ନୂଆ ଦର ପରେ ଡିଜେଲ ଦାମ ୮୫ ଟଙ୍କାକୁ ଖସିଲା, କେଉଁଠି ଜାଣନ୍ତୁ

ବେଙ୍ଗାଲୁରୁ: କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଦୀପାବଳିରେ ଲୋକଙ୍କୁ ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିବାରେ ଲାଗିଛନ୍ତି। ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲାଗୁ ହେଉଥିବା ଉତ୍ପାଦ ଶୁଳ୍କକୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ଏହାପରେ ବିଭିନ୍ନ ରାଜ୍ୟର ସରକାରମାନେ ତୈଳ ଦର ଉପରେ ଲାଗୁ ହେଉଥିବା ଭ୍ୟାଟକୁ ହ୍ରାସ କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ କର୍ଣ୍ଣାଟକା ସରକାର ପେଟ୍ରୋଲ […]

Diesel

Diesel

Hemant Lenka
  • Published: Thursday, 04 November 2021
  • Updated: 04 November 2021, 10:09 PM IST

Sports

Latest News

ବେଙ୍ଗାଲୁରୁ: କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଦୀପାବଳିରେ ଲୋକଙ୍କୁ ମହଙ୍ଗା ମାଡ଼ରୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିବାରେ ଲାଗିଛନ୍ତି। ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲାଗୁ ହେଉଥିବା ଉତ୍ପାଦ ଶୁଳ୍କକୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ।

ଏହାପରେ ବିଭିନ୍ନ ରାଜ୍ୟର ସରକାରମାନେ ତୈଳ ଦର ଉପରେ ଲାଗୁ ହେଉଥିବା ଭ୍ୟାଟକୁ ହ୍ରାସ କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ କର୍ଣ୍ଣାଟକା ସରକାର ପେଟ୍ରୋଲ ଓ ଡିଜେଲ ଦର ୭ ଟଙ୍କା ଲେଖାଏ କମାଇଛନ୍ତି। ଫଳରେ ଡିଜେଲ ଦର ଏବେ ସବୁ ଟିକସ କାଟ ପରେ ୮୫ ଟଙ୍କାକୁ ଖସି ଆସିଛି। ପୂର୍ବରୁ ଏହା ୧୦୦ ଟଙ୍କା ଉପରେ ରହିଥିଲା। ସମ୍ଭବତଃ ସମଗ୍ର ଦେଶରେ କର୍ଣ୍ଣାଟକା ଏକମାତ୍ର ରାଜ୍ୟ ଯେଉଁଠାରେ ଡିଜେଲର ଲିଟର ପିଛା ଦାମ ଏତେ ପରିମାଣର ଶସ୍ତା ହୋଇଛି।

କର୍ଣ୍ଣାଟକା ସରକାର ଆଜି ଜାରି କରିଥିବା ବିଜ୍ଞପ୍ତିରେ କହିଛନ୍ତି ଯେ ରାଜ୍ୟରେ ଡିଜେଲ ଦର ୧୦୪.୦୫ ଟଙ୍କାରୁ ହ୍ରାସ ପାଇ ୮୫.୦୩ ଟଙ୍କାରେ ପହଞ୍ଚି ଯାଇଛି। ଡିଜେଲ ଉପରେ ମୋଟ ୧୯.୪୭ ଟଙ୍କାର ଟିକସ୍‌ କଟା ଯାଇଛି। ସେହିପରି ପେଟ୍ରୋଲ ଦର ୧୧୩.୯୩ ଟଙ୍କାରୁ ହ୍ରାସ ପାଇ ୧୦୦.୬୩ ଟଙ୍କା ହୋଇଛି। ପେଟ୍ରୋଲ ଦର ୧୩.୩୦ ଟଙ୍କା ଶସ୍ତା ହୋଇଛି।

ରାଜ୍ୟ ସରକାର ତୈଳ ଦର ୭ ଟଙ୍କା ଲେଖାଏ କମାଇଛନ୍ତି। ଫଳରେ ସରକାରଙ୍କ ଉପରେ ୨୧ଶହ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ବୋଝ ପଡ଼ିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ଦୀର୍ଘ ଦିନ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇଥିଲା। ଏସବୁ ଭିତରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପିକୁ ଜୋରଦାର ଝଟକା ଲାଗିବାକୁ ସମସ୍ତଙ୍କ ଟେନସନ ବଢ଼ିଥିଲା। ଦଳୀୟ ନେତାମାନେ ମଧ୍ୟ ଦରଦାମ ବୃଦ୍ଧି ଯୋଗୁ ବିଜେପିକୁ ହାରିବାକୁ ପଡ଼ିଲା ବୋଲି କହିଥିଲେ।

ସ୍ଥିତି ଅଧିକ ସଂଗୀନ ହେବା ପୂର୍ବରୁ କେନ୍ଦ୍ର ସରକାର ଦୀପାବଳି ପୂର୍ବରୁ ହିଁ ଉତ୍ପାଦ ଶୁଳ୍କ ହ୍ରାସ କରିବା ସମ୍ପର୍କରେ ଘୋଷଣା କରିଥିଲେ। ଏଥିସହ ରାଜ୍ୟ ସରକାରମାନଙ୍କୁ ମଧ୍ୟ ଭ୍ୟାଟ ହ୍ରାସ କରିବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ରର ଘୋଷଣା ପରେ ବିଜେପି ଶାସିତ ରାଜ୍ୟର ସରକାରମାନେ ତୁରନ୍ତ ଭ୍ୟାଟ ହ୍ରାସ ସମ୍ପର୍କରେ ଘୋଷଣା କରିଥିଲେ। ଆଜି ସକାଳୁ ଓଡ଼ିଶାରେ କ୍ଷମତାସୀନ ବିଜେଡି ସରକାର ମଧ୍ୟ ପେଟ୍ରୋଲ ଓ ଡିଜେଲରେ ଲାଗୁ କରୁଥିବା ଭ୍ୟାଟକୁ ୩ ଟଙ୍କା ଲେଖାଏ ହ୍ରାସ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story