ମୃତ ବାପାକୁ ଜୀବିତ କରିବାକୁ ବଳି, ନବଜାତ ଶିଶୁକୁ ଅପହରଣ କଲେ ଯୁବତୀ

ନୂଆଦିଲ୍ଲୀ: ଏକ ନବଜାତ ଶିଶୁକୁ ଅପହରଣ ଅଭିଯୋଗରେ ଦିଲ୍ଲୀ ପୁଲିସ ଜଣେ ୨୫ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି।  ନିଜ ମୃତ ବାପାଙ୍କୁ ଜୀବିତ ଆଶାରେ ଶିଶୁଟିକୁ ବଳି ଲାଗି  ଯୁବତୀ ଜଣକ ଅପହରଣ କରିଥିବା ପୁଲିସ କହିଛି। ଅଭିଯୁକ୍ତ ଯୁବତୀ ହେଲେ କୋଟଲା ମୁବାରକପୁରର ବାସିନ୍ଦା ଶ୍ୱେତା । ତାଙ୍କ ନିକଟରୁ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପୁଲିସ। ପୂର୍ବରୁ ଯୁବତୀ ଜଣକ ନାମରେ ଅପରାଧିକ ରେକର୍ଡ଼ ରହିଛି।  ଶ୍ୱେତାଙ୍କ ନାମରେ ଆଗରୁ ୨ଟି […]

7901

  • Published: Saturday, 12 November 2022
  • , Updated: 12 November 2022, 07:17 PM IST

ନୂଆଦିଲ୍ଲୀ: ଏକ ନବଜାତ ଶିଶୁକୁ ଅପହରଣ ଅଭିଯୋଗରେ ଦିଲ୍ଲୀ ପୁଲିସ ଜଣେ ୨୫ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି।  ନିଜ ମୃତ ବାପାଙ୍କୁ ଜୀବିତ ଆଶାରେ ଶିଶୁଟିକୁ ବଳି ଲାଗି  ଯୁବତୀ ଜଣକ ଅପହରଣ କରିଥିବା ପୁଲିସ କହିଛି। ଅଭିଯୁକ୍ତ ଯୁବତୀ ହେଲେ କୋଟଲା ମୁବାରକପୁରର ବାସିନ୍ଦା ଶ୍ୱେତା । ତାଙ୍କ ନିକଟରୁ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ପୁଲିସ। ପୂର୍ବରୁ ଯୁବତୀ ଜଣକ ନାମରେ ଅପରାଧିକ ରେକର୍ଡ଼ ରହିଛି।  ଶ୍ୱେତାଙ୍କ ନାମରେ ଆଗରୁ ୨ଟି ଚୋରି ଏବଂ ଡକାୟତି ମାମଲା ରହିଛି।  ଗରିହି ଇଲାକାରେ ଗୁରୁବାର ଅପରାହ୍ନ ୪ଟାରେ ବେଳେ ଏକ ଛୋଟ ଶିଶୁକୁ କେହି ଜଣେ ଯୁବତୀ ଅପହରଣ କରିଥିବା ଅଭିଯୋଗ ହୋଇଥିଲା।

ଏହି ଘଟଣାରେ ସବ୍-ଇନ୍ସପେକ୍ଟର ରାଜିନ୍ଦର ସିଂ, ହେଡ କନଷ୍ଟେବଳ ରବିନ୍ଦର ଗିରି, ଶେର ସିଂ, ସଚିନ ସରୋହା, ନୀରଜ କୁମାର ଏବଂ ଦୀନେଶ କୁମାର ଏବଂ ମହିଳା କନଷ୍ଟେବଳ ପୁନମଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ ଶିଶୁଟିର ସର୍ଚ୍ଚ ଅପରେଶନ ପାଇଁ ଲାଗି ପଡ଼ିଥିଲା ।  ପୁଲିସ କହିବା ଅନୁଯାୟୀ ଅପହୃତ ଶିଶୁର ମାଙ୍କ କହିବା ଅନୁଯାୟୀ, ଅପହରଣକାରୀ ମହିଳାଙ୍କ ସହ ତାଙ୍କର ସଫଦରଜଙ୍ଗ ମେଡିକାଲରେ ଭେଟ ହୋଇଥିଲା । ଅପହରଣକାରୀ ମହିଳା ଜଣେ ଏକ ଏନଜିଓ ସଂସ୍ଥାର କର୍ମଚାରି ବୋଲି ପରିଚୟ ଦେଥିଲେ।  ପିଲାର ମାକୁ ଶ୍ୱେତା ମାଗଣାରେ ମେଡିସିନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।  ପରେ ନବଜାତ ଶିଶୁକୁ ପରୀକ୍ଷା କରିବା ବାହାନାରେ ତାଙ୍କ ଘରକୁ ଯାଇଥିଲେ। ଗୁରୁବାର ଶିଶୁଟିକୁ ବୁଲେଇବା ବାହାନାରେ ଶ୍ୱେତା ନେଇଯାଥିଲେ। ତେବେ ଅଭିଯୋଗ ପରେ ପୁଲିସ   ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ବୋଲି ଅଧିକାରୀ କହିଛନ୍ତି।

ଏଥିସହ ଅଭିଯୁକ୍ତ ଶ୍ୱେତାଙ୍କୁ ମଧ୍ୟ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଶ୍ୱେତାଙ୍କ କହିବା ଅନୁଯାୟୀ,  ଗତ ଅକ୍ଟୋବରରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ନିଜ ବାପାର ଅନ୍ତିମ ସଂସ୍କାର କରିବା ପାଇଁ  ନେବା ପୂର୍ବରୁ  କେହି ଜଣେ ଶିଶୁ ବଳି ଦେଲେ ତାଙ୍କ ବାପା ବଞ୍ଚିଯିବେ ବୋଲି କହିଥିଲେ। ଏହା ପରେ ସେ ଶିଶୁଟିକୁ ଅପହରଣ ପାଇଁ  ଯୋଜନା କରିଥିବା କହିଛନ୍ତି।

Related story