ମୋ ଡାକ୍ତର ସାଙ୍ଗ ଫୋନ୍ ଉଠାଉ ନାହାନ୍ତି: ସାଂସଦ ଜୟସୱାଲ

ପାଟନା: କରୋନା ମହାମାରୀ ପାଇଁ ବିହାରରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ବେଡର ଅଭାବ ଥିବାରୁ ଅନେକ ହନ୍ତସନ୍ତ ହେବାକୁ ପଡ଼ୁଛି ସ୍ୱାସ୍ଥ୍ୟକର୍ମୀଙ୍କୁ। ଏହାରି ଭିତରେ ବିହାର ବିଜେପି ସଭାପତି ସଞ୍ଜୟ ଜୟସୱାଲ ଲୋକଙ୍କୁ କୋଭିଡ ପ୍ରୋଟୋକଲ ପାଳନ କରିବାକୁ ଅନୁରୋଧ କରିଛନ୍ତି। ସେ ଏକ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, “ଗତ କିଛି ଦିନ ମଧ୍ୟରେ ମୁଁ ଅନେକ ଲୋକଙ୍କୁ ହରାଇଛି। ବିହାରର ଲୋକ ଯେଉଁମାନେ ବିହାରରେ ରହୁଛନ୍ତି ସେମାନେ ଦିଲ୍ଲୀରେ ଥିଲେ ବି […]

bjp-leader-jaiswal

bjp-leader-jaiswal

Subhransu Sekhar
  • Published: Saturday, 01 May 2021
  • Updated: 01 May 2021, 02:06 PM IST

Sports

Latest News

ପାଟନା: କରୋନା ମହାମାରୀ ପାଇଁ ବିହାରରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ତୁଳନାରେ ବେଡର ଅଭାବ ଥିବାରୁ ଅନେକ ହନ୍ତସନ୍ତ ହେବାକୁ ପଡ଼ୁଛି ସ୍ୱାସ୍ଥ୍ୟକର୍ମୀଙ୍କୁ। ଏହାରି ଭିତରେ ବିହାର ବିଜେପି ସଭାପତି ସଞ୍ଜୟ ଜୟସୱାଲ ଲୋକଙ୍କୁ କୋଭିଡ ପ୍ରୋଟୋକଲ ପାଳନ କରିବାକୁ ଅନୁରୋଧ କରିଛନ୍ତି।

ସେ ଏକ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି, "ଗତ କିଛି ଦିନ ମଧ୍ୟରେ ମୁଁ ଅନେକ ଲୋକଙ୍କୁ ହରାଇଛି। ବିହାରର ଲୋକ ଯେଉଁମାନେ ବିହାରରେ ରହୁଛନ୍ତି ସେମାନେ ଦିଲ୍ଲୀରେ ଥିଲେ ବି ସେ ସାହାଯ୍ୟ କରିପାରୁ ନାହାଁନ୍ତି। ପରିସ୍ଥିତି ଏମିତି କି ତାଙ୍କ ନିଜର ଜଣେ ଡାକ୍ତର ସାଙ୍ଗ ଫୋନ୍ ଉଠାଉ ନାହାନ୍ତି ବୋଲି କହିଛନ୍ତି। ବର୍ତ୍ତମାନର ସ୍ଥିତି ଦେଖି ସେ ଫୋନ୍ ଉଠାଇବା ବନ୍ଦ କରିଦେଇଛନ୍ତି। କାରଣ ସହଯୋଗ କରିବା ପାଇଁ ରାସ୍ତା ନାହିଁ।

ଜୟସୱାଲ ମଧ୍ୟ ପେଶାରେ ଜଣେ ଡାକ୍ତର। ସେ କହିଛନ୍ତି ଯେ ଆଜି ବି କରୋନାରେ କେବଳ ଗୋଟିଏ ସର୍ତ୍ତମୂଳକ ଚିକିତ୍ସା ଅଛି, ମାସ୍କ ପିନ୍ଧିବା ଏବଂ ଦୁଇ ଫୁଟ ଦୂରତାରେ ରହିବା ଇତ୍ୟାଦି। ଯଦି ଜଣେ ନମାନିବ ତାହେଲେ ପୁରା ପରିବାର ଏଥିପାଇଁ ସଜା ଭୋଗିପାରେ। ଆଉ ସେ ନିଜେ ମଧ୍ୟ ଏଥିପାଇଁ ଗତ ଜୁଲାଇରେ ସଜା ଭୋଗିଛନ୍ତି ବୋଲି କହିଛନ୍ତି।

ବିହାର ବିଜେପି ସଭାପତି ନିଜ ଫେସବୁକ ପୋଷ୍ଟରେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଚମ୍ପରନରେ ବେଡ୍ ଏବଂ ଅକ୍ସିଜେନ ସହିତ ପ୍ରଶାସନ ସମସ୍ତ ପ୍ରକାର ବ୍ୟବସ୍ଥା କରିଛି। କିନ୍ତୁ ଏବେ ମଧ୍ୟ ସେଠାରେ ସମସ୍ତ ସୁବିଧା ଶେଷ ହୋଇଯାଇଛି। ଆମେ ବେତିଆରେ 90 ବେଡ ବୃଦ୍ଧି କରିବାକୁ ଚେଷ୍ଟା କରୁଛୁ। ସବୁଠୁ ଦୁଃଖର କଥା ହେଲା ପଶ୍ଚିମ ଚମ୍ପାରନରେ ସକରାତ୍ମକତା ହାର 30% ରହିଥିଲେ ମଧ୍ୟ ଅଧିକାଂଶ ଲୋକ କରୋନା ନିୟମକୁ ପାଳନ କରୁ ନାହାନ୍ତି। ବିବାହ, ଶ୍ରାଦ୍ଧ ଆଦିରେ ସମସ୍ତେ ମିଳିମିଶି ଭୋଜି କରୁଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos