ଅଣ ନିଃଶ୍ୱାସୀ ଦିଲ୍ଲୀ ପାଇଁ ଆସିଲା ଖୁସି ଖବର !

ନୂଆଦିଲ୍ଲୀ: ଦିନେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରିମତଙ୍କ ସଂଖ୍ୟା ପ୍ରତିଦିନ ଡରାଉଥିଲା। ଏବେ ସେହି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା କିନ୍ତୁ କମିବାରେ ଲାଗିଛି। ଯାହାକୁ ନେଇ ଦିଲ୍ଲାବାସୀ ଟିକିଏ ଆଶ୍ୱସ୍ତ ହୋଇଛନ୍ତି। ଆଜି ରାଜଧାନୀ ଦିଲ୍ଲୀରେ ମୋଟ୍ ୬୪୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ଅନ୍ତିମ ଥର ପାଇଁ ଏପ୍ରିଲ ୧୧ ପରେ ସବୁଠୁ କମ୍। ହେଲେ ଏହି ୨୪ ଘଣ୍ଟା ମଧ୍ୟରେ ୨୬୨ ଜଣ ଆଖି ବୁଜିଛନ୍ତି କରୋନାରେ। ଯାହାକି ଚିନ୍ତା ବଢ଼ାଇଛି। ଦିଲ୍ଲୀରେ […]

corona

Subhransu Sekhar
  • Published: Sunday, 16 May 2021
  • , Updated: 16 May 2021, 05:40 PM IST

ନୂଆଦିଲ୍ଲୀ: ଦିନେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରିମତଙ୍କ ସଂଖ୍ୟା ପ୍ରତିଦିନ ଡରାଉଥିଲା। ଏବେ ସେହି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା କିନ୍ତୁ କମିବାରେ ଲାଗିଛି। ଯାହାକୁ ନେଇ ଦିଲ୍ଲାବାସୀ ଟିକିଏ ଆଶ୍ୱସ୍ତ ହୋଇଛନ୍ତି। ଆଜି ରାଜଧାନୀ ଦିଲ୍ଲୀରେ ମୋଟ୍ ୬୪୫୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକି ଅନ୍ତିମ ଥର ପାଇଁ ଏପ୍ରିଲ ୧୧ ପରେ ସବୁଠୁ କମ୍। ହେଲେ ଏହି ୨୪ ଘଣ୍ଟା ମଧ୍ୟରେ ୨୬୨ ଜଣ ଆଖି ବୁଜିଛନ୍ତି କରୋନାରେ। ଯାହାକି ଚିନ୍ତା ବଢ଼ାଇଛି। ଦିଲ୍ଲୀରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ଦେଖିଲେ ଏବେ ଦିଲ୍ଲୀରେ କରୋନା ସଂକ୍ରମଣ ୧୦ ପ୍ରତିଶତ ତଳେ ରହିଛି।

ଏବେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତ ସଂଖ୍ୟା ପ୍ରାୟ ୬୩,୦୦୦ ରହିଛି। ଯାହାକି ଏପ୍ରିଲ ୧୬ ଠାରୁ ସର୍ବନିମ୍ନ। ଦିଲ୍ଲୀର ଆରୋଗ୍ୟ ହାର ୯୩.୯୫% ଏବଂ ଚିକିତ୍ସାଧୀନ ଆକ୍ରାନ୍ତ ୪.୫% ରହିଛନ୍ତି। ମୃତ୍ୟୁ ହାର ୧.୫୫%।

ଦିଲ୍ଲୀରେ ବଢ଼ିଲା ଲକଡାଉନ

ଅନ୍ୟପଟେ କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ମେ’ ୧୭ ତାରିଖରେ ଶେଷ ହେବାକୁଥିବା ଲକଡାଉନକୁ ଆଉ ସାତ ଦିନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ରାଜଧାନୀ ଦିଲ୍ଲୀରେ ମେ’ ୨୪ ତାରିଖ ସକାଳ ୫ଟା ଯାଏ ଲକଡାଉନ୍ ଜାରି ରହିବ । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ଭ୍ୟାକସିନର ଅଭାବକୁ ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀରେ ଲକଡାଉନ୍ ଭଲ ପ୍ରଭାବ ଦେଖିବାକୁ ମିଳିଛି । ୧ ଏପ୍ରିଲ୍ ୨୬ ତାରିଖ ପରେ କରୋନାର ନୂଆ ମାମଲା ଧିରେ ଧିରେ କମିବାରେ ଲାଗିଛି ଏବଂ ଗତ ତିନିଦିନ ଧରି ସଂକ୍ରମଣ ହାର ମଧ୍ୟ ଲଗାତର ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ କରୋନାର ୬୫୦୦ ନୂଆ ମାମଲା ସାମ୍ନାକୁ ଆସିଛି । ଏହାସହ ପଜିଟିଭିଟି ରେଟ୍ ଆଉ ୧%ରୁ କମ୍ ହୋଇ ୧୦ ପ୍ରତିଶତ ହୋଇଛି । ଆଶା କରୁଛି ଆଗାମୀ ସପ୍ତାହେ ଭିତରେ ରିକଭରୀ ଅଧିକ ବଢ଼ିବ । ଧିରେ ଧିରେ ଦିଲ୍ଲୀ ଟ୍ରାକକୁ ଫେରୁଛି । ହେଲେ କଟକଣା ପୂର୍ବଭଳି ବଳବତ୍ତର ରହିବ ।

Related story