ଦ୍ରୌପଦୀ ମୁର୍ମୁ ଦେଶର ‘ମନ୍ଦ ଦର୍ଶନ’କୁ ପ୍ରତିନିଧିତ୍ୱ କରୁଛନ୍ତି: କଂଗ୍ରେସ ନେତା

ନୂଆଦିଲ୍ଲୀ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କଂଗ୍ରେସ ନେତା ଅଜୟ କୁମାର। ସେ କହିଛନ୍ତି ଯେ, ଦ୍ରୌପଦୀ ମୁର୍ମୁ ଦେଶର ‘ମନ୍ଦ ଦର୍ଶନ’କୁ (evil philosophy )ପ୍ରତିନିଧିତ୍ୱ କରୁଛନ୍ତି। ଦ୍ରୌପଦୀ ଆଦିବାସୀଙ୍କ ପ୍ରତୀକ ହେବା ଉଚିତ ନୁହଁ ବୋଲି ସେ କହିଛନ୍ତି। କଂଗ୍ରେସ ନେତାଙ୍କ ଏହି ମନ୍ତବ୍ୟକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ବିଜେପି। ମଙ୍ଗଳବାର ଏଏନଆଇକୁ ପ୍ରତିକ୍ରିୟା ଦେଇ ଅଜୟ କୁମାର କହିଛନ୍ତି ଯେ, ଦେଶରେ ଅନୁସୂଚିତ ଜାତିଙ୍କ ଅବସ୍ଥା ଶୋଚନୀୟ। କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଯଶବନ୍ତ ସିହ୍ନାଙ୍କୁ ଛିଡ଼ା କରାଯାଇଛି। ସେ କହିଛନ୍ତି ଯେ, କେବଳ ଦ୍ରୌପଦୀ ମୁର୍ମୁ ନୁହଁ ଯଶବନ୍ତ ସିହ୍ନା ମଧ୍ୟ ଜଣେ ଭଲ ପ୍ରାର୍ଥୀ। ଦ୍ରୌପଦୀ ମୁର୍ମୁ ଜଣେ ଭଦ୍ର ଓ ନମ୍ର ମହିଳା । କିନ୍ତୁ ଦ୍ରୌପଦୀ ଦେଶର ଏକ ମନ୍ଦ ଦର୍ଶନରୁ ପ୍ରତିନିଧିତ୍ୱ କରୁଛନ୍ତି । ଆମେ ତାଙ୍କୁ କେବଳ ଆଦିବାସୀ ପ୍ରତୀକ ମଧ୍ୟରେ ସୀମିତ ରଖିବା ଉଚିତ ନୁହଁ। ଆମ ପାଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଛନ୍ତି। ହାଥରସ ଘଟଣା ଘଟିଲା। ସେ ଗୋଟିଏ ବି ଶବ୍ଦ କହିଥିଲେ କି ସେ ପ୍ରଶ୍ନ କରିଛନ୍ତି । ଆମ ଦେଶରେ ଅନୁସୂଚିତ ଜାତିଙ୍କ ଅବସ୍ଥା ଭାରି ସଙ୍କଟାପନ୍ନ ରହିଛି ବୋଲି ସେ କହିଛନ୍ତି।
#WATCH | Yashwant Sinha is good candidate, Droupadi Murmu is a decent person but she represents evil philosophy of India. We shouldn't make her symbol of tribals…Ram Nath Kovind is President but atrocities happening on SCs. Modi govt's fooling people: Congress leader Ajoy Kumar pic.twitter.com/E2vFyTT0aP
— ANI (@ANI) July 13, 2022
ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ବିଜୟୀ ହୁଅନ୍ତି ତେବେ ସେ ହେବେ ଦେଶର ପ୍ରଥମ ଆଦିବାସୀ ଓ ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ସେ ମଧ୍ୟ ୨୦୧୫ରୁ ୨୦୨୧ ମଧ୍ୟରେ ଝାଡ଼ଖଣ୍ଡର ପ୍ରଥମ ଆଦିବାସୀ ରାଜ୍ୟପାଳ ଥିଲେ। ମୟୁରଭଞ୍ଜରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ଏକ ଗରିବ ଆଦିବାସୀ ପରିବାରରୁ ଆସଛନ୍ତି। ବହୁ ସମସ୍ୟା ଘାତ ପ୍ରତିଘାତ ମଧ୍ୟରେ ଦ୍ରୌପଦୀ ତାଙ୍କ ଉଚ୍ଚ ଶିକ୍ଷା ସାଧନ କରିବାରେ ସକ୍ଷମ ହୋଇପାରିଛନ୍ତି ।
ଅନ୍ୟପକ୍ଷରେ ଭାରତର ଆତ୍ମାର ଲଢ଼େଇ ପାଇଁ ସବୁ ଦଳ ଯଶବନ୍ତ ସିହ୍ନାଙ୍କୁ ଭୋଟ୍ ଦେବା ଉଚିତ ବୋଲି କଂଗ୍ରେସ ନେତା ଅଜୟ କୁମାର କହିଛନ୍ତି। ମୋଦି ସରକାର କେବଳ ପ୍ରତୀକ ରାଜନୀତି କରି ଲୋକଙ୍କୁ ବୋକା ବନାଉଛନ୍ତି। ରାଷ୍ଟ୍ରପତି ନିର୍ବାଚନ ହେଉଛି ଦେଶର ଆତ୍ମା ପାଇଁ ଲଢ଼େଇ । ତେଣୁ ପ୍ରତ୍ୟକେ ଦଳ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେ ନିବେଦନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।