ ଠାରୁ ରାଜଧାନୀ ଦିଲ୍ଲୀରେ ଯାହା ଘଟି ନଥିଲା, ସେକଥା ଗତ ୨୪ ଘଣ୍ଟା ମଧ୍ୟରେ ଘଟିଛି। ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ଦେଇଛି। ଦିନକରେ ୨୮,୮୬୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କରୋନା ପ୍ରଥମ ଓ ଦ୍ୱିତୀୟ ୱେଭ ବେଳେ କେବେ ବି ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ଶେଷଥର ପାଇଁ ଦିଲ୍ଲୀରେ ଗତବର୍ଷ ଏପ୍ରିଲ ୨୦ରେ ସର୍ବାଧିକ […]

Delhi

Hemant Lenka
  • Published: Thursday, 13 January 2022
  • , Updated: 13 January 2022, 09:39 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଆରମ୍ଭ ହେବା ଦିନ ଠାରୁ ରାଜଧାନୀ ଦିଲ୍ଲୀରେ ଯାହା ଘଟି ନଥିଲା, ସେକଥା ଗତ ୨୪ ଘଣ୍ଟା ମଧ୍ୟରେ ଘଟିଛି। ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ଦେଇଛି। ଦିନକରେ ୨୮,୮୬୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

କରୋନା ପ୍ରଥମ ଓ ଦ୍ୱିତୀୟ ୱେଭ ବେଳେ କେବେ ବି ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ଶେଷଥର ପାଇଁ ଦିଲ୍ଲୀରେ ଗତବର୍ଷ ଏପ୍ରିଲ ୨୦ରେ ସର୍ବାଧିକ ୨୮,୩୯୫ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ମହାମାରୀ ଆରମ୍ଭ ହେବା ଦିନଠାରୁ ଏହି ସଂଖ୍ୟା ସବୁଠାରୁ ଅଧିକ ଥିଲ।।

ଏହାପରେ ଦିଲ୍ଲୀରେ ସଂକ୍ରମଣ କମିଥିଲା। ବୁଧବାର ୨୭,୫୬୧ ଓ ମଙ୍ଗଳବାର ଦିଲ୍ଲୀରେ ୨୧,୨୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଆଜି ସବୁ ପୁରୁଣା ରେକର୍ଡ ଭାଙ୍ଗି ଯାଇଛି। ସେହିପରି ପଜିଟିଭିଟି ରେଟ ୨୯.୨୧% ରହିଛି। ଏହାର ଅର୍ଥ ପ୍ରତି ୩ ଜଣରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମେ’ ୩ ପରେ ଆଜି ପଜିଟିଭିଟି ରେଟ୍‌ ସବୁଠାରୁ ଅଧିକ ରେକର୍ଡ ହୋଇଛି।

ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦିଲ୍ଲୀରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬,୪୬,୫୮୩ରେ ପହଞ୍ଚିଛି। ୨୪ ଘଣ୍ଟାରେ ଆଉ ୩୧ ଜଣଙ୍କ ମୁଣ୍ଡ ନେଇଛି ଭାଇରସ। ସେହିପରି ୨୨,୧୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀରେ ଦିନକରେ ୯୮୮୩୨ଟି ନମୁନା ପରୀକ୍ଷା କରାଯାଇଥିଲା।

ବର୍ତ୍ତମାନ ୬୨,୩୨୪ ଜଣ ହୋମ ଆଇସୋଲେସନରେ ଥିବା ବେଳେ ହସ୍ପିଟାଲରେ ୨୩୬୯ ଜଣ ରହିଛନ୍ତି। ୯୮ ଜଣ କରୋନା ଆକ୍ରାନ୍ତଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଛି। ମୋଟ ୯୪,୧୬୦ ସକ୍ରିୟ ରୋଗୀ ରହିଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏଯାଏ ଦିଲ୍ଲୀରେ ମହାମାରୀ କରୋନା ୨୫,୨୭୧ ଜଣଙ୍କ ମୁଣ୍ଡ ନେଇଛି। କରୋନାକୁ ମାତ ଦେଇ ୧୫,୨୭,୧୫୨ ଜଣ ଘରକୁ ଫେରିଛନ୍ତି।

Related story