ରାଜଧାନୀରେ ଟ୍ରେନିଂ ଏବଂ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମକୁ ଅନୁମତି

ନୂଆଦିଲ୍ଲୀ: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାରି ଭିତରେ ଅନ୍‌ଲକ୍‌-୭ରେ ଅନେକ ଜିନିଷକୁ ଅନୁମତି ଦେଇଛନ୍ତି ସରକାର। ଦିଲ୍ଲୀ ସରକାର ଅନ୍‌ଲକ୍‌-୭ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଏଥିରେ ପୁଲିସ, ସେନା ଟ୍ରେନିଂ କିମ୍ବା ଅନ୍ୟ କୌଣସି ସଂସ୍ଥାର ଟ୍ରେନିଂ ଉପରେ ଆଉ ରୋକ ଲାଗିବ ନାହିଁ। କର୍ମଚାରୀ ଏବଂ ସ୍କୁଲ କଲେଜ ସହ ଜଡିତ ଟ୍ରେନିଂ ମଧ୍ୟ ଏଥିରେ ସାମିଲ ଅଛି। ସେହିପରି […]

Delhi

Delhi

Madhupriya Mistry
  • Published: Sunday, 11 July 2021
  • Updated: 11 July 2021, 11:23 AM IST

ନୂଆଦିଲ୍ଲୀ: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାରି ଭିତରେ ଅନ୍‌ଲକ୍‌-୭ରେ ଅନେକ ଜିନିଷକୁ ଅନୁମତି ଦେଇଛନ୍ତି ସରକାର।

ଦିଲ୍ଲୀ ସରକାର ଅନ୍‌ଲକ୍‌-୭ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଏଥିରେ ପୁଲିସ, ସେନା ଟ୍ରେନିଂ କିମ୍ବା ଅନ୍ୟ କୌଣସି ସଂସ୍ଥାର ଟ୍ରେନିଂ ଉପରେ ଆଉ ରୋକ ଲାଗିବ ନାହିଁ। କର୍ମଚାରୀ ଏବଂ ସ୍କୁଲ କଲେଜ ସହ ଜଡିତ ଟ୍ରେନିଂ ମଧ୍ୟ ଏଥିରେ ସାମିଲ ଅଛି।

ସେହିପରି ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମ ଆୟୋଜନକୁ ମଧ୍ୟ ଅନୁମତି ମିଳିଛି। ସ୍କୁଲ-କଲେଜର କୌଣସି କାର‌୍ୟ୍ୟକ୍ରମ ଆଦି ହୋଇପାରିବ। ସ୍କୁଲ-କଲେଜର ଅଡିଟୋରିୟମ ଶିକ୍ଷା ସମ୍ବନ୍ଧୀୟ ଟ୍ରେନିଂ କିମ୍ବା ବୈଠକ ପାଇଁ ୫୦ ପ୍ରତିଶତ କ୍ଷମତାରେ ଖୋଲିପାରିବ। ତେବେ ଏହି ସମୟରେ କରୋନା ଗାଇଡ୍‌ଲାଇନ୍ କଡାକଡି ରୂପେ ପାଳନ କରିବାକୁ କୁହାଯାଇଛି।

ଅନ୍ୟପଟେ ଏବେବି ସ୍କୁଲ, କଲେଜ ଶିକ୍ଷା ସଂସ୍ଥାରେ କୋଚିଂ ବନ୍ଦ ରହିଛି। କେବଳ ଅନ୍‌ଲାଇନ୍ କ୍ଲାସ ପାଇଁ ଅନୁମତି ଦିଆଯାଇଛି। ସାମାଜିକ, ରାଜନୈତିକ, ଖେଳ, ମନୋରଂଜନ, ସାଂସ୍କୃତିକ, ଧାର୍ମିକ ଆଦି ସମ୍ବନ୍ଧିତ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି। ସେହିପରି ସୁଇମିଂ, ସ୍ପା, ସିନେମା, ଥିଏଟର, ମଲ୍ଟିପ୍ଲେକ୍ସ, ପାର୍କ, ପୂର୍ବଭଳି ବନ୍ଦ ରହିଛି।

ସୂଚନାଯୋଗ୍ୟ, ଦିଲ୍ଲୀରେ ଏବେ ଦୈନିକ ୧୦୦ରୁ କମ ମାମଲା ସାମ୍ନାକୁ ଆସୁଛି। ଶନିବାର ୭୬ଟି କେସ୍ ସାମ୍ନାକୁ ଆସିଥିଲା। କେବଳ ଜଣେ ଆକ୍ରାନ୍ତ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos