କଟକଣା ଭିତରେ ଖୋଲିଲା ରାଜଧାନୀର ସମସ୍ତ ସ୍କୁଲ

ନୂଆଦିଲ୍ଲୀ: ଆଜିଠୁ କଟକଣା ଭିତରେ ଖୋଲିଲା ରାଜଧାନୀର ସମସ୍ତ ସ୍କୁଲ। ଦିଲ୍ଲୀରେ ପ୍ରାୟ ଦେଢ଼ ବର୍ଷ ପରେ ସ୍କୁଲ ଆସିଲେ ପିଲା। ଶ୍ରେଣୀଗୃହରେ ଆରମ୍ଭ ହୋଇଛି ପାଠପଢ଼ା। ରାଜଧାନୀ ଦିଲ୍ଲୀରେ ୫୦ ପ୍ରତିଶତ କ୍ଷମତାରେ ଖୋଲିଛି ନର୍ସରୀରୁ ସମସ୍ତ ଶ୍ରେଣୀ । ସମସ୍ତ ସ୍କୁଲ ଖୋଲିଥିବା ବେଳେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ କିଛି ସ୍କୁଲ ବୁଲି ଟିକନିଖ୍ ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଶିଶୋଦିଆ କହିଛନ୍ତି, ନର୍ସରୀରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ କ୍ଲାସ କୋଭିଡ କଟକଣା […]

School Reopening

Madhupriya Mistry
  • Published: Monday, 01 November 2021
  • , Updated: 01 November 2021, 12:16 PM IST

ନୂଆଦିଲ୍ଲୀ: ଆଜିଠୁ କଟକଣା ଭିତରେ ଖୋଲିଲା ରାଜଧାନୀର ସମସ୍ତ ସ୍କୁଲ। ଦିଲ୍ଲୀରେ ପ୍ରାୟ ଦେଢ଼ ବର୍ଷ ପରେ ସ୍କୁଲ ଆସିଲେ ପିଲା। ଶ୍ରେଣୀଗୃହରେ ଆରମ୍ଭ ହୋଇଛି ପାଠପଢ଼ା। ରାଜଧାନୀ ଦିଲ୍ଲୀରେ ୫୦ ପ୍ରତିଶତ କ୍ଷମତାରେ ଖୋଲିଛି ନର୍ସରୀରୁ ସମସ୍ତ ଶ୍ରେଣୀ । ସମସ୍ତ ସ୍କୁଲ ଖୋଲିଥିବା ବେଳେ ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ କିଛି ସ୍କୁଲ ବୁଲି ଟିକନିଖ୍ ଅନୁଧ୍ୟାନ କରିଛନ୍ତି।

ଏହି ଅବସରରେ ଶିଶୋଦିଆ କହିଛନ୍ତି, ନର୍ସରୀରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ କ୍ଲାସ କୋଭିଡ କଟକଣା ପାଳନ କରି ଖୋଲିଥିବାରୁ ଆମେ ଖୁସି ଅଛୁ। ସମସ୍ତ ସ୍କୁଲର ମୁଖ୍ୟଙ୍କୁ କୋଭିଡ କଟକଣା ପାଳନ କରିବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି। ଯେପରି ୫୦ ପ୍ରତିଶତରୁ ଅଧିକ ପିଲା କ୍ଲାସରେ ଉପସ୍ଥିତ ନ ରହିବେ ସେନେଇ ସୁନିଶ୍ଚିତ କରିବାକୁ କୁହାଯାଇଛି। ଏହାସହ ସ୍କୁଲର ଲାଇବ୍ରେରୀ, କ୍ଲାସ ରୁମ, ଲାବରେ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି।

ସୂଚନା ମୁତାବକ, କମୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ୨୭ ତାରିଖରେ ଦିଲ୍ଲୀରେ ସମସ୍ତ ସ୍କୁଲ ଖୋଲିବା ପାଇଁ ମନୀଷ ଶିଶୋଦିଆ ଘୋଷଣା କରିଥିଲେ। ତେବେ କରୋନା ଗାଇଡଲାଇନ୍‌କୁ ପାଳନ କରି ଏହି ସମସ୍ତ ସ୍କୁଲ ଖୋଲା ଯାଇଛି।

ପିଲାଙ୍କୁ ସ୍କୁଲକୁ ପଠାଇବା ପାଇଁ ଅଭିଭାବକଙ୍କୁ ବାଧ୍ୟ କରାଯିବ ନାହିଁ। ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ଦୁଇଟି ମୋଡ୍‌ରେ ପାଠ ପଢ଼ା ହେବ। ୫୦ ପ୍ରତିଶତରୁ ଅଧିକ ପିଲା ଏକାଥରେ ସ୍କୁଲ ଆସିବେ ନାହିଁ। ସ୍କୁଲର ସମସ୍ତ ଶିକ୍ଷକ ଏବଂ କର୍ମଚାରୀମାନେ ଡବଲ ଡୋଜ ଟିକା ନେଇଥିବା ଜରୁରୀ।

ପ୍ରତି କ୍ଲାସରେ ପିଲାଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ। କ୍ଲାସ ପାଇଁ ଭିନ୍ନ ଭିନ୍ନ ସମୟର ଫର୍ମୁଲା ରହିଛି। ସକାଳ ଏବଂ ମଧ୍ୟାହ୍ନ ସିଫ୍ଟରେ ପିଲାଙ୍କ ପାଠ ପଢ଼ା ହେବ। ଏହି ଦୁଇଟି ସିଫ୍ଟ ମଧ୍ୟରେ ଅତି କମ୍‌ରେ ଏକ ଘଣ୍ଟାର ଗ୍ୟାପ୍‌ ରହିବା ଜରୁରୀ। ପିଲାମାନେ ନିଜ ଖାଦ୍ୟ, ବହି ଏବଂ ଅନ୍ୟ ଆବଶ୍ୟକୀୟ ଜିନିଷକୁ ପରସ୍ପର ମଧ୍ୟରେ ବାଣ୍ଟିପାରିବେ ନାହିଁ। ଲଞ୍ଚ ବ୍ରେକ୍‌କୁ ଭିନ୍ନ ଭିନ୍ନ ସମୟରେ ଏବଂ ଖୋଲା ସ୍ଥାନରେ କରିବାକୁ ପରାମର୍ଶ ଦିଆଯାଇଛି। ଅଭିଭାବକଙ୍କ ମଞ୍ଜୁରୀ ମିଳିବା ପରେ ହିଁ ପିଲାଙ୍କୁ ସ୍କୁଲକୁ ଡକାଯିବ ବୋଲି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଜାନୁଆରୀ ୨୦୨୧ରେ ନବମ ଏବଂ ଯୁକ୍ତ୨ ପିଲାଙ୍କ ପାଇଁ କିଛି ସ୍କୁଲ ଖୋଲଯାଇଥିଲା। କିନ୍ତୁ ୮ମରୁ ନର୍ସରୀ ଯାଏଁ ସ୍କୁଲ ମାର୍ଚ୍ଚ ୨୦୨୦ ପରଠାରୁ ବନ୍ଦ ଥିଲା।

https://twitter.com/ANI/status/1455014281150296065?s=20

Related story