ତଣ୍ଟିରୁ ବାହାରିଲା ନଡ଼ିଆ ଆକାରର ଟ୍ୟୁମର

ନୂଆଦିଲ୍ଲୀ: ଜଣେ ବୃଦ୍ଧଙ୍କ ତଣ୍ଟିରେ ହୋଇଥିବା ନଡ଼ିଆ ଆକାରର ଗୋଟିଏ ଟ୍ୟୁମରକୁ ବାହାର କରିଛନ୍ତି ଡାକ୍ତରୀ ଟିମ୍‌। ଅସ୍ତ୍ରୋପଚାର ଦ୍ୱାରା ଦିଲ୍ଲୀର ଗୋଟିଏ ଘରୋଇ ହସ୍ପିଟାଲରେ ଡାକ୍ତରମାନେ ବେଶ ସଫଳତାର ସହ ବିରାଟ ଟ୍ୟୁମରକୁ ବାହାର କରିବାରେ ସକ୍ଷମ ହୋଇଛନ୍ତି। ବିହାରର ୭୨ ବର୍ଷୀୟ ଜଣ ବୃଦ୍ଧଙ୍କ ତଣ୍ଟିରେ ଏହି ଟ୍ୟୁମରଟି ରହିଥିଲା। ଏହାକୁ ବାହାର କରିବା ବେଳେ ରୋଗୀ ଜଣଙ୍କ ଯେମିତି ନିଜର କଣ୍ଠସ୍ୱର ନ ହରାଇବେ, ତା’ ଉପରେ ମଧ୍ୟ ଡାକ୍ତରମାନେ ଗୁରୁତ୍ୱ ଦେଇଛନ୍ତି। […]

Doctor

  • Published: Friday, 28 October 2022
  • , Updated: 28 October 2022, 10:17 AM IST

ନୂଆଦିଲ୍ଲୀ: ଜଣେ ବୃଦ୍ଧଙ୍କ ତଣ୍ଟିରେ ହୋଇଥିବା ନଡ଼ିଆ ଆକାରର ଗୋଟିଏ ଟ୍ୟୁମରକୁ ବାହାର କରିଛନ୍ତି ଡାକ୍ତରୀ ଟିମ୍‌। ଅସ୍ତ୍ରୋପଚାର ଦ୍ୱାରା ଦିଲ୍ଲୀର ଗୋଟିଏ ଘରୋଇ ହସ୍ପିଟାଲରେ ଡାକ୍ତରମାନେ ବେଶ ସଫଳତାର ସହ ବିରାଟ ଟ୍ୟୁମରକୁ ବାହାର କରିବାରେ ସକ୍ଷମ ହୋଇଛନ୍ତି।

ବିହାରର ୭୨ ବର୍ଷୀୟ ଜଣ ବୃଦ୍ଧଙ୍କ ତଣ୍ଟିରେ ଏହି ଟ୍ୟୁମରଟି ରହିଥିଲା। ଏହାକୁ ବାହାର କରିବା ବେଳେ ରୋଗୀ ଜଣଙ୍କ ଯେମିତି ନିଜର କଣ୍ଠସ୍ୱର ନ ହରାଇବେ, ତା’ ଉପରେ ମଧ୍ୟ ଡାକ୍ତରମାନେ ଗୁରୁତ୍ୱ ଦେଇଛନ୍ତି।

ବିହାରର ବେଗୁସରାଇ ଜିଲ୍ଲାରେ ରହୁଥିବା ଏହି ୭୨ ବର୍ଷୀୟ ବୃଦ୍ଧ ଜଣଙ୍କ ନିଃଶ୍ୱାସରେ କଷ୍ଟ ଅନୁଭବ କରିବା ସହ ୬ ମାସ ହେଲା ଠିକ ଭାବେ ଖାଇ ପାରୁ ନଥିଲେ। ସ୍ଥିତି ଏପରି ହୋଇଥିଲା ଯେ ତାଙ୍କ ଜୀବନ ଶୈଳୀ ମଧ୍ୟ ବଦଳି ଯାଇଥିଲା। ଶେଷରେ ବୃଦ୍ଧ ଜଣଙ୍କ ତାଙ୍କ ପରିବାର ଗତ ମାସରେ ସାର ଗଙ୍ଗା ରାମ ହସ୍ପିଟାଲକୁ ଆଣିଥିଲେ। ଇଏନଟି ବିଭାଗରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା।

ମୁଣ୍ଡ, ବେକ ଓ ଓନକୋ ସର୍ଜରୀ ବିଭାଗର ଡାକ୍ତର ସଙ୍ଗୀତ ଅଗ୍ରୱାଲ କହିଛନ୍ତି, ମୋର ଦୀର୍ଘ ବର୍ଷର ଡାକ୍ତରୀ କ୍ୟାରୟର ମଧ୍ୟରେ ମୁଁ ଅନେକ ପ୍ରକାରର ବଡ଼ବଡ଼ ତଣ୍ଟି ଟ୍ୟୁମର କେସ୍‌ର ସମ୍ମୁଖୀନ ହୋଇଛି। ହେଲେ ଏହି କେସ୍‌ଟି ଅତ୍ୟନ୍ତ ଅଲଗା ଥିଲା। କାରଣ ଏହାର ଆକାର ଓ ଓଜନ ସବୁ ଟ୍ୟୁମର ଠାରୁ ଅଲଗା ଥିଲା। ତଣ୍ଟିରେ ହେଉଥିବା ଟ୍ୟୁମରର ଓଜନ ସାଧାରଣତଃ ୧୦ରୁ ୧୫ ଗ୍ରାମ ରହିଥାଏ।

ସେହିପରି ୩ରୁ ୪ ସେମି ମଧ୍ୟରେ ଏହାର ଆକାର ରୁହେ। ହେଲେ ଏହି କେସ୍‌ରେ ତଣ୍ଟିରେ ଥିବା ଟ୍ୟୁମରର ଆକାର ଗୋଟିଏ ନଡ଼ିଆ ଭଳି। ଏହାର ସାଇଜ ୧୮ରୁ ୨୦ ସେମି ଥିଲା। ଏତେ ବଡ଼ ଟ୍ୟୁମରକୁ କାଢ଼ିବା ବେଳେ ବ୍ୟକ୍ତିଙ୍କ କଣ୍ଠସ୍ୱରକୁ ମଧ୍ୟ ସୁରକ୍ଷିତ ରଖିବା ବେଶ ଚ୍ୟାଲେଞ୍ଜିଂ ଥିଲା।

ବେଶ ଭଲ ଭାବେ ଟ୍ୟୁମରକୁ କଢ଼ା ଯିବା ସହ ରୋଗୀଙ୍କ ବାଇଲାଟେରାଲ ଭୋକାଲ କୋର୍ଡ ସ୍ନାୟୁକୁ ସୁରକ୍ଷିତ ରଖାଯାଇଛି। ୱିଣ୍ଡ ପାଇପ ଚାପି ହୋଇଯାଇଥିବାରୁ ସ୍ୱତନ୍ତ୍ର ଶୈଳୀରେ ନିସ୍ତେଜ ଦେବାକୁ ପଡ଼ିଥିଲା। ପ୍ରାୟ ୩ ଘଣ୍ଟା କାଳ ଅପରେସନ ପରେ ଟ୍ୟୁମରକୁ ବାହାର କରାଯାଇଥିବା ସେ କହିଛନ୍ତି।

Related story