ବିଚିତ୍ର ସ୍ୱାସ୍ଥ୍ୟ ସେବା: ହସ୍ପିଟାଲ ବେଡରୁ ୩ ଦିନର ଛୁଆକୁ ନେଇ ମାରିଦେଲେ କୁକୁର ପଲ

ଚଣ୍ଡିଗଡ଼: ବିଚିତ୍ର ସ୍ୱାସ୍ଥ୍ୟ ସେବାର ବିକଟଳ ଚେହେରା ପୁଣି ସାମ୍ନାକୁ ଆସିଛି। ହସ୍ପିଟାଲ ବେଡରୁ ୩ ଦିନର ଶିଶୁକୁ ଘୋଷାଡ଼ି ନେଇ ହତ୍ୟା କରିଛନ୍ତି କୁକୁର ପଲ। ହରିଆଣାର ପାନିପତର ଗୋଟିଏ ଘରୋଇ ହସ୍ପିଟାଲରେ ଏପରି ଦୁଃଖଦ ଘଟଣା ଘଟିଛି। ଶିଶୁଟି ହସ୍ପିଟାଲ ବେଡ୍‌ରେ ତା’ ମା’ ପାଖରେ ଶୋଇଥିଲା। ହସ୍ପିଟାଲରେ ଅନ୍ୟ ରୋଗୀମାନେ ମଧ୍ୟ ଥିଲେ। ତଥାପି କୁକୁର ପଲ ଶିଶୁଟିକୁ ବେଡରୁ ଘୋଷାଡ଼ି ନେଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ମିଳିଥିବା ସୂଚନା […]

Hospital

Hemant Lenka
  • Published: Tuesday, 28 June 2022
  • , Updated: 28 June 2022, 09:15 PM IST

ଚଣ୍ଡିଗଡ଼: ବିଚିତ୍ର ସ୍ୱାସ୍ଥ୍ୟ ସେବାର ବିକଟଳ ଚେହେରା ପୁଣି ସାମ୍ନାକୁ ଆସିଛି। ହସ୍ପିଟାଲ ବେଡରୁ ୩ ଦିନର ଶିଶୁକୁ ଘୋଷାଡ଼ି ନେଇ ହତ୍ୟା କରିଛନ୍ତି କୁକୁର ପଲ। ହରିଆଣାର ପାନିପତର ଗୋଟିଏ ଘରୋଇ ହସ୍ପିଟାଲରେ ଏପରି ଦୁଃଖଦ ଘଟଣା ଘଟିଛି। ଶିଶୁଟି ହସ୍ପିଟାଲ ବେଡ୍‌ରେ ତା’ ମା’ ପାଖରେ ଶୋଇଥିଲା। ହସ୍ପିଟାଲରେ ଅନ୍ୟ ରୋଗୀମାନେ ମଧ୍ୟ ଥିଲେ। ତଥାପି କୁକୁର ପଲ ଶିଶୁଟିକୁ ବେଡରୁ ଘୋଷାଡ଼ି ନେଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶ କୈରାନାରେ ରହୁଥିବା ଶବନମ ପାନିପତରେ ଥିବା ହାର୍ଟ ଆଣ୍ଡ ମଦର କେୟାର ହସ୍ପିଟାଲକୁ ଡେଲିଭରୀ ପାଇଁ ଆସିଥିଲେ। ଜୁନ୍ ୨୫ ସେ ତାଙ୍କ ସନ୍ତାନକୁ ଜନ୍ମ ଦେଇଥିଲେ। ମା’ ଓ ଶିଶୁ ସୁସ୍ଥ ଥିବା ବେଳେ ସେମାନଙ୍କୁ ଡାକ୍ତରମାନେ ଅବଜର୍ବେସନରରେ ରଖିଥିଲେ।

ହେଲେ ୨୭ ତାରିଖ ରାତି ୧୨ଟା ପରେ ଘଟିଛି ଅଘଟଣ। ଜେନେରାଲ ୱାର୍ଡରେ ଶିଶୁଟି ତା’ ମାଙ୍କ ସହ ଶୋଇଥିଲା। ଏଠାରେ ତା’ର ଆଈ ଓ ମାଉସୀ ମଧ୍ୟ ଶୋଇଥିଲେ। ହେଲେ ବିଳମ୍ବିତ ରାତିରେ କୁକୁର ପଲ ହସ୍ପିଟାଲର ଜେନେରାଲ ୱାର୍ଡରେ ପଶି ଶିଶୁଟିକୁ ବେଡ ଉପରୁ ଘୋଷାଡ଼ି ନେଇ ଯାଇଥିଲେ।

ଏକଥା ସେଠାରେ ଶୋଇଥିବା ଲୋକମାନେ ଆଦୌ ଜାଣି ପାରି ନଥିଲେ। ରାତି ୨.୧୫ରେ ସେମାନଙ୍କ ନିଦ ଭାଙ୍ଗିବାରୁ ଶିଶୁଟି ବେଡରେ ନଥିବା ଜାଣିବାକୁ ପାଇଁ ବ୍ୟସ୍ତ ହୋଇ ପଡ଼ିଥିଲେ। ବେଶ କିଛି ସମୟ ଖୋଜାଖୋଜି ପରେ ହସ୍ପିଟାଲକୁ ଲାଗି ରହିଥିବା ପ୍ଲଟ ପାଖରେ ଥିବା ଗୋଟିଏ କୁକୁର ମୁହଁରେ ଶିଶୁଟି ଝୁଲୁଥିବା ଦେଖିବାକୁ ପାଇଥିଲେ।

ତୁରନ୍ତ କୁକୁର ମୁହଁରୁ ପରିବାର ଲୋକ ଶିଶୁଟିକୁ ଆଣି ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଥିଲେ। ଶିଶୁଟିର ଦେହ ସାରା କୁକୁର କାମୁଡ଼ାର ଦାଗ ରହିଛି। ପୁଲିସ୍‌ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Related story