ଇନ୍ଦୋର: ଯବାନଙ୍କ ଖାଇବା ପାଇଁ ପ୍ୟାକିଂ ହୋଇଥିଲା ଅଣ୍ଡା ଟ୍ରେ। ତେବେ ଯେଉଁ ଅଟୋରେ ଯୋଗାଣ ପାଇଁ ଲୋଡ଼ ହୋଇଥିଲା ସେହି ଅଟୋର ଡ୍ରାଇଭର ଚକମା ଦେଖାଇ ଖସିଯାଇଛନ୍ତି। ପାଖାପାଖି ୪୦୦୦ ଅଣ୍ଡା ନେଇ ଡ୍ରାଇଭର ଜଣକ ଖସିଯାଇଛନ୍ତି। ଏମିତି ଏକ ଅଜବ ଘଟଣା ମଧ୍ୟପ୍ରଦେଶର ଗୁଆଲିଅରରୁ ଆସିଛି। ଏଠାରେ ଭାରତୀୟ ବାୟୁ ସେନାର କ୍ୟାଣ୍ଟିନ୍ ପାଇଁ ୪୦୦୦ ଅଣ୍ଡା ଏକ ଅଟୋରେ ଚାଲାଣ ପାଇଁ ପ୍ୟାକିଂ ହୋଇଥିଲା। କିନ୍ତୁ ଅଟୋ ଡ୍ରାଭର ଜଣକ ଏହାକୁ ଠିକଣାସ୍ଥଳରେ ପହଞ୍ଚାଇବା ବଦଳରେ ନିଜେ ନେଇ ଖସିଯାଇଛନ୍ତି। ଏବେବି ଅଟୋଟି ନିଖୋଜ ଥିବା ପୁଲିସ କହିଛି।
ଏନେଇ ଯୋଗାଣକାରୀ ବ୍ୟକ୍ତି ମୋରାର ପୁଲିସ ଷ୍ଟେସନରେ ରବିବାର ଅଭିଯୋଗ କରିଛନ୍ତି। ଯୋଗାଣକାରୀ ଜଣକ କହିଛନ୍ତି ଯେ, ଅଣ୍ଡା ଟ୍ରେ ଗୁଡ଼ିକ ଏକ ଅଟୋରେ ଲୋଡ଼ କରିଥିବା ବେଳେ ପରିବା ଗୁଡ଼ିକ ଅନ୍ୟ ଏକ ଗାଡ଼ିରେ ଲୋଡ଼ କରିଥିଲେ। ହେଲେ ଅଣ୍ଡାଟ୍ରେ ଗୁଡ଼ିତକ ଧରି ଅଟୋ ଡ୍ରାଇଭର ଜଣକ ଫେରାର ମାରିଛନ୍ତି। ପୁଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
National
ଏଥର ବି ସାଧାରଣତନ୍ତ୍ର ଦିବସରେ ଦିଶିବନି ଦିଲ୍ଲୀର ପ୍ରଜ୍ଞାପନ ମେଢ଼
ଏହାକୁ ମିଶାଇ ୪ର୍ଥ ଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀର ପ୍ରଜ୍ଞାପନ ମେଢ଼କୁ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଦର୍ଶିତ କରିବାକୁ ଅନୁମତି ମିଳିନାହିଁ।
Politics
ବିଭାଗ ବଣ୍ଟନକୁ ନେଇ ମହାୟୁତି ମେଣ୍ଟରେ ଅସନ୍ତୋଷ, ସ୍ୱୀକାର କଲେ ଅଜିତ ପାୱାର
ଶନିବାର ରାତିରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀମଣ୍ଡଳ ବିଭାଗ ବଣ୍ଟନ ହୋଇଛି। ମନ୍ତ୍ରୀଙ୍କ ସଂଖ୍ୟା ଅଧିକ ଥିବାରୁ ସମସ୍ତଙ୍କୁ ଗୋଟିଏ ଲେଖାଏଁ ବିଭାଗ ଦେବାକୁ ପଡ଼ିଲା ବୋଲି କହିଲେ ଅଜିତ ପାୱାର।
National
ଅଲ୍ଲୁ ଅର୍ଜୁନଙ୍କ ଘର ଆଗରେ ବିକ୍ଷୋଭ ଓ ଭଙ୍ଗାରୁଜା, ୮ ଗିରଫ
ବିକ୍ଷୋଭକାରୀ ଅଲ୍ଲୁ ଅର୍ଜୁନଙ୍କ ବାସଭବନରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ୮ ଜଣଙ୍କୁ ଉଠାଇ ନେଇଛି ପୁଲିସ।
National
ବିଷ ବଳୟରେ ରାଜଧାନୀ; ‘ସିଭିୟର’ ସ୍ଥିତିରେ ବାୟୁ ପ୍ରଦୂଷଣ
ରବିବାର ଦିନ ୩ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୬ରେ ପହଞ୍ଚିଛି। ୧୬ ଡିସେମ୍ବର ରାତିରୁ ଲାଗୁ ହୋଇଛି ଗ୍ରାପ-୪ କଟକଣା।