ନୂଆଦିଲ୍ଲୀ: ପୁଣି ଖାଉଟିଙ୍କ ଉପରେ ପଡିଲା ମହଙ୍ଗା ମାଡ। ବଢ଼ିଲା ଡିଜେଲ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାର ପ୍ରଭାବ ଏବେ ବଲ୍କ ୟୁଜର୍ସ ତଥା ବହୁଳ ବ୍ୟବହାରକାରୀଙ୍କ ଉପରେ ପଡିଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ବହୁଳ ବ୍ୟବହାରକାରୀଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୨୫ ଟଙ୍କା ବୃଦ୍ଧି କରିଛନ୍ତି। ନ୍ୟୁଜ୍ ଏଜେନ୍ସି PTI ସୂତ୍ରରୁ ଏହି ସୂଚନା ମିଳିଛି। ତେବେ ପେଟ୍ରୋଲ ପମ୍ପ ମାଧ୍ୟମରେ ବିକ୍ରି ହେଉଥିବା ଡିଜେଲର ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏପରିକି ସାଧାରଣ ଗ୍ରାହକଙ୍କ ଉପରେ ଏହାର କୌଣସି ପ୍ରଭାବ ବଢ଼ିବ ନାହିଁ।
ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ ଦିଲ୍ଲୀର ବହୁଳ ବ୍ୟବହାରକାରୀଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୧୫ ଟଙ୍କାରେ ପହଞ୍ଚିଛି। ତେବେ ପେଟ୍ରୋଲ ପମ୍ପରେ କିନ୍ତୁ ସାଧାରଣ ଗ୍ରାହକଙ୍କ ପାଇଁ ଲିଟର ପିଛା ୮୬.୬୭ଟଙ୍କା ମୂଲ୍ୟରେ ଡିଜେଲ ବିକ୍ରି ହେଉଛି। ମୁମ୍ବାଇର ବହୁଳ ବ୍ୟବହାରକାରୀଙ୍କ ପାଇଁ ଡିଜେଲର ମୂଲ୍ୟ ଲିଟର ପିଛା ୧୨୨.୦୫ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ପେଟ୍ରୋଲ ପମ୍ପରେ ଡିଜେଲର ମୂଲ୍ୟ ଲିଟର ପିଛା ୯୪.୧୪ ଟଙ୍କା ରହିଛି।
ତେବେ କେଉଁମାନଙ୍କ ପାଇଁ ବଢ଼ିଲା ଡିଜେଲ ଦର?
ବହୁଳ ବ୍ୟବହାରକାରୀଙ୍କ ମଧ୍ୟରେ ଡିଫେନ୍ସ, ରେଲୱେ ଆଣ୍ଡ ଟ୍ରାନ୍ସପୋର୍ଟ କର୍ପୋରେସନ୍, ପାୱାର ପ୍ଲାଣ୍ଟ, ସିମେଣ୍ଟ ପ୍ଲାଣ୍ଟ ଏବଂ କେମିକାଲ ପ୍ଲାଣ୍ଟ ମୁଖ୍ୟ ସାମିଲ ଅଛନ୍ତି। ଏମାନଙ୍କ ପାଇଁ ଏବେ ଡିଜେଲରେ ମୂଲ୍ୟରେ ବୃଦ୍ଧି କରାଯାଇଛି। ତୈଳ ମାର୍କେଟିଂ କମ୍ପାନୀଗୁଡିକ ଅଧିକ ପରିମାଣର ତେଲ ନେଉଥିବା ଗ୍ରାହକଙ୍କ ଆବଶ୍ୟକତାକୁ ପୃଥକ ଭାବରେ ପୂରଣ କରନ୍ତି । ଏହି ଗ୍ରାହକଙ୍କ ପାଇଁ ତେଲର ସଂରକ୍ଷଣ ଏବଂ ପରିଚାଳନା ପାଇଁ କମ୍ପାନୀଗୁଡିକ ବିଶେଷ ବ୍ୟବସ୍ଥା କରିଥାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।