ଆସିଲା ପ୍ରଥମ ରାଉଣ୍ଡ ଫଳାଫଳ, ଦ୍ରୌପଦୀ ମୁର୍ମୁ ଆଗୁଆ

ନୂଆଦିଲ୍ଲୀ: ଦେଶରେ ପଞ୍ଚଦଶ ରାଷ୍ଟ୍ରପତି ଲାଗି ହୋଇଥିବା ନିର୍ବାଚନର ପ୍ରଥମ ରାଉଣ୍ଡ ଫଳାଫଳ ଆସିଛି। ଆଜି ପ୍ରଥମ ରାଉଣ୍ଡରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୫୪୦ ଖଣ୍ଡ ଭୋଟ ପାଇଛନ୍ତି। ଯାହାର ମୂଲ୍ୟ ହେଉଛି ୩,୭୮,୦୦୦। ସେହିପରି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ୨୦୮ ଖଣ୍ଡ ଭୋଟ ପାଇଛନ୍ତି। ଯାହାର ମୂଲ୍ୟ ହେଉଛି ୧,୪୫,୬୦୦।  ୧୫ଟି ଭୋଟ ନାକଚ ହୋଇଛି। ଏହି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ହେଉଛି ସଂସଦୀୟ ଗଣନାର ସଂଖ୍ୟା। […]

draupadi murmu

draupadi murmu

Tapas Behera
  • Published: Thursday, 21 July 2022
  • Updated: 21 July 2022, 03:10 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ପଞ୍ଚଦଶ ରାଷ୍ଟ୍ରପତି ଲାଗି ହୋଇଥିବା ନିର୍ବାଚନର ପ୍ରଥମ ରାଉଣ୍ଡ ଫଳାଫଳ ଆସିଛି। ଆଜି ପ୍ରଥମ ରାଉଣ୍ଡରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୫୪୦ ଖଣ୍ଡ ଭୋଟ ପାଇଛନ୍ତି। ଯାହାର ମୂଲ୍ୟ ହେଉଛି ୩,୭୮,୦୦୦। ସେହିପରି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନା ୨୦୮ ଖଣ୍ଡ ଭୋଟ ପାଇଛନ୍ତି। ଯାହାର ମୂଲ୍ୟ ହେଉଛି ୧,୪୫,୬୦୦।  ୧୫ଟି ଭୋଟ ନାକଚ ହୋଇଛି। ଏହି ପ୍ରଥମ ପର୍ଯ୍ୟାୟ ଭୋଟ୍‌ ହେଉଛି ସଂସଦୀୟ ଗଣନାର ସଂଖ୍ୟା। ଏ ସମ୍ପର୍କରେ ରାଜ୍ୟସଭାର ସେକ୍ରେଟେରୀ ଜେନେରାଲ ପିସି ମୋଡି ଏହି ସୂଚନା ଦେଇଛନ୍ତି। ତେବେ ଗଣତି ଜାରି ରହିଛି। ପରବର୍ତ୍ତୀ ଫଳାଫଳ ବିଷୟରେ ଅବଗତ କରାଯିବ ବୋଲି  ପିସି ମୋଡି କହିଛନ୍ତି।

ଆଜି ପୂର୍ବାହ୍ନ ୧୧ଟାରେ ଭୋଟ୍‌ ଗଣନା ଆରମ୍ଭ ହୋଇଥିଲା । ରାଷ୍ଟ୍ରପତି ନିର୍ବାଚନରେ ୯୯ ପ୍ରତିଶତରୁ ଅଧିକ ଭୋଟ ହୋଇଥିଲା। ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବହୁ ଆଞ୍ଚଳିକ ଦଳଗୁଡ଼ିକର ସମର୍ଥନ ରହିଥିବାରୁ ସେ ଜିତିବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos